News18 Odia Digital
ଶ୍ରୀନଗର: କଶ୍ମୀର ଉପତ୍ୟକାରେ ବିଚ୍ଛିନ୍ନତାବାଦୀ ରାଜନୀତିର ପିତୃପୁରୁଷ ତଥା କଟ୍ଟରପନ୍ଥୀ ହୁରିୟାତ୍ ନେତା ସୈଦ୍ ଅଲି ଶାହ ଗିଲାନିଙ୍କର (Syed Ali Shah Geelani) ବୁଧବାର ବିଳମ୍ବିତ ରାତିରେ ଶ୍ରୀନଗରରେ ନିଜ ବାସଭବନରେ ଦେହାନ୍ତ ହୋଇଛି । ପୂର୍ବେ ଜଣେ ନିର୍ବାଚିତ ବିଧାୟକ ଥିବା ଗିଲାନୀଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ଗଲା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିଲେ ।
ଗିଲାନୀଙ୍କ ଅନ୍ତିମ ସଂସ୍କାରରେ ଜନ ସମାଗମ ଅଧିକ ମାତ୍ରାରେ ହୋଇପାରେ ବୋଲି ଆଶଙ୍କା କରି ସରକାର ସୁରକ୍ଷା ଦୃଷ୍ଟିକୋଣରୁ ସାରା କଶ୍ମୀର ଉପତ୍ୟକାରେ ପ୍ରତିବନ୍ଧକ ଲଗାଯାଇଛି ଓ ଇଣ୍ଟରନେଟ୍ ସେବା ନିଲମ୍ବନ କରାଯାଇଛି । ସାରା ଉପତ୍ୟକାରେ କର୍ଫ୍ୟୁ ଲାଗୁ କରାଯିବାର ସମ୍ଭାବନା ବି ଅଛି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟଏହି ଦିବଙ୍ଗତ ହୁରିୟାତ୍ ନେତାଙ୍କ ପାକିସ୍ତାନରେ ଥିବା ପ୍ରତିନିଧି ଅବଦୁ୍ଲ୍ଲା ଗିଲାନୀ ଏକ ଟ୍ୱିଟ୍ କରି ଜଣେଇଛନ୍ତି ଯେ ବୁଧବାର ରାତିରେ ତାଙ୍କ ଦେହାନ୍ତ ହୋଇଛି । ‘‘ତାଙ୍କ ଇଚ୍ଛା ଅନୁସାରେ ତାଙ୍କ ଶବ ସତ୍କାର ଶ୍ରୀନଗରର ଶହୀଦ ଶ୍ମଶାନରେ କରାଯିବ,’’ ସେ କହିଛନ୍ତି । କିନ୍ତୁ ସରକାର ଏହି ଶ୍ମଶାନରେ ଗିଲାନୀଙ୍କ ସମାଧି ନିର୍ମାଣ ପାଇଁ ଅନୁମତି ଦେବାର ସମ୍ଭାବନା କମ୍ ଅଛି ବୋଲି କୁହାଯାଉଛି ।
ଏହା ବି ପଢ଼ନ୍ତୁ | ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ମାନବବାଦ ସଙ୍ଗଠନର ମୁଖା; ୬ ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତିସୈଦ ଅଲୀ ଶାହ ଗିଲାନୀ ମିଳିତ ଜାତିସଙ୍ଘର ତତ୍ତ୍ୱାବଧାନରେ କଶ୍ମୀର ବିବାଦର ସମାଧାନ ପାଇଁ ଭାରତ ସରକାରଙ୍କ ଉପରେ ଲଗାତର ଚାପ ପକାଇଆସୁଥିଲେ । ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ପରଭେଜ ମୁଶରଫ ଯେତେବେଳେ କଶ୍ମୀର ଉପରେ ପାକିସ୍ତାନର ପାରମ୍ପରିକ ଆଭିମୁଖ୍ୟକୁ ତରଳାଇ କଶ୍ମୀର ସମସ୍ୟାର ସମାଧାନ ପାଇଁ ଏକ ଚାରି-ସୂତ୍ର ପ୍ରସ୍ତାବ ଦେଇଥିଲେ, ସେତେବେଳେ ଗିଲାନୀ କଶ୍ମୀରର ଏକ ମାତ୍ର ବିଚ୍ଛିନ୍ନତାବାଦୀ ନେତା ଥିଲେ ଯିଏ ତାଙ୍କୁ ବିରୋଧ କରିଥିଲେ ।
ଏହା ବି ପଢ଼ନ୍ତୁ | ବରଗଡ଼: ବିଜେପୁର BDO ୩.୫୧ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗିରଫ ହେଲେସେପ୍ଟେମ୍ବର ୨୯, ୧୯୨୯ରେ ବାନ୍ଦିପୋରର ୱୁଲାର୍ ହ୍ରଦ କୂଳରେ ଜନ୍ମ ଗ୍ରହଣ କରିଥିବା ଗୀଲାନି ଜଣେ ସ୍କୁଲ ଶିକ୍ଷକ ଭାବେ ନିଜ କରିୟର୍ ଆରମ୍ଭ କରିଥିଲେ, ମାତ୍ର ନ୍ୟାସନାଲ୍ କନଫେରେନ୍ସର ଜଣେ ନେତାଙ୍କ ସଂସ୍ପର୍ଶରେ ଆସି ରାଜନୀତିରେ ପ୍ରବେଶ କରିଥିଲେ ଓ ଖୁବ୍ ଶୀଘ୍ର ଜମାତ୍-ଏ-ଇସଲାମିରେ ଯୋଗ ଦେଇଥିଲେ । ଏହି ସାମାଜିକ-ଧାର୍ମିକ ସଙ୍ଗଠନ ନ୍ୟାସନାଲ୍ କନଫେରେନ୍ସର ଜବାବ ଦେଉଥିଲା ଓ କାଶ୍ମୀରକୁ ଭାରତ ବିଭାଜନର ଏକ “ଅସମାପ୍ତ ଏଜେଣ୍ଡା” ଭାବରେ ଦେଖୁଥିଲା । ଗିଲାନୀ ଖୁବ୍ ଶୀଘ୍ର କଶ୍ମୀରରେ ବିଚ୍ଛିନ୍ନତାବାଦୀ ରାଜନୀତିର ମୁଖ ପାଲଟି ଯାଇଥିଲେ ।
ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲାକଶ୍ମୀର ସମସ୍ୟାର ସମାଧାନ ପାଇଁ ସଶସ୍ତ୍ର ସଂଗ୍ରାମର ଜଣେ ଉତ୍ସାହୀ ସମର୍ଥକ ଥିବା ଗିଲାନି ୧୯୯୩ ମସିହାରେ ଗଠିତ ହୋଇଥିବା ହୁରିୟତ କନଫେରେନ୍ସର ସାତ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ମଧ୍ୟରେ ଜଣେ ଥିଲେ। ହେଲେ ହିଂସାତ୍ମକ ପନ୍ଥା ପାଇଁ ତାଙ୍କ ଲଗାତର ସମର୍ଥନ ଯୋଗୁଁ ହୁରିୟାତ୍ କନଫେରେନ୍ସରେ ତାଙ୍କ ସହକର୍ମୀମାନଙ୍କ ସହ ତାଙ୍କର ମତଭେଦ ହୋଇଥିଲା ଓ ଶେଷରେ ୨୦୦୩ରେ ଏହି ସଙ୍ଗଠନ ବିଭାଜିତ ହୋଇଥିଲା ।
ଏହା ବି ପଢ଼ନ୍ତୁ | ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ୍ ଖାନ୍ ଗିଲାନୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ପାକିସ୍ତାନରେ ରାଷ୍ଟ୍ରୀୟ ଶୋକ ପାଳନ ହେବ ଓ ଜାତୀୟ ପତାକା ଅଧା ତଳେ ରହିବ । ଖଆନ୍ କହିଛନ୍ତି ଯେ ଗିଲାନୀ ସାରା ଜୀବନ କଶ୍ମୀରର ଲୋକମାନଙ୍କ ଅଧିକାର ପାଇଁ ଲଢ଼ିଥିଲେ ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ଆଜି ପର୍ଯ୍ୟନ୍ତ କାଶ୍ମୀରର ୧୮ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରିଥିବା ଏନ୍.ଆଇ.ଏ.ର ଚାର୍ଜଶୀଟରେ ଗିଲାନୀଙ୍କ ନାମ ଥିଲା । ଏନ୍.ଆଇ.ଏ.ର ତଦନ୍ତରୁ ଜଣାପଡ଼ିଥିଲା ଯେ କଶ୍ମୀର ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରିବା ପାଇଁ ସେମାନେ ପାକିସ୍ତାନରୁ ପାଣ୍ଠି ପାଇଛନ୍ତି । ଫେବୃଆରୀ ୨୦୧୯ରେ ଏନ୍.ଆଇ.ଏ. ଏହି ମାମଲାରେ ଉମର ଫାରୁକ୍ ଓ ଗିଲାନୀଙ୍କ ପୁଅ ନସିମ୍ ଗିଲାନୀଙ୍କ ଘରେ ଚଢ଼ାଉ କରିଥିଲା ।
ମାର୍ଚ୍ଚ ୨୦୧୯ରେ ବୈଦେଶିକ ମୁଦ୍ରା ଆଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ବେଆଇନ ଭାବେ ୧୦,୦୦୦ ଟଲାର୍ ରଖିଥିବାର ଏକ ୧୭ ବର୍ଷ ପୁରୁଣା ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିଲାନିଙ୍କ ଉପରେ ୧୪.୪୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।