କଶ୍ମୀର ପ୍ରସଙ୍ଗ: ଭାରତ ସହ ତିକ୍ତତା କମ୍‌ କରେଇଦେବାକୁ ଆମେରିକାକୁ ନିବେଦନ କଲା ପାକିସ୍ତାନ

ଆରମ୍ଭରୁ ଭାରତ ସ୍ପଷ୍ଟ କହିଛି ଯେ କୌଣସି ଦ୍ୱିପାକ୍ଷିକ ମାମଲାରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଆବଶ୍ୟକ ନାହିଁ। ପାକିସ୍ତାନର ବୈଦେଶିକ ସଚିବ ସୋହେଲ ମହମୁଦ ଆମେରିକାର ଅଣ୍ଡର-ସେକ୍ରେଟେରୀ ଡେଭିଡ ହେଲଙ୍କୁ ଭାରତ ସହ ତିକ୍ତତା କମ୍‌ କରାଇବାକୁ ନିବେଦନ କରିଛନ୍ତି ।

କଶ୍ମୀର ପ୍ରସଙ୍ଗ: ଭାରତ ସହ ତିକ୍ତତା କମ୍‌ କରେଇଦେବାକୁ ଆମେରିକାକୁ ନିବେଦନ କଲା ପାକିସ୍ତାନ
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (ଫାଇଲ ଫଟୋ)
  • News18 Odia
  • Last Updated: August 12, 2020, 8:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଇସଲାମାବାଦ: ପାକିସ୍ତାନ (Pakistan) ସାଉଦି ଆରବ (Saudi Arab) ପରେ କାଶ୍ମୀର ପ୍ରସଙ୍ଗକୁ ନେଇ ଆମେରିକା ସାମ୍ନାରେ ଗୁହାରି କରୁଛି। ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ମଧ୍ୟ ସାଉଦି ଆରବ ସହିତ ଥିବା ନିଜ ସମ୍ପର୍କକୁ ଖରାପ କରିସାରିଛି। ପାକିସ୍ତାନର ବୈଦେଶିକ ସଚିବ ସୋହେଲ ମେହମୁଦ (Sohail Mahmood) କାଶ୍ମୀର ପ୍ରସଙ୍ଗରେ ଆମେରିକାର ଅଧିକାରୀଙ୍କ ସହ କଥା ହୋଇ ଏହାର ସମାଧାନ ପାଇଁ ଚାହୁଁଛନ୍ତି । ସୋହେଲ ଆମେରିକାର ଅଣ୍ଡର ସେକ୍ରେଟେରୀ ଡେଭିଡ଼ ହାଲିଙ୍କ ସହ ଭର୍ଚୁଆଲ ଆଲୋଚନା କରି ଭାରତ ସହ ଟେନସନ ହ୍ରାସ କରିବାକୁ ନିବେଦନ କରିଛି ।

ଭାରତ ଏହି ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଚାହେଁ ନାହିଁ

ଯଦିଓ ଆରମ୍ଭରୁ ଭାରତର ଏହି ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି କହିଛି ଯେ କୌଣସି ବି ଦ୍ୱିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଆବଶ୍ୟକ ନାହିଁ। ଆମେରିକା ଗସ୍ତ ସମୟରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିବେଦନ କରିଥିଲେ। ଡୋନାଲ୍ଡ ଟ୍ରମ୍ପ କହିଥିଲେ ''ଯେ ଯଦି ଉଭୟ ଦେଶ ଚାହାଁନ୍ତି ସେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛନ୍ତି ।'' ସେତେବଳେ ଭାରତ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଭାରତ ଏହା ମଧ୍ୟ କହିଛି, ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ ଯେତେବେଳେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ଓ ସୁରକ୍ଷା ଦେବା ବନ୍ଦ ନକରିବ।

ପାକିସ୍ତାନ ଆମେରିକାକୁ କାଶ୍ମୀର ସମସ୍ୟାର ସମାଧାନ କରିବାକୁ କହିଛି

ପାକିସ୍ତାନ ଖବରକାଗଜ ଡନ୍‌ର(Dawn) ଏକ ଖବର ଅନୁଯାୟୀ ଶୋହେଲ ମହମୁଦ (Sohail Mahmood) ଆମେରିକାକୁ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ବିବାଦର ଉତ୍ତେଜନା ଓ ଶାନ୍ତିପୂର୍ଣ୍ଣ ସମାଧାନକୁ ରୋକିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ପାକିସ୍ତାନ ଏହା ମଧ୍ୟ କହିଛି ଯେ କାଶ୍ମୀରରେ ଭାରତର ସାମରିକ ଅବରୋଧ ଓ ପାକିସ୍ତାନ ବିରୋଧରେ ଆକ୍ରମଣାତ୍ମକ ସ୍ୱର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ। କିନ୍ତୁ ପାକିସ୍ତାନ ମନ ଇଚ୍ଛା ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି ।

ଏହା ବି ପଢ଼ନ୍ତୁ | Odisha Plus 2 Science Result: ପ୍ରକାଶ ପାଇଲା ଫଳ; ପାସ୍ ହାର ୭୦.୨୧%; ଛାତ୍ରମାନେ ଆଗୁଆ

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ପାକିସ୍ତାନ ସାଉଦି ଆରବ ସହ ନିଜ ସମ୍ପର୍କ ଖରାପ କରି ସାରିଛି

ବାସ୍ତବରେ କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପାକିସ୍ତାନ ଏହାକୁ ନେଇ ଉତ୍ୟକ୍ତ ହେବାସହ ଚାରିଆଡ଼େ ଭଟକୁଛି। କାଶ୍ମୀରକୁ ପ୍ରସଙ୍ଗକୁ ନେଇ ସାଉଦି ଆରବ ସହ ସମ୍ପର୍କ ଖରାପ କରିସାରିଛି ଓ ଏବେ ସାଉଦି ଆରବ ଠାରୁ ଆଣିଥିବା କରଜକୁ ଫେରାଇବା ତାକୁ ଭାରି ପଡ଼ିଛି ।



ପାକିସ୍ତାନ ସହ ଭାରତର ସୀମା ବିବାଦ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦୀର୍ଘ ଦିନ ଧରି ବନ୍ଦ ରହିଛି। ଭାରତ ଏହି ନୀତିରେ ଜିଦ୍ ଧରିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରେ ପାକିସ୍ତାନ ସହ ଆଲୋଚନା ଆରମ୍ଭ ହେବ। ଭାରତ କହିଛି ଯେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଓ ଆତଙ୍କବାଦ ଏକ ସାଥିରେ ସମ୍ଭବ ନୁହେଁ। କଥାବାର୍ତ୍ତା କରିବା ପୂର୍ବରୁ ପାକିସ୍ତାନ ପ୍ରଥମେ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ଜରୁରୀ ।
Published by: Jagdish Barik
First published: August 12, 2020, 7:08 PM IST
corona virus btn
corona virus btn
Loading