ଲାଞ୍ଚ ନେଇ ଚୀନ ନାଗରିକଙ୍କ ଭିସା କରିଦେଇଥିଲେ କାର୍ତ୍ତି; ଖୋଳତାଡ଼ କରୁଛି ସିବିଆଇ

ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ୨୫୦ ଚୀନ୍ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ଆଧାରରେ ଆଜି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି ।

କାର୍ତ୍ତି ଚିଦାମ୍ବରର (ପ୍ରତୀକାତ୍ମକ ଛବି)

କାର୍ତ୍ତି ଚିଦାମ୍ବରର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମଙ୍ଗଳବାର ଦିନ ଲୋକସଭା ସାଂସଦ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ। ସେ ଚାଇନା ଶ୍ରମିକଙ୍କୁ ବେଆଇନ ଭାବେ ପ୍ରବେଶ ପାଇଁ ଲାଞ୍ଚ ନେଇଥିବାର ଅଭିଯୋଗ ହେଉଛି।

୨୦୧୧ରେ ପି ଚିଦାମ୍ବରମଙ୍କ ନେତୃତ୍ୱରେ ଥିବା ଗୃହ ମନ୍ତ୍ରଣାଳୟରୁ କାର୍ତ୍ତି ଚିଦାମ୍ବରମଙ୍କ ଲାଞ୍ଚ ନେଇ ଚାଇନାର ନାଗରିକଙ୍କ ପାଇ ଭିସା ମଞ୍ଜୁର କରିଥିଲେ ବୋଲି ବ୍ୟୁରୋ ଅଭିଯୋଗ କରୁଛୁ।

ବିଦେଶୀ କମ୍ପାନୀକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନୁକମ୍ପା ପାଇଁ ଏହି ରେଡ୍ ହେଉଥିବା ସୂଚନା ମିଳିଛି । ୨୦୧୦ରୁ ୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ୨୫୦ ଚୀନ୍ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ଆଧାରରେ ଆଜି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି ।

ସାବୁ ନାମକ ବ୍ୟକ୍ତିଙ୍କଠାରୁ କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ପାଇଥିବା  ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ।

କାର୍ତ୍ତିଙ୍କ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇସ୍ଥିତ ବାସଭବନ ଉପରେ ଆଜି ସକାଳୁ ରେଡ଼ ଚାଲିଛି । ସିବିଆଇ ଟିମ୍‌ ଚେନ୍ନାଇର ୩ଟି ସ୍ଥାନ, ମୁମ୍ବାଇର ୩ଟି, କର୍ଣ୍ଣାଟକର ଗୋଟିଏ , ପଞ୍ଜାବର ଗୋଟିଏ ଓ ଓଡ଼ିଶାର ଝାରସୁଗୁଡ଼ାରେ ଚଢ଼ାଉ କରିଛି।
Published by:Soumya Das
First published: