ଶରତ ଶର୍ମା କଳାଗୁରୁ | News18 Odia Digital
ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇ କୋର୍ଟ ଯୌନ ପାଗଳ ଉମେଶ ରେଡ୍ଡୀକୁ (sex maniac Umesh Reddy) ତଳ କୋର୍ଟରୁ ମିଳିଥିବା ମୃତ୍ୟୁ ଦଣ୍ଡାଦେଶକୁ ଉଚିତ ବୋଲି କିହଛନ୍ତି । ମୃତ୍ୟୁ ଦଣ୍ଡର ପୁନର୍ବିଚାର ପାଇଁ ଉମେଶ ରେଡ୍ଡୀ ହାଇ କୋର୍ଟ ଓ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲା । ସେ କରିଥିବା ଅପରାଧଗୁଡ଼ିକୁ ଜଘନ୍ୟ ବୋଲି ଦର୍ଶାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତା’ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏବେ କର୍ଣ୍ଣାଟକ ହାଇ କୋର୍ଟ ସେପ୍ଟେମ୍ବର ୨୯ ତାରିଖରେ ସେସନ୍ସ କୋର୍ଟର ମୃତ୍ୟୁ ଦଣ୍ଡ ରାୟକୁ ସମର୍ଥନ କରିଛନ୍ତି ।
ଉମେଶ ରେଡ୍ଡୀ ଦେଶର ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ମହିଳାଙ୍କୁ ବଳାତ୍କାର ଓ ଲୁଟ୍ କରିବା ପରେ ହତ୍ୟା କରିଥିଲା ବୋଲି ଅଭିଯୋଗରେ ତା’ର ବିଚାର ଚାଲିଥିଲା । ସେଥି ମଧ୍ୟରୁ ଅଧିକାଂଶ ଘଟଣା କର୍ଣ୍ଣାଟକରେ ଘଟିଥିଲା । ସେ ମହାରାଷ୍ଟ୍ର, ଗୁଜୁରାଟ ଓ କଶ୍ମୀରରେ ଏହି ଅପରାଧ କରିଥିଲା । ୧୯୯୭ରେ ବଳାତ୍କାର ଓ ହତ୍ୟାର ଏକ ମାମଲାରେ ଉମେଶ ରେଡ୍ଡୀ ପ୍ରଥମେ ଗିରଫ ହୋଇଥିଲା । ସେ ନ୍ୟାୟିକ ହେପାଜତରେ ଥିବା ବେଳେ ବଲାରୀ ହିନ୍ଦଲାଗା ଜେଲରୁ ଖସି ପଳାଇବାରେ ସଫଳ ହୋଇଥିଲା । ୧୯୯୮ ମସିହାରେ ଚିତ୍ରଦୁର୍ଗରେ ଘଟିଥିବା ଜଣେ ବିଧବାଙ୍କ ବଳାତ୍କାର ଓ ହତ୍ୟା ଘଟଣା ପର୍ଯ୍ୟନ୍ତ ପୋଲିସ ତାକୁ ଖୋଜି ପାଇ ନ ଥିଲା । ପୋଲିସ ସେହି ଘଟଣା ପରେ ତାକୁ ଗିରଫ କରିଥିଲା, ହେଲେ ସେ ପୋଲିସ ହାଜତରୁ ଖସି ପଳାଇଥିଲା ।
ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଓ ଭାଷା ବିଶେଷଜ୍ଞ ଆଲୋଚନା କଲେଅପରାଧରେ ଧୁରନ୍ଧର ଥିବା ଉମେଶ ରେଡ୍ଡୀ ଜେଲରୁ ଖସିବାରେ ବି ନିପୁଣ ଥିଲା । ସେ ତିନି ଥର ଜେଲରୁ ଖସି ପଳାଇଥିଲା । କର୍ଣ୍ଣାଟକର ବଲାରି ହିନ୍ଦାଲାଗା ଜେଲ୍ ରାଜ୍ୟର ସବୁଠାରୁ ବଡ଼ ଜେଲ୍ ଓ ଦେଶର ସବୁଠାରୁ ସୁରକ୍ଷିତ ଜେଲମାନଙ୍କ ମଧ୍ୟରୁ ଅନ୍ୟତମ । ରାଜ୍ୟର ପ୍ରାୟ ସବୁ କୁଖ୍ୟାତ ଅପରାଧୀଙ୍କୁ ହିନ୍ଦଲାଗା ଜେଲରେ ରଖାଯାଇଛି । ଉମେଶ ରେଡ୍ଡୀ ବ୍ୟତୀତ ଏହି ଉଚ୍ଚ ସୁରକ୍ଷିତ ଜେଲରୁ ଆଉ କୌଣସି କଏଦୀର ଖସି ପଳାଇବାର ଉଦାହରଣ ନାହିଁ ।

ପୋଲିସର ପଚରାଉଚରା ବେଳେ ଉମେଶ ରେଡ୍ଡୀ ୧୮ଟି ବଳାତ୍କାର ଓ ହତ୍ୟା ମାମଲା ସ୍ୱୀକାର କରିଥିଲା । (ଫାଇଲ୍ ଫଟୋ)
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ୨ ମହିଳା ନବଜାତ ଝିଅଙ୍କ ନାଁ ରଖିଲେ ‘ଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?୧୯୯୮ରେ ପୋଲିସ୍ ହାତରୁ ଖସିଯିବା ପରେ ଉମେଶ ରେଡ୍ଡୀକୁ ୨୦୦୨ରେ ବେଙ୍ଗାଲୁରୁରେ ଗିରଫ କରାଯାଇଥିଲା। ପୋଲିସ ତା’ ଉପରେ ରେଡ୍ ଆଲର୍ଟ ଜାରି କରିଥିଲା ଓ ତାକୁ ଧରିବା ପାଇଁ ଏକ ପୁରସ୍କାର ରାଶି ବି ଘୋଷଣା କରିଥିଲା। ଉମେଶ ରେଡ୍ଡୀକୁ ବେଙ୍ଗାଲୁରୁର ୟଶୱନ୍ତପୁରରେ ଏକ ସେଲୁନରେ ଦେଖାଯାଇଥିଲା । ସେଲୁନର ମାଲିକ ତାକୁ ଉମେଶ ରେଡ୍ଡୀ ବୋଲି ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ସେହି ସେଲୁନକୁ ଯାଇ ତାକୁ ଧରିଥିଲା। ସେହି ଦିନରୁ ସେ ଆଉ ଖସିବାରେ ସଫଳ ହୋଇନି ।
ଏହା ବି ପଢ଼ନ୍ତୁ | କରାଳ ରୂପ ନେଲା ବାତ୍ୟା ‘ଗୁଲାବ’; ଓଡି଼ଶାକୁ ବିପଦ ଟଳିଲା, କିନ୍ତୁ ଆନ୍ଧ୍ରରେ କ୍ଷତି କଲା; ୨ ଜଣ ମୃତ‘‘ଶେଷରେ ନ୍ୟାୟ ମିଳିଛି । ସେ ଗୋଟେ ସେକ୍ସ ପାଗଳ ଓ ସାଇକୋପାଥ୍ । ମୁଁଏହି ମାମଲାର ତଦନ୍ତ ଅଧିକାରୀ ଥିଲି। ମୁଁ ଓ ଆମ ଦଳ ନିଶ୍ଚିତ କରିଛୁ ଯେ ସବୁ ପ୍ରମାଣ ସଂଗ୍ରହ କରି କୋର୍ଟରେ ଉପସ୍ଥାପନ କରାଗଲା । ଅନେକ କ୍ଷେତ୍ରରେ ପ୍ରମାଣ ଓ ସାକ୍ଷୀଙ୍କ ଅଭାବ ଯୋଗୁଁ ଅପରାଧୀମାନେ କୋର୍ଟରେ ଖଲାସ ହୋଇଯାଆନ୍ତି । ଏବେ ମୁଁ ପ୍ରକୃତରେ ଖୁସି । ସେସନ୍ସ କୋର୍ଟ ମୃତ୍ୟୁ ଦଣ୍ଡ ଦେବା ପରେ ସେ ଦୟା ପାଇଁ ନିବେଦନ କରିଥିଲା । ହେଲେ ତାହା ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲା ଓ ଏବେ ହାଇ କୋର୍ଟ ମଧ୍ୟ ତାକୁ ପ୍ରତ୍ୟାଖ୍ୟାନ କଲେ । ଉମେଶ ରେଡ୍ଡୀ ପରି ସାଇକୋପାଥ୍ ସମାଜ ପାଇଁ ବିଷାକ୍ତ । ତା’ ମୃତ୍ୟୁ ଦଣ୍ଡ ଅନ୍ୟ ଅପରାଧୀଙ୍କ ପାଇଁ ଏକ ଶିକ୍ଷା ହେବ,’’ କହିଛନ୍ତି ଆସିଷ୍ଟାଣ୍ଟ ପୋଲିସ୍ କମିଶନର ଏସ୍.କେ ଉମେଶ, ଯିଏ ସେତେବେଳେ ପେନିଆ ଥାନାରେ ଇନ୍ସପେକ୍ଟର ଥିଲେ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋ’ର୍ ବରକେ ମାରିଛନ୍… ମୋ’ର ନ୍ୟାୟ ଦରକାର, ଟଙ୍କା ନୁହେଁ’’ପୋଲିସର ପଚରାଉଚରା ବେଳେ ଉମେଶ ରେଡ୍ଡୀ ୧୮ଟି ବଳାତ୍କାର ଓ ହତ୍ୟା ମାମଲା ସ୍ୱୀକାର କରିଥିଲା ଓ ସେଥିରୁ ପୋଲିସ ୧୧ଟି ମାମଲା କୋର୍ଟରେ ପ୍ରମାଣ କରିବାରେ ସକ୍ଷମ ହୋଇଥିଲା । ସେ ୨୦ରୁ ଅଧିକ ବଳାତ୍କାର, ହତ୍ୟା ଓ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି ।
ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ଓ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ: ବନ ବିଭାଗର ଉଚ୍ଚ ଅଧିକାରୀ କହିଲେ ‘ହାତୀକୁ ଘଉଡ଼ାଇବା ଦରକାର ନ ଥିଲା’ଉମେଶ ରେଡ୍ଡୀ ଗୋଟେ ହି୍ପ୍ପୀ ପରି ସାରା ଦେଶରେ ଘୁରିବୁଲେ ଓ ବର୍ଷେରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହେ ନାହିଁ । ସେ ଏକା ରହୁଥିବା ମହିଳାମାନଙ୍କୁ ଟାର୍ଗେଟ କରି ରାତିରେ ତାଙ୍କ ଘରେ ପଶେ ଓ ତାଙ୍କୁ ବଳାତ୍କାର ଓ ଲୁଟ୍ କରି ହତ୍ୟା କରେ । ସେ ଜଣେ ସାଇକୋପାଥ୍ ଥିଲା ଓ ମହିଳାମାନଙ୍କୁ ହତ୍ୟା କରିବା ଉପଭୋଗ କରୁଥିଲା ବୋଲି ତଦନ୍ତ ପରେ ଜଣେ ପୋଲିସ୍ ଅଧିକାରୀ କହିଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଓ ଟଙ୍କା ଲୁଟିଥିଲେ ଏହି ମହିଳା, ଧରା ପଡ଼ିଲେଉମେଶ ରେଡ୍ଡୀ ନଭେମ୍ବର ୧୯୯୬ରେ ଚିତ୍ରଦୁର୍ଗର କେ.ବି. କଲୋନୀ ଜଣେ ମହିଳାଙ୍କୁ ବଳାତ୍କାର କରି ହତ୍ୟା କରିଥିଲା । ସେହି ବର୍ଷ ସେ ଜଣେ ଯୁବତୀଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲା । ଜୁଲାଇ ୧୯୯୭ରେ ତାକୁ ପୋଲିସ ଗିରଫ କରିଥିଲା, ହେଲେ ସେ ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ଖସି ପଳାଇ ଯାଇଥିଲା । ତାକୁ ପୁଣି ଗିରଫ କରି ବଲାରୀ ଜେଲକୁ ପଠାଯାଇଥିଲା, ହେଲେ ସେ ମାର୍ଚ୍ଚ ୧୯୯୭ରେ ଜେଲରୁ ପଳାଇ ଯାଇଥିଲା । ୧୯୯୮ ମସିହାରେ ଗିରଫ ହେବା ପରେ ବି ସେ ଖସି ପଳାଇ ଯାଇଥିଲା ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ ଛାତ୍ରଙ୍କ ମୃ୍ତ ଦେହ ମିଳିଲାଉମେଶ ରେଡ୍ଡୀ ସେ ହବଲି, ଦାଭାନାଗେରେ ଓ ପୁଣେରେ ତିନି ଜଣ ଯୁବତୀଙ୍କୁ ବଳାତ୍କାର କରିଥିଲା । ସେ କଶ୍ମୀରରେ ଜଣେ CRPF କମାଣ୍ଡାଣ୍ଟଙ୍କ ଝିଅକୁ ବଳାତ୍କାର କରି ହତ୍ୟା କରିଥିଲା । ତା’ ବିରୋଧରେ ମୋ’ଟ ୨୧ଟି ଆପରାଧିକ ମାମଲା ରହିଛି । ସେଥି ମଧ୍ୟରୁ ୧୧ଟି କୋର୍ଟରେ ପ୍ରମାଣିତ ହୋଇସାରିଛି । ୨୦୦୨ରେ ବେଙ୍ଗାଲୁରୁ ଉତ୍ତର ବିଭାଗର ପେନିଆ ଥାନା ଅଞ୍ଚଳରେ ଏକ ବଳାତ୍କାର ଓ ହତ୍ୟା ମାମଲାରେ ତାକୁ ଏକ ସେଲୁନରେ ଗିରଫ କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।