Karnataka Result 2023: ଚମକାଇଦେଲା କଂଗ୍ରେସ; ବହୁମତ ନିଶ୍ଚିତ ! କିଏ ହେବେ ମୁଖ୍ୟମନ୍ତ୍ରୀ?

Karnataka Result 2023: କର୍ଣ୍ଣାଟକ ନିର୍ବାଚନରେ ଚମକାଇଲା କଂଗ୍ରେସ । ବିଧାନସଭା ନିର୍ବାଚନରେ ବିଜେପିକୁ ଲାଗିଛି ବଡ଼ ଝଟକା।

ଚମକାଇଦେଲା କଂଗ୍ରେସ

ଚମକାଇଦେଲା କଂଗ୍ରେସ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Karnataka Result 2023: କର୍ଣ୍ଣାଟକ ନିର୍ବାଚନରେ (Karnataka Election 2023) ଚମକାଇଲା କଂଗ୍ରେସ (Congress)। ବିଧାନସଭା ନିର୍ବାଚନରେ (Karnataka Assembly Election) ବିଜେପିକୁ ଲାଗିଛି ବଡ଼ ଝଟକା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ଜୋରଦାର ରୋଡ ଶୋ, କେନ୍ଦ୍ରମନ୍ତ୍ରୀ ମାନଙ୍କ ଘନ ଘନ ଗସ୍ତ ସତ୍ତ୍ବେ କଂଗ୍ରେସକୁ ବହୁମତ ମିଳିବାକୁ ଯାଉଛି। କଂଗ୍ରେସ ନେତା ଡି.କେ ଶିବ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱରେ କଂଗ୍ରେସକୁ ବହୁମତ ମିଳିବାକୁ ଯାଉଛି।

କିଏ ହେବ ମୁଖ୍ୟମନ୍ତ୍ରୀ?

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ। ହେଲେ କଂଗ୍ରେସର ଏହି ଖୁସି ଭିତରେ ଏକ କନ୍ଦଳ ମୁଣ୍ଡ ଟେକିବାର ଆଶଙ୍କା ଦେଖାଦେଇଛି । କଂଗ୍ରେସ କର୍ଣ୍ଣାଟକରେ ଦୁଇଜଣଙ୍କୁ ପ୍ରୋଜେକ୍ଟ କରି ନିର୍ବାଚନ ଲଢ଼ିଥିଲା।

ଜଣେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଅନ୍ୟ ଜଣେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର। ସେମାନଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଦଳର ହାଇକମାଣ୍ଡ ନିଷ୍ପତ୍ତି କରିବେ ବୋଲି ଉଭୟ ସିଦ୍ଧରମୈୟା ଓ ଶିବକୁମାର କହି ସାରିଛନ୍ତି। ତେବେ ସିଦ୍ଧରମୈୟାଙ୍କ ପୁଅ ୟତିନ୍ଦ୍ରଙ୍କ ବୟାନ କିଛି ଅଲଗା ସଙ୍କେତ ଦେଉଛି। କର୍ଣ୍ଣାଟକର ହିତ ପାଇଁ ତାଙ୍କ ବାପା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ୟତିନ୍ଦ୍ର କହିଛନ୍ତି।

ଶେଷ ସୂଚନା ମୁତାବକ କଂଗ୍ରେସ ୧୩୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ବିଜେପି ୭୦ ଛୁଇଁବାକୁ ସଂଘର୍ଷ କରୁଛି। ସେହିଭଳି ରାଜ୍ୟରେ ମୁଖ୍ୟ ଆଞ୍ଚଳିକ ଦଳ ଜେଡିଏସ ଯିଏ କି ଝୁଲା ବିଧାନସଭା ହେଲେ କିଙ୍ଗ ମେକର୍‌ ହେବ ବୋଲି ଚର୍ଚ୍ଚା ହେଉଥିବା ମାତ୍ର ୨୦ ଟି ଆସନ ଛୁଇଁବ ନା ନାହିଁ ସନ୍ଦେହ। ନିର୍ବାଚନ ଫଳାଫଳକୁ ନଜରରେ ରଖି କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସେଲିବ୍ରେସନରେ ମସଗୁଲ।

ବିଜୟ ପରେ ଡିକେ ଶିବକୁମାର ଖୁସରେ କାନ୍ଦି ପକାଇଛନ୍ତି। ସେ ବିଜୟର ସବୁ ଶ୍ରେୟ କଂଗ୍ରେସ କର୍ମୀଙ୍କୁ ଦେଇଛନ୍ତି। ଗାନ୍ଧି ପରିବାର ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଧନ୍ୟବାଦ ଜଣାଛନ୍ତି ଶିବକୁମାର। ଆମେ ଆଗକୁ ଅନେକ ବିକାଶ ମୂଳକ କାମ କରିବୁ ବୋଲି ସେ କହିଛନ୍ତି।

ସେପଟେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାସବରାଜ ବୋମାଇ ପରାଜୟକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି କି ଆମେ ଶେଷ ପର୍ଯ୍ୟାୟରେ ପହଂଚି ପାରିଲୁ ନାହିଁ । ଏହା ସହ ସମ୍ପୂର୍ଣ୍ଣ ଫଳା ଫଳ ଆସିବା ପରେ ବିଜେପି ଏହାର ମନ୍ଥନ କରିବ ।

କଂଗ୍ରେସ କାଲି ବିଧାୟକ ଦଳ ବୈଠକ ଡକାଇଥିବା ବେଳେ ଏବେଠୁ ଚିନ୍ତା ବଢ଼ାଇଲାଣି ଘୋଡ଼ା ବେପାର ଭୟ । ତେଣୁ ସନ୍ଧ୍ୟା ସୁଦ୍ଧା କଂଗ୍ରେସ ତା’ର ନବ ନିର୍ବାଚିତ ବିଧାୟକଙ୍କୁ ବେଙ୍ଗଳୁରୁରେ ଏକାଠି ହେବାକୁ କହିଛି। ଏଠାରୁ ଦଳ ସମସ୍ତ ବିଧାୟକଙ୍କୁ ତାମିଲନାଡୁ ପଠାଇବ। ବରିଷ୍ଠ ନେତା ସିଦ୍ଧରମୈୟା କହିଥିଲେ ଯେ କଂଗ୍ରେସ ୧୨୦ରୁ ଅଧିକ ଆସନ ଜିତିବ । ୨୦୧୮ରେ ବିଜେପି ୧୦୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ୮୦ ଓ ଜେଡିଏସ୍‌ ୩୭ଟି ଆସନ ଜିତିଥିଲା।
Published by:Lipina Das
First published: