ହୃଦ୍‌ଘାତ ଯୋଗୁଁ ପ୍ରାଣ ହରାଇଲେ କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟୀ

ମଙ୍ଗଳବାର ରାତିରେ କର୍ଣ୍ଣାଟକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ମନ୍ତ୍ରୀ ଉମେଶ କଟ୍ଟୀଙ୍କ ଦେହାନ୍ତ ହୋଇଛି।

ଉମେଶ କଟ୍ଟୀଙ୍କ ଦେହାନ୍ତ

ଉମେଶ କଟ୍ଟୀଙ୍କ ଦେହାନ୍ତ

  • News18 Odia
  • Last Updated :
  • Share this:
News 18 Odia Digital

କର୍ଣ୍ଣାଟକ: ମଙ୍ଗଳବାର ରାତିରେ କର୍ଣ୍ଣାଟକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ମନ୍ତ୍ରୀ ଉମେଶ କଟ୍ଟୀଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ ଡଲାର୍‌ କଲୋନିସ୍ଥିତ ବାସଭବନର ସ୍ନାନାଗାରରେ ପଡ଼ିଯିବାରୁ କଟ୍ଟୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା।  ଡାକ୍ତରଖାନାକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବୋମ୍ମାଇ ଟୁଇଟ୍‌ କରି ଲେଖିଥିଲେ, ମୋ ସତୀର୍ଥ କର୍ଣ୍ଣାଟକର ବନ ବିଭାଗ ମନ୍ତ୍ରୀ ଉମେଶ କଟ୍ଟୀଙ୍କ ଅକାଳ ନିଧନ ଯୋଗୁଁ ମର୍ମାହତ। ତାଙ୍କର ମୃତ୍ୟୁରେ ରାଜ୍ୟ ଜଣେ ଦକ୍ଷ କୂଟନୀତିଜ୍ଞ, ସକ୍ରିୟ ନେତା ଏବଂ ବିଶ୍ବସ୍ତ ସରକାରୀ କର୍ମଚାରୀଙ୍କୁ ହରାଇଲା।

କଟ୍ଟୀଙ୍କର ମୃତ୍ୟୁ ସମ୍ବାଦ ପାଇବା ଖଣି  ଜଳ ସମ୍ପଦ ମନ୍ତ୍ରୀ ଗୋବିନ୍ଦ କାର୍ଜୋଲ୍‌, ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର ଏବଂ କେତେକ ‘ବିଜେପି’ ନେତାଙ୍କ ସମେତ ତାଙ୍କର କେତେକ କ୍ୟାବିନେଟ୍‌ ସହଯୋଗୀ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଉମେଶ କଟ୍ଟୀଙ୍କ ମୃତ୍ୟୁ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ।
Published by:Soumyashree Mishra
First published: