News18 Odia Digital
କର୍ଣ୍ଣାଟକ: କର୍ଣ୍ଣାଟକରେ ବ୍ୟୁରୋକ୍ରାଟ୍ସ ଯୁଦ୍ଧ। ମୁହାଁମୁହିଁ ହୋଇଛନ୍ତି ଆଇଏଏସ୍ (IAS) ଓ ଆଇପିଏସ୍ (IPS) । ଆଇପିଏସ୍ ଅଫିସର ଡି. ରୂପା ଏବଂ ଆଇଏଏସ୍ ଅଫିସର ରୋହିଣୀ ସିନ୍ଦୁରୀଙ୍କ ମଧ୍ୟରେ ଜୋର୍ ଧରିଛି ବାକ୍ ଯୁଦ୍ଧ।
ଆଇପିଏସ୍ ଡି. ରୂପା ଅଭିଯୋଗ କରିଛନ୍ତି ଯେ ଆଇଏଏସ୍ ଅଫିସର ରୋହିଣୀ ସିନ୍ଦୁରୀ ଫେସବୁକରେ ଏକାଧିକ ପୁରୁଷ ଆଇଏଏସ୍ ଅଫିସରଙ୍କ ସହ ତାଙ୍କ ଫଟୋ ସେୟାର କରିଛନ୍ତି। ଏହା ସର୍ଭିସ୍ ଗାଇଡଲାଇନର ଉଲ୍ଲଂଘନ କରୁଛି।
କର୍ଣ୍ଣାଟକ ରାଜ୍ୟ ହସ୍ତଶିଳ୍ପ ଉନ୍ନୟନ ନିଗମ ପରିଚାଳନା ନିର୍ଦ୍ଦେଶିକା ଆଇପିଏସ୍ ଡି. ରୂପା କହିଛନ୍ତି ଯେ ଏକାଧିକ ପୁରୁଷ ଆଇଏଏସ୍ ଅଫିସରଙ୍କ ସହ ତାଙ୍କ ଫଟୋ ପୋଷ୍ଟ କରିବା ଘଟଣାକୁ କେହି କେହି ଭିନ୍ନ ଦୃଷ୍ଟିରେ ଦେଖିପାରନ୍ତି।
ପଢ଼ନ୍ତୁ ଏହି ଖବର: ଦ୍ବିତୀୟ ବିବାହ କରିବେ IAS ଅନନ୍ୟା ଦାସ; ବଲାଙ୍ଗୀର ଜିଲ୍ଲାପାଳଙ୍କ ସହ କଲେ ନିର୍ବନ୍ଧଯଦିଓ ଫଟୋଟି ବାହାରକୁ ସାଧାରଣ ବୋଲି ପ୍ରତୀୟମାନ ହେଉଛି କିନ୍ତୁ ଏହାକୁ ଯଦି ଆଇଏଏସ୍ ଅଫିସରମାନେ ବ୍ୟକ୍ତିଗତ ଭାବେ ସେୟାର କରନ୍ତି, ତେବେ ଏହା ବ୍ୟକ୍ତିଗତ ବ୍ୟାପାରର ରୂପ ନେଇପାରେ ବୋଲି ସେ ଆଶଙ୍କା କରିଛନ୍ତି।
ଫେସବୁକ୍ରେ ଆଇପିଏସ୍ ଡି. ରୂପା ଆଣିଥିବା ଅଭିଯୋଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଇଏଏସ୍ ରୋହିଣୀ ସିନ୍ଦୁରୀ।
ସେ କହିଛନ୍ତି ଯେ ତାଙ୍କ ବିରୋଧରେ IPS ଡି. ରୂପା ଆଣିଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ। ସୋସିଆn ମିଡ଼ିଆରୁ IPS ଅଧିକାରିଣୀ ଯେଉଁ ସ୍କ୍ରିନସଟ୍ ସେୟାର କରିଛନ୍ତି ତାହା ମଧ୍ୟ ଠିକ୍ ନୁହେଁ। ଏହା ତାଙ୍କୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର। ତାଙ୍କ ବିରୋଧରେ ଯେଉଁ ମିଥ୍ୟା ଅଭିଯାନ ଚଳାଇଛନ୍ତି IPS ଡି. ରୂପା, ତାକୁ ବିରୋଧ କରି ସେ ଆଇନର ଆଶ୍ରୟ ନେବେ ବୋଲି IAS ରୋହିଣୀ କହିଛନ୍ତି।
ଦୁଇ ଅଫିସରଙ୍କ ଭିତରେ ଚାଲିଥିବା ବିବାଦକୁ ଗୁରୁତ୍ବର ସହ ନେଇଛି କର୍ଣ୍ଣାଟକ ଗୃହ ମନ୍ତ୍ରାଳୟ। ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର, ଏହି ଦୁଇ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସେ କହିଛନ୍ତି, ‘‘ଏହି ଘଟଣାକୁ ନେଇ ସେ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।