ହିଜାବ ବିବାଦକୁ ନେଇ ହୋଇପାରିଲାନି ଶୁଣାଣି; ଆସିଲା ଦୁଇ ବିଚାରପତିଙ୍କ ଭିନ୍ନ ମତ

ହିଜାବ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟର ଉଭୟ ବିଚାରପତିଙ୍କ ମତ ଭିନ୍ନ ଆସିଛି। ଯାହା ପରେ ଏହାକୁ ଏକ ବଡ଼ ବେଞ୍ଚକୁ ପଠାଇବାକୁ ପରାମର୍ଶ ଦିଆଯାଇଛି।

ହିଜାବ ବିବାଦ (ପ୍ରତୀକାତ୍ମକ ଛବି)

ହିଜାବ ବିବାଦ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Karnataka Hijab Row: କର୍ଣ୍ଣାଟକ ହିଜାବ ବିବାଦ ମାମଲାରେ ସୁପ୍ରିମକୋର୍ଟ ଏହାର ଶେଷ ରାୟ ଦେଇପାରି ନାହାଁନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ଉଭୟ ବିଚାରପତିଙ୍କ ମତ ଭିନ୍ନ ଥିଲା। ଯାହା ପରେ ଏହାକୁ ଏକ ବଡ଼ ବେଞ୍ଚକୁ ପଠାଇବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ତିନି କିମ୍ବା ଅଧିକ ବିଚାରପତିଙ୍କ ଏକ ବେଞ୍ଚ ଦ୍ୱାରା ହିଜାବ ମାମଲାର ଶୁଣାଣି ହେବ।

ସୁପ୍ରିମକୋର୍ଟରେ ଜଷ୍ଟିସ ଗୁପ୍ତା କହିଛନ୍ତି ଯେ ଆମର ଭିନ୍ନ ମତ ହେତୁ ଆମେ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଉଛୁ, ଯାହାଫଳରେ ସେ ଏକ ବଡ ବେଞ୍ଚ ଗଠନ କରିପାରିବେ। ଏହି ଆବେଦନ ବିରୋଧରେ ସେ ତାଙ୍କ ରାୟ ଦେଇଥିବାବେଳେ ଜଷ୍ଟିସ୍ ଧୂଲିଆଙ୍କ ଭିନ୍ନ ମତ ରହିଛି।

https://odia.news18.com/news/trending/karnataka-hijab-controversy-kapil-sibal-supreme-court-2lpd-100222-lpd-96091.html

ସୁପ୍ରିମକୋର୍ଟ ୧୦ ଦିନ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି କରିଛନ୍ତି। ଯାହା ପରେ ୨୨ ସେପ୍ଟେମ୍ବର ୨୦୨୨ ରେ ଏହି ନିଷ୍ପତ୍ତି ସଂରକ୍ଷିତ କରାଯାଇଥିଲା। ସେବେଠାରୁ ହିଜାବ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା।

ହିଜାବ ମାମଲାରେ ୧୧ ଦିନର ଦୀର୍ଘ ଶୁଣାଣି ପରେ କର୍ଣ୍ଣାଟକ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଏହି ବିଚାରରେ ଏହା ସ୍ପଷ୍ଟ ହୋଇଛି ଯେ ଇସଲାମରେ ହିଜାବ ବାଧ୍ୟତାମୂଳକ ନୁହେଁ। ଏହା ଇସଲାମିକ ପରମ୍ପରାର ଏକ ଅଂଶ ନୁହେଁ। ହାଇକୋର୍ଟ କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡ଼ିକରେ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ ଠିକ। ଛାତ୍ରୀମାନେ ଏହାକୁ ଅସ୍ୱୀକାର କରିପାରିବେ ନାହିଁ। ଏହା ସହ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। କେବଳ ଏତିକି ନୁହେଁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଜାରି କରିବାର ଅଧିକାର ଦେଇଛନ୍ତି।  ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ସରକାରଙ୍କ ଆଦେଶ ପ୍ରଦାନ କରିବାର ଅଧିକାର ରହିଛି।

https://odia.news18.com/news/trending/petitioner-conclude-their-argument-regarding-hijab-conflict-6ssm-220922-ssm-126545.html

ମୁସଲିମ ଛାତ୍ରୀମାନେ ଏହି ମାମଲାରେ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ସମ୍ବିଧାନରେ ସମସ୍ତଙ୍କର ଧର୍ମ ଅନୁସରଣ କରିବାର ଅଧିକାର ରହିଛି। ଏହା ମଧ୍ୟ କୁହାଯାଇଥିଲା ଯେ ହିଜାବ ପିନ୍ଧିବା ଆଇନ ଶୃଙ୍ଖଳା ପାଇଁ କୌଣସି ବିପଦ ସୃଷ୍ଟି କରେ ନାହିଁ। ଯେତେବେଳେ ଅନ୍ୟ ଧର୍ମର ଲୋକମାନେ କ୍ରସ୍ କିମ୍ବା ରୁଦ୍ରାକ୍ଷ ପିନ୍ଧି ପାରିବେ ସେତେବେଳେ ହିଜାବକୁ କାହିଁକି ନିଷେଧ କରାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ୟୁନିଫର୍ମ ରଙ୍ଗର ଓଢଣୀ ପିନ୍ଧାଯାଇପାରିବ। ଏଥିରେ ବିଶ୍ୱର ବାକି ଦେଶର ଯୁକ୍ତି ମଧ୍ୟ ଦିଆଯାଇଥିଲା।ଗୋଟିଏ ଧର୍ମକୁ ଟାର୍ଗେଟ କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ଆବେଦନରେ କୁହାଯାଇଛି।

ହିଜାବକୁ ବିରୋଧ କରି ଯୁକ୍ତି କରାଯାଇଥିଲା ଯେ ଇସଲାମରେ ହିଜାବ ବାଧ୍ୟତାମୂଳକ ନୁହେଁ। ହିଜାବ ସ୍କୁଲ ଓ କଲେଜଗୁଡ଼ିକରେ ଶିକ୍ଷଣ ପରିବେଶକୁ ପ୍ରଭାବିତ କରିଥାଏ  ଧର୍ମ ନାମରେ ଅନୁଶାସନକୁ ଭାଙ୍ଗିବାକୁ ଦିଆଯାଇପାରିବ ନାହିଁ। ଇରାନ ସମେତ ଅନେକ ଦେଶରେ ହିଜାବ ପାଇଁ ସଂଗ୍ରାମ ଜାରି ରହିଛି।
Published by:Soumya Das
First published: