Hijab Row: ବର୍ତ୍ତମାନ ଶୁଣାଣି ପାଇଁ ମନା କଲେ ସୁପ୍ରିମ କୋର୍ଟ; ପ୍ରସଙ୍ଗ ରଖିଥିଲେ କପିଲ ସିବଲ

Hijab Row: ବରିଷ୍ଠ ଆଡଭୋକେଟ କପିଲ ସିବଲ କର୍ଣ୍ଣାଟକ କଲେଜରେ ହିଜାବକୁ ନେଇ ବିବାଦୀୟ ପ୍ରସଙ୍ଗକୁ ସୁପ୍ରିମ କୋର୍ଟରେ ରଖିଥିଲେ। ସେ କହିଛନ୍ତି ଯେ ଦୁଇମାସ ପରେ ପରୀକ୍ଷା ହେବ ହେଲେ ଝିଅମାନଙ୍କୁ ସ୍କୁଲକୁ ଆସିବା ବନ୍ଦ କରାଯାଉଛି।

ହିଜାବ ପ୍ରସଙ୍ଗରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମ କୋର୍ଟ (ଫଟୋ ସୌଜନ୍ୟ-ଏବିପି ନ୍ୟୁଜ)

ହିଜାବ ପ୍ରସଙ୍ଗରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମ କୋର୍ଟ (ଫଟୋ ସୌଜନ୍ୟ-ଏବିପି ନ୍ୟୁଜ)

  • Share this:
News18 Odia Digital

ବେଙ୍ଗାଲୁରୁ: କର୍ଣ୍ଣାଟକର କଲେଜରେ ହିଜାବକୁ ନେଇ ବିବାଦ ସୁପ୍ରିମ କୋର୍ଟରେ ବର୍ତ୍ତମାନ ପହଞ୍ଚିଛି। ବରିଷ୍ଠ ଓକିଲ କପିଲ ସିବଲ ଗୁରୁବାର ଦିନ ସୁପ୍ରିମ କୋର୍ଟରେ ଏହି ମାମଲା ଦାୟର କରିଛନ୍ତି। ସେ କହିଛନ୍ତି ଯେ ଦୁଇମାସ ପରେ ପରୀକ୍ଷା ହେବ, ହେଲେ ବର୍ତ୍ତମାନ ଝିଅମାନଙ୍କୁ ସ୍କୁଲକୁ ଆସିବା ବନ୍ଦ କରାଯାଉଛି। ସେମାନଙ୍କ ଉପରେ ପଥର ଫିଙ୍ଗାଯାଉଛି। କପିଲ ସିବଲ କହିଛନ୍ତି ଯେ ଏହା ଧାର୍ମିକ ବିଷୟ ପରି, ଯାହା ଉପରେ ନଅ ଜଣିଆ ଜଜ୍ ବେଞ୍ଚ ଶୁଣାଣି କରିଥିଲେ।

ସୂଚନା ଅନୁଯାୟୀ ସୁପ୍ରିମ କୋର୍ଟର ନଅ ଜଣିଆ ଜଜ୍ ବେଞ୍ଚ ସବରିମାଳା ମନ୍ଦିର ବିବାଦର ଶୁଣାଣି କରିଥିଲେ। ସିବଲଙ୍କ ଆବେଦନ ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ହାଇ କୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ବୋଧହୁଏ ସେ ଆପଣଙ୍କୁ କିଛି ଆରାମ ଦେଇପାରନ୍ତି। ସେମାନଙ୍କୁ ପ୍ରଥମେ ଶୁଣାଣି ଆସିବାକୁ ଦିଅନ୍ତୁ।

କର୍ଣ୍ଣାଟକ ହାଇ କୋର୍ଟରୁ ହିଜାବ ବିବାଦ ସହ ଜଡ଼ିତ ଆବେଦନପତ୍ରକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ କୋର୍ଟ ତୁରନ୍ତ ମନା କରିଦେଇଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି ଯେ ଆଜି ହାଇ କୋର୍ଟ ଏହି ମାମଲା ଗ୍ରହଣ କରୁଛନ୍ତି। ଏଥି ପାଇଁ ଏହି ପର୍ଯ୍ୟାୟରେ ସୁପ୍ରମି କୋର୍ଟ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ?

କର୍ଣ୍ଣାଟକ ହାଇ କୋର୍ଟ ହିଜାବ ପିନ୍ଧିବାର ଅଧିକାର ପାଇଁ ଛାତ୍ରୀମାନଙ୍କ ଆବେଦନ ଉପରେ ବିଚାର କରୁଛନ୍ତି। ଏଥି ସହିତ ବଢୁଥିବା ବିବାଦକୁ ଦେଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ତିନି ଦିନ ଛୁଟି ଘୋଷଣା କରିଛନ୍ତି।

ଏହି ବିବାଦ କେବେ ଆରମ୍ଭ ହେଲା?

ଜାନୁଆରୀରୁ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଉଡୁପିରେ ଥିବା ଏକ ସରକାରୀ ପ୍ରି-ୟୁନିଭରସିଟି କଲେଜରେ ଏକ ଶ୍ରେଣୀରେ ହିଜାବ ପିନ୍ଧିଥିବା ଛାତ୍ରମାନଙ୍କୁ କଲେଜ ପରିସର ଛାଡ଼ିବାକୁ କୁହାଯାଇଥିଲା। ଏହି ପ୍ରସଙ୍ଗ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ୟାପିଛି।

ଦକ୍ଷିଣପନ୍ଥୀ ସଙ୍ଗଠନ ଦ୍ୱାରା ସମର୍ଥିତ ଯୁବକମାନେ ବେକରେ ଗାମୁଛା ପକାଇ ଏହି ପ୍ରସଙ୍ଗରେ ମଇଦାନକୁ ଓହ୍ଲାଇଛନ୍ତି । ତଥାପି ଗାମୁଛା ପିନ୍ଧିଥିବା ଛାତ୍ରମାନଙ୍କୁ ମଧ୍ୟ କ୍ଲାସରେ ବସିବାକୁ ଦିଆଯାଉ ନାହିଁ। ଏହି ପ୍ରସଙ୍ଗ ମଧ୍ୟ ଏକ ରାଜନୈତିକ ରଙ୍ଗ ନେଇଛି।

ରାଜ୍ୟରେ ଶାସକ ବିଜେପି କଲେଜ ଦ୍ୱାରା ଲାଗୁ ହୋଇଥିବା ୟୁନିଫର୍ମ ନିୟମକୁ ସମର୍ଥନ କରୁଛି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଅଭିଯୋଗ କରିଛି ଯେ ହିଜାବ ବିବାଦ ଯୁବପିଢ଼ିଙ୍କ ମନରପେ ବିଷ ଭରି ପାଇଁ ଏକ ଷଡ଼ଯନ୍ତ୍ର।
Published by:Lipina Das
First published: