ରେପ୍ ଅଭିଯୁକ୍ତ ବେଲ୍ ପାଇଲା; କୋର୍ଟ କହିଲେ: ‘‘ଭାରତୀୟ ନାରୀମାନେ ବଳାତ୍କାର ପରେ ଶୋଇପଡ଼ନ୍ତିନି’’

ହାଇ କୋର୍ଟ ଏହା ବି କହିଛନ୍ତି ଯେ ଅଭିଯୋଗକାରୀଣୀ ମହିଳା ନିଜ ଆବେଦନରେ ଲେଖିନାହାନ୍ତି ସେ ରାତି ୧୧ଟାରେ କାହିଁକି ନିଜ କାର୍ଯ୍ୟାଳୟକୁ ଅଭିଯୁକ୍ତ କର୍ମଚାରୀଙ୍କ ସହ ଯାଇଥିଲେ ଓ ତାଙ୍କୁ ନିଜ ସହ ସକାଳ ପର୍ଯ୍ୟନ୍ତ କାହିଁକି ରହିବାକୁ ଦେଇଥିଲେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବେଙ୍ଗାଲୁରୁ: ବଳାତ୍କାର ଅଭିଯୋଗର ସାମନା କରିବା ପରେ ଗିରଫ ହେବେ ବୋଲି ଆଶଙ୍କା କରୁଥିବା ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନ ମଞ୍ଜୁର କରି କର୍ଣ୍ଣାଟକ ହାଇ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ବଳାତ୍କାର ହେବା ପରେ କୌଣସି ଭାରତୀୟ ନାରୀ ଶୋଇପଡ଼ିବା ଏକ ‘‘ଅନୁପଯୁକ୍ତ ଆଚରଣ’’ ।

‘‘ଅଭିଯୋଗକାରୀ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ସ୍ପଷ୍ଟୀକରଣ ଯେ ଏହି କାର୍ଯ୍ୟ ସରିବା ପରେ ସେ କ୍ଳାନ୍ତ ହୋଇପଡ଼ିଥିଲେ ଓ ଶୋଇଯାଇଥିଲେ ଜଣେ ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଏକ ଅନୁପଯୁକ୍ତ ଆଚରଣ । ବଳାତ୍କାର ହେବା ପରେ ଆମ ନାରୀମାନେ ଏମିତି ବ୍ୟବହାର କରନ୍ତି ନାହିଁ,’’ ଅଭିଯୁକ୍ତର ଗିରଫ-ପୂର୍ବ ଜାମିନ୍‌ ମଞ୍ଜୁର କରିବା ବେଳଏ ଜଷ୍ଟିସ୍ କୃଷ୍ଣ ଏସ୍. ଦୀକ୍ଷିତ୍ ଏହା କହିଛନ୍ତି ।

ଗତ ମାସରେ ଜଣେ ୨୭ ବର୍ଷୀୟ ଯୁବକ ନିଜ କର୍ମଦାତ୍ରୀ (ମାଲିକାଣୀ)ଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିବା ପୂର୍ବରୁ କର୍ଣ୍ଣାଟକ ହାଇ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ଅଭିଯୁକ୍ତ ଜଣକ ବିବାହର ପ୍ରତିଶୃତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଘଟଣାର ରାତିରେ ସେ ମହିଳାଙ୍କ ସହ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଓ ସେଠାରେ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଗତ ମାସରେ ଜଣେ ୨୭ ବର୍ଷୀୟ ଯୁବକ ନିଜ କର୍ମଦାତ୍ରୀ (ମାଲିକାଣୀ)ଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିଥିଲା ।


ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଯୁବକଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୭୬ (ବଳାତ୍କାର), ୪୨୦ (ପ୍ରତାରଣା) ଓ ୫୦୬ (ଅପରାଧିକ ଭୟ ଦେଖାଇବା) ଅନୁଯାୟୀ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା ୬୬-ଖ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା ।

ଜାମିନ ଆବେଦନର ଶୁଣାଣି ସମୟରେ ଜଷ୍ଟିସ କୃଷ୍ଣ ଏସ୍‌. ଦୀକ୍ଷିତଙ୍କ ଏକକ ଖଣ୍ଡପୀଠ ଏହି ବଳାତ୍କାର ଅଭଯୋଗର ସତ୍ୟତା ଉପରେ ସନ୍ଦେହ ପ୍ରକାଶ କରିଥିଲେ । ଅଭିଯୋଗକାରୀଣୀ ମହିଳା ଅଭିଯୁକ୍ତଙ୍କ ସହିତ ମଦ୍ୟ ପାନ କରିବାକୁ ବିରୋଧ କରି ନ ଥିଲେ ବୋଲି ବି ଜଜ୍‌ କହିଛନ୍ତି ।

ଅଭିଯୁକ୍ତ ଯୁବକ ମହିଳାଙ୍କ କାରରେ ଆସି ବସିବା ଓ ତାଙ୍କ ସହ ମଦ୍ୟ ପାନ କରିବା ସମୟରେ ମହିଳା ବଡ଼ ପାଟି ନ କରିବା ଓ ପର ଦିନ ସକାଳ ପର୍ଯ୍ୟନ୍ତ ଅଭିଯୋଗ ଦାଖଲ କରିବାକୁ ଅପେକ୍ଷା କରିବା ଅସ୍ୱାଭାବିକ କଥା ବୋଲି ହାଇ କୋର୍ଟ କହିଛନ୍ତି ।

କୋର୍ଟ ଏହା ବି କହିଛନ୍ତି ଯେ ଅଭିଯୋଗକାରୀଣୀ ମହିଳା ନିଜ ଆବେଦନରେ ଲେଖିନାହାନ୍ତି ସେ ରାତି ୧୧ଟାରେ କାହିଁକି ନିଜ କାର୍ଯ୍ୟାଳୟକୁ ଯାଇଥିଲେ; ଅଭିଯୁକ୍ତ ଯୁବକଙ୍କ ସହ ମଦ୍ୟ ପାନ କରିବାକୁ ବିରୋଧ ରି ନ ଥିଲେ ଓ ତାଙ୍କୁ ନିଜ ସହ ସକାଳ ପର୍ଯ୍ୟନ୍ତ ରହିବାକୁ କାହିଁକି ଅନୁମତି ଦେଇଥିଲେ ।

‘‘ଅଭିଯୋଗକାରୀଣୀଙ୍କ ଦ୍ୱାରା ଦିଆଯାଇଥିବା ବ୍ୟାଖ୍ୟା ଯେ ଏହି କାର୍ଯ୍ୟ ହେବା ପରେ ସେ ଥକି ଯାଇଥିଲେ ଓ ଶୋଇପଡ଼ିଥିଲେ ଜଣେ ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଅନୁପଯୁକ୍ତ ଆଚରଣ । ଆମ ମହିଳାମାନେ ବଳାତ୍କାରର ସାମନା କରିବା ବେଳେ ଏମିତି ପ୍ରତିକ୍ରିୟା ଦିଅନ୍ତି ନାହିଁ,’’ ଜଜ୍‌ କହିଥିଲେ ।

ଏହା ବି ପଢ଼ନ୍ତୁ: 

୧୬ ବର୍ଷୀୟା ଟିକ୍ ଟକ୍ ଷ୍ଟାର୍ ସିୟା କକ୍କଡ଼ ନିଜ ଘରେ ଆତ୍ମହତ୍ୟା କରି ଜୀବନ ଲୀଳା ଶେଷ କଲେ

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
Published by:Anand Shankar Thankur Das
First published: