Karnatak Election ଏଥର ଚମକାଇଦେବ କର୍ଣ୍ଣାଟକ ନିର୍ବାଚନ ରେଜଲ୍ଟ !

  • News18 Odia
  • Last Updated :
  • Karnataka, India
  • Share this:
News18 Odia Digital

କର୍ଣ୍ଣାଟକରେ ଆସିବ କି ଚମକାଇଲା ଭଳି ଫଳାଫଳ ! ଦକ୍ଷିଣରେ ଏଥର ବିଜେପି ସୁନାମୀ ନା କଂଗ୍ରେସ ଜୁଆର ! ନିର୍ବାଚନ ଯେତେ ପାଖଉଛି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ ଟସଲ୍ ସେତେ ତୀବ୍ର ହେଉଛି । ସବୁ ସୀମା ଟପି ଯାଇଛି ପରସ୍ପର ବିରୋଧୀ ବୟାନବାଜି ଏବଂ ବ୍ୟକ୍ତିଗତ ଆକ୍ଷେପ । ଏହାରି ଭିତରେ ଦୁଇ ଦଳର ଘୋଷଣା ପତ୍ରରେ, ତୁଷ୍ଟୀକରଣ ଏବଂ ଧ୍ବୁବୀକରଣର ସଂକେତ ସ୍ପଷ୍ଟ ବାରିହୋଇ ପଡୁଛି । ବିଜେପିର ‘ୟୁନିଫର୍ମ ସିଭିଲ୍ କୋଡ’ ବନାମ କଂଗ୍ରେସର ‘ବଜରଙ୍ଗ ଦଳ ବ୍ୟାନ୍’ ପ୍ଲାଙ୍କ୍, ରାଜ୍ୟ ରାଜନୀତିକୁ କରିଛି ହଲଚଲ୍ ।

କର୍ଣ୍ଣାଟକରେ ପୁଣି ଫୁଟିବ ପଦ୍ମ ?

କାମ କରିବ କି ପ୍ରଧାନମନ୍ତ୍ରୀଙ୍କ ଡବଲ ଇଞ୍ଜିନ୍ ଫର୍ମୁଲା ! ମୋଦିଙ୍କ ନାଁରେ ପଡ଼ିବ କି ଭୋଟ୍ ! ନା ବଦଳିବ ଜନମତ ! ହାତକୁ ଆପଣାଇବେ କି କନ୍ନଡିଗା ! ୨୦୧୮ରେ ରାଜସ୍ଥାନ, ମଧ୍ଯପ୍ରଦେଶ, ଛତିଶଗଡ଼ ଭଳି, ୨୦୨୩ରେ କର୍ଣ୍ଣାଟକରେ ପାସ୍ ହେବେ କି ରାହୁଲ ଗାନ୍ଧି ! ସର୍ବେକ୍ଷଣ ସଂସ୍ଥାଗୁଡ଼କରେ ଆକଳନ ଏବଂ ଅଙ୍କକଷାକୁ ଦେଖି ଏବେଠୁ ଧଡ଼ଧଡ଼ ହେଲାଣି ରାଜନୈତିକ ଦଳ ଏବଂ ରାଜନେତାଙ୍କ ଛାତି । ମେ’ ୧୦ରେ ଭୋଟ୍ ଏବଂ ୧୩ରେ ରେଜଲ୍ଟ ଆସିବାକୁ ଥିବା ବେଳେ, ଦ୍ବନ୍ଦ୍ବରେ ଉଭୟ ଶାସକ ଏବଂ ବିରୋଧୀ ।

ନିର୍ବାଚନ ତାରିଖ ଯେତେ ପାଖଉଛି, କର୍ଣ୍ଣାଟକ ରାଜନୈତିକ ପାଣିପାଗ ସେତେ ଉଷ୍ମ ହେଉଛି । ଓପିନିଅନ୍ ପୋଲ୍ ଏବଂ ପୋଲ୍ ଅପ୍ ପୋଲ୍ସକୁ ନେଇ, ଆଶା-ଆଶଙ୍କାରେ ଉଭୟ ଶାସକ ଏବଂ ବିରୋଧୀ । ସତ୍ତା ପାଇଁ ମୁଦ୍ଦା ବଦଳାଇଲେଣି ରାଜନୈତିକ ଦଳ । ପ୍ରତିଯୋଗିତାରେ ପଛରେ ପଡ଼ିଯାଇଛି ମୌଳିକ ପ୍ରସଙ୍ଗ । ଫ୍ରଣ୍ଟଫୁଟରେ ତୁଷ୍ଟୀକରଣ ଏବଂ ଧ୍ରୁବୀକରଣ ରାଜନୀତି । ବିଜେପି ପରେ କଂଗ୍ରେସ ଘୋଷଣା କରିଛି ନିର୍ବାଚନୀ ଇସ୍ତାହାର । ବିଜେପି ବଚନପତ୍ରରେ ହିନ୍ଦୁତ୍ବ କାର୍ଡ । ଉଗାଦି, ଗଣେଶ ଚତୁର୍ଥୀ ଏବଂ ଦୀପାବଳୀରେ ମାଗଣା ଗ୍ୟାସ୍ ସିଲିଣ୍ଡର ପ୍ରଦାନର ପ୍ରତିଶ୍ରୁତି । କର୍ଣ୍ଣାଟକରେ ବୁଣାଯାଇଛି ତୁଷ୍ଟୀକରଣ ରାଜନୀତିର ମଞ୍ଜି । ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ସେପଟେ ବିଜେପିକୁ ଟକ୍କର ଦେବାକୁ ସଂଖ୍ୟାଲଘୁ କାର୍ଡ ଖେଳିଛି କଂଗ୍ରେସ । କଂଗ୍ରେସ ଘୋଷଣାନାମାରେ ସବୁଠୁ ଚର୍ଚ୍ଚାରେ ରହିଛି ‘ବଜରଙ୍ଗ ଦଳ ବ୍ୟାନ୍’ ପ୍ରତିଶ୍ରୁତି । ବେଙ୍ଗଳୁରୁରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି ୧୦ ସୂତ୍ରୀ ‘ସଂକଳ୍ପ ପତ୍ର’ । ହିମାଚଳ ପ୍ରଦେଶ ଭଳି କର୍ଣ୍ଣାଟକରେ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ପ୍ରତିଶ୍ତୁତି ଦେଇଛି ଦଳ । ବଜରଙ୍ଗ ଦଳ ଏବଂ ପିଏଫଆଇ ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ସୃଷ୍ଟି ହୋଇଛି ମୁହାଁମୁହିଁ ସ୍ଥିତି ।



‘ବ୍ରାଣ୍ଡ କର୍ଣ୍ଣାଟକ’ ପାଲଟିଛି ବଡ଼ ନିର୍ବାଚନୀ ମୁଦ୍ଦା । ‘ନନ୍ଦିନୀ’ ବନାମ ‘ଅମୁଲ’, ରାଜ୍ୟ ରାଜନୀତିର ଶିରା ପ୍ରଶିରାରେ ପ୍ରସାରୀ ଯାଇଛି । ବ୍ରାଣ୍ଡ ନନ୍ଦିନୀ ଦୌଡ଼ରେ ପଛରେ ପଡ଼ିଯାଇଥିବା ବିଜେପି ମାନିଫେଷ୍ଟୋରେ ସ୍ଥାନ ପାଇଛି ‘ମାଗଣା ମିଲ୍କ’ । ସେପଟେ ଘରୋଇ ଦୁଗ୍ଧ ବ୍ରାଣ୍ଡକୁ ପ୍ରୋତ୍ସାହନ ଦେବାକୁ, ସବସିଡି କାର୍ଡ ଖେଳିଛି କଂଗ୍ରେସ । ଦାରିଦ୍ର୍ୟ ଏବଂ ବେକାରୀ ଭଳି ମୁଖ୍ଯ ମୁଦ୍ଦା ମଧ୍ଯରେ ଧସେଇ ପଶିଛି ତୁଷ୍ଟୀକରଣ ଏବଂ ଧ୍ରୁବୀକରଣ ରାଜନୀତି । ଭୋଟ୍ ପାଇଁ, ହିନ୍ଦୁତ୍ବ ଏବଂ ସଂଖ୍ୟାଲଘୁଙ୍କୁ ଅସ୍ତ୍ର କରିଛନ୍ତି ଉଭୟ ଶାସକ ଏବଂ ବିରୋଧୀ ।



କଂଗ୍ରେସର ୧୦ ଗ୍ୟାରେଣ୍ଟିକୁ ତାତ୍ସଲ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକର ଚିତ୍ରଦୁର୍ଗ ଏବଂ ସିନ୍ଧନୁରରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ, କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି, ଯେଉଁ ଦଳ, ନିଜର ୱାରେଣ୍ଟି ହରାଇବାକୁ ବସିଛି, ସେହି ଦଳ ଜନତାଙ୍କୁ ୱାରେଣ୍ଟି ଦେବା ହାସ୍ୟାସ୍ପଦ । କଂଗ୍ରେସକୁ ବିନା ୱାରେଣ୍ଟି ୱାଲା ପାର୍ଟି କହିଛନ୍ତି ପ୍ରଧାନମନ୍ତ୍ରୀ । କର୍ଣ୍ଣାଟକରେ ଜୋର ଧରିଛି ତୁଷ୍ଟୀକରଣ ରାଜନୀତି । ଯାହାକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ପର୍ବ । କଂଗ୍ରେସ ଏବଂ ଜେଡିଏସକୁ ଆତଙ୍କ ଏବଂ ଆତଙ୍କୀବାଦୀ ତୁଷ୍ଟୀକରଣ ଦଳ ଭାବେ ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସର ‘୪୦ ପ୍ରତିଶତ ପିସି ସରକାର’ ଅଭିଯୋଗର ଜବାବରେ, ବିରୋଧୀ ଦଳକୁ ‘୮୫ ପ୍ରତିଶତ ପିସି ପାର୍ଟି’ ବୋଲି କହିଛନ୍ତି ମୋଦି ।

ପଢ଼ନ୍ତୁ ଏଇ ଖବର:  କାହା ସପକ୍ଷରେ କର୍ଣ୍ଣାଟକ ଜନାଦେଶ ?

ଶେଷ ପର୍ଯ୍ଯାୟରେ କର୍ଣ୍ଣାଟକ ରଣ । ରାଜ୍ୟର ୬ଟି ଯାକ ସେଗମେଣ୍ଟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ହେଉଛି ଲଢ଼େଉ । କେଉଁଠି ଜାତି ଏବଂ ସମୂଦାୟ ତ... ଆଉ କେଉଁଠି ଧର୍ମ ଏବଂ ସଂଖ୍ଯାଲଘୁ ପ୍ରସଙ୍ଗ । ହିନ୍ଦୁତ୍ବର ପ୍ରୟୋଗଶାଳା ଭାବେ ଜଣାଶୁଣା ଉପକୂଳ କର୍ଣ୍ଣାଟକରେ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ସେପଟେ କଂଗ୍ରେସ ଏବଂ ଜେଡିଏସର ଗଡ଼ କୁହାଯାଉଥିବା ପୁରୁଣା ମହୀଶୂରରେ, ଏଣ୍ଟ୍ରି କରିସାରିଛି ପଦ୍ମଦଳ । ମାତ୍ର ଏବେ ବି ଚିତ୍ର ଅସ୍ପଷ୍ଟ । କାହା ସପକ୍ଷରେ ଯିବ ୨୦୨୩ କର୍ଣ୍ଣାଟକ ଜନାଦେଶ ? ବିଜେପିର ରାଷ୍ଟ୍ରବାଦ ଏବଂ ବିକାଶ ମଡେଲ୍ ନା କଂଗ୍ରେସ ଏବଂ ଜେଡିଏସର ‘ବ୍ରାଣ୍ଡ କର୍ଣ୍ଣାଟକ’ ଏବଂ ଜାତି କାର୍ଡ ! ମୋଦିଙ୍କ ଡବଲ ଇଞ୍ଜିନର ଡବଲ ସ୍ପିଡ୍ ନା ରାହୁଲ ଗାନ୍ଧିଙ୍କ ଫ୍ରି- ବିଜ୍ । ନା ସମସ୍ତଙ୍କୁ ଚମକାଇଲା ଭଳି ହେବ କର୍ଣ୍ଣାଟକ ରେଜଲ୍‌ଟ ।

ରିପୋର୍ଟ- ଜୟଦେବ ଜେନା
Published by:nihar panda
First published: