Karnataka Election: ଆସିଲା ଏକଜିଟ୍ ପୋଲ୍... କିଙ୍ଗ୍‌ ମେକର୍ ସିଟ୍‌ରେ ଜେଡିଏସ୍ !

Karnataka Election 2023: କର୍ଣ୍ଣାଟକ ନିର୍ବାଚନକୁ ନେଇ ଆସିଲା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ରିପୋର୍ଟ । ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପି ଓ କଂଗ୍ରେସ ଭିତରେ କଡ଼ା ଟକ୍କର ଥିବା ଦେଖିବାକୁ ମିଳିଛି ।

Karnataka Election: ଆସିଲା ଏକଜିଟ୍ ପୋଲ୍... କିଙ୍ଗ୍‌ ମେକର୍ ସିଟ୍‌ରେ  ଜେଡିଏସ୍ !

Karnataka Election: ଆସିଲା ଏକଜିଟ୍ ପୋଲ୍... କିଙ୍ଗ୍‌ ମେକର୍ ସିଟ୍‌ରେ ଜେଡିଏସ୍ !

  • News18 Odia
  • Last Updated :
  • Karnataka, India
  • Share this:
News18 Odia Digital

Karnataka Election 2023: କର୍ଣ୍ଣାଟକ ନିର୍ବାଚନକୁ ନେଇ ଆସିଲା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ରିପୋର୍ଟ । ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପି ଓ କଂଗ୍ରେସ ଭିତରେ କଡ଼ା ଟକ୍କର ଥିବା ଦେଖିବାକୁ ମିଳିଛି । ଆଉ କିଙ୍ଗ୍ ମେକର ସିଟ୍‌ରେ ରହିଛି ଜେଡିଏସ୍ । TV9ର ଏକଜିଟ୍ ପୋଲ୍ ସର୍ଭେ ରିପୋଟ୍ କହୁଛି, ବିଜେପିକୁ ମିଳିପାରେ ୮୮ରୁ ୯୮ ଆସନ । ଆଉ କଂଗ୍ରେସକୁ ଯାଇପାରେ ୯୯ରୁ ୧୦୯ ସିଟ୍ । ଆଉ JDS ଖାତାକୁ ଯାଇପାରେ ୨୧ରୁ ୨୬ ସିଟ୍ ।... JAN KI BAAT ।

ଏକଜିଟ୍ ପୋଲ୍ ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେପିକୁ ଯାଇପାରେ ୯୪ରୁ ୧୧୭ ସିଟ୍ । ଯେତେବେଳେ କି କଂଗ୍ରେସ ଦଖଲ କରିପାରେ ୯୧ରୁ ୧୦୬ ଆସନ । ଜେଡିଏସ୍‌କୁ ୧୪ରୁ ୨୪ ଆସନ ଦେଇଛି ଜନ୍ କି ବାତ୍ ସର୍ଭେ ।...

ZEE MATRIZEର ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ, ବିଜେପି ଖାତାକୁ ଯାଉଛି ୭୯ରୁ ୯୪ ଆସନ । କଂଗ୍ରେସକୁ ୧୦୩ରୁ ୧୧୮ ସିଟ୍ ଯାଇପାରେ । ଯେତେବେଳେ କି ଜେଡିଏସ୍ ଖାତାକୁ ଯାଉଛି ୨୫ରୁ ୩୩ ଆସନ ।...POLSTRATର ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେପିକୁ ୮୮ରୁ ୯୮ ଆସନ ମିଳୁଥିବା ବେଳେ କଂଗ୍ରେସକୁ ମିଳୁଛି ୯୯ରୁ ୧୦୯ ଆସନ । ଆଉ ଜେଡିଏସ୍ ଖାତାକୁ ଯାଉଛି ୨୧ରୁ ୨୬ ଆସନ ।... CGS ସଂସ୍ଥାର ଏକଜିଟ୍ ପୋଲ୍ ସର୍ଭେ କହୁଛି ବିଜେପି ପାଇବ ୧୧୪ ଆସନ, କଂଗ୍ରେସକୁ ମିଳିବ ୮୬ ଆସନ ଏବଂ ଜେଡିଏସକୁ ମିଳିପାରେ ୨୧ଟି ଆସନ ।....P-MARQର ଏକଜିଟ୍ ପୋଲ୍ ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେପିକୁ ମିଳିପାରେ ୮୫ରୁ ୧୦୦ ସିଟ୍ ଆଉ କଂଗ୍ରେସକୁ ମିଳିପାରେ ୯୪ରୁ ୧୦୮ ଆସନ । ସେହିପରି ଜେଡିଏସ୍ ଖାତାକୁ ଯାଇପାରେ ୨୪ରୁ ୩୨ ଆସନ, ଅନ୍ୟାନ୍ୟ ଦଳ ପାଇପାରନ୍ତି ୨ରୁ ୬ଟି ସିଟ୍ ।

REPUBLICର ଏକଜିଟ୍ ପୋଲ୍ ସର୍ଭେ କହୁଛି, ବିଜେପି ୮୫ରୁ ୧୦୦ ସିଟ୍ ପାଇପାରେ, ଆଉ କଂଗ୍ରେସକୁ ମିଳିପାରେ ୯୪ରୁ ୧୦୮ ସିଟ୍ । ଜେଡିଏସ୍ ୨୪ରୁ ୩୨ ସିଟ୍ ପାଉଥିବା ବେଳେ ଅନ୍ୟାନ୍ୟ ଦଳ ପାଇପାରନ୍ତି ୨ରୁ ୬ଟି ସିଟ୍ ।...ABP C-VOTERର ଏକଜିଟ୍ ପୋଲ୍ ସର୍ଭେ କହୁଛି ବିଜେପି ଖାତାକୁ ଯାଇପାରେ ୬୬-୮୬ ଆସନ ।

ସେହିପରି କଂଗ୍ରେସ ଖାତାକୁ ଯାଇପାରେ ୮୧ରୁ ୧୦୧ ଆସନ ଏବଂ ଜେଡିଏସ୍ ଖାତାକୁ ଯାଇପାରେ ୨୦ରୁ ୨୭ ଆସନ । ETGର ଏକଜିଟ୍ ପୋଲ ସର୍ଭେ ଅନୁସାରେ ବିଜେପିକୁ ମିଳିପାରେ ୭୮-୯୨ ଆସନ । ସେହିପରି କଂଗ୍ରେସକୁ ମିଳିପାରେ ୧୦୬-୧୨୦ ଆସନ । ଜେଡିଏସ୍‌କୁ ମିଳିପାରେ ୨୦-୨୬ ଆସନ ଏବଂ ଅଦରକୁ ମିଳିପାରେ ୨-୪ଟି ଆସନ ।

ପଢନ୍ତୁ ଏହି ଖବର : Success Story: ବିଦେଶୀ ଚାକିରି ଛାଡିଲେ... ବିବାହର ୯ ଦିନରେ ପାଇଲେ IAS
Published by:Sujit Swain
First published: