କର୍ଣ୍ଣାଟକ ବିଧାନସଭା ଡେପୁଟି ବାଚସ୍ପତି ତଥା ତିନିଥର ବିଜେପି ବିଧାୟକ ଆନନ୍ଦ ମାମାନୀଙ୍କ ଦେହାନ୍ତ
- News18 Odia
- Last Updated :
- New Delhi, India
News 18 Odia Digital
କର୍ଣ୍ଣାଟକ: ଶନିବାର ବିଳମ୍ବିତ ରାତିରେ କର୍ଣ୍ଣାଟକ ବିଧାନସଭା ଡେପୁଟି ବାଚସ୍ପତି ତଥା ତିନିଥର ବିଜେପି ବିଧାୟକ ଆନନ୍ଦ ମମାନୀଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ ସେ ଏକ ମାସରୁ ଅଧିକ ସମୟ ଧରି ଅସୁସ୍ଥ ଥିଲେ। ସେ ବାଙ୍ଗାଲୋରର ମଣିପାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରଥମେ ଜଣେ ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କୁ ଚେନ୍ନାଇ ଏବଂ ପରେ ମଣିପାଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେ ଗତ କିଛି ଦିନ ହେବ କୋମାରେ ଥିଲେ। ସେ ମମାନି ସାଭାଦତୀ ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ତାଙ୍କ ଦଳର ସହକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟ୍ୱିଟରରେ ବମ୍ମାଇ ଲେଖିଛନ୍ତି, “ଆମ ଦଳର ବିଧାୟକ, ରାଜ୍ୟ ବିଧାନସଭାର ମାନ୍ୟବର ଡେପୁଟି ସ୍ପିକର ଶ୍ରୀ ଆନନ୍ଦ ଚନ୍ଦ୍ରଶେଖର ମମାନିଙ୍କ ଦେହାନ୍ତ ହୋଇଥିବାରୁ ମୁଁ ଅତ୍ୟନ୍ତ ଦୁଖିତ। ମୁଁ ପ୍ରାର୍ଥନା କରୁଛି ଯେ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ। ଶନିବାର ରାତିରେ ବମ୍ମାଇ ମଣିପାଲ ହସ୍ପିଟାଲ ପରିଦର୍ଶନ କରି ନେତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁର ମଣିପାଲ ଡାକ୍ତରଖାନାରେ ରାଜ୍ୟ ବିଧାନସଭାର ମାନ୍ୟବର ଡେପୁଟି ସ୍ପିକର ଆନନ୍ଦ ମମାନୀଙ୍କୁ ଭେଟି ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।
ଆନନ୍ଦ କର୍ଣ୍ଣାଟକର ସାଭାଦତୀ ୟାଲମା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ସେ ବିଜେପିର ତିନିଥର ବିଧାୟକ ଥିଲେ। ୨୦୨୦ ମସିହାରେ ସେ ସର୍ବସମ୍ମତି କ୍ରମେ କର୍ଣ୍ଣାଟକ ବିଧାନସଭାର ଡେପୁଟି ସ୍ପିକର ଭାବରେ ନିର୍ବାଚିତ ହୋଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।