ଗ୍ରାମ ଦେବତାଙ୍କୁ ଛୁଇଁବାରୁ ଦଳିତ ପରିବାରକୁ ୬୦ ହଜାର ଟଙ୍କା ଜୋରିମାନା

ଗ୍ରାମ ଦେବତାଙ୍କ ମୂର୍ତ୍ତି ଛୁଇଁବା ଅଭିଯୋଗରେ ଗୋଟିଏ ଦଳିତ ପରିବାରକୁ ୬୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିଛି। ଏନେଇ ୮ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ଗ୍ରାମ ଦେବତାଙ୍କୁ ଛୁଇଁବାରୁ ଦଳିତ ପରିବାରକୁ ୬୦ ହଜାର ଟଙ୍କା ଜୋରିମାନା (ପ୍ରତୀକାତ୍ମକ ଛବି)

ଗ୍ରାମ ଦେବତାଙ୍କୁ ଛୁଇଁବାରୁ ଦଳିତ ପରିବାରକୁ ୬୦ ହଜାର ଟଙ୍କା ଜୋରିମାନା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଜଣେ ଦଳିତ ଜାତିର ପିଲା ଗ୍ରାମ ଦେବତାଙ୍କ ମୂର୍ତ୍ତିକୁ ଛୁଇଁବାରୁ ତାଙ୍କ ପରିବାରକୁ ୬୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କୋଲାର ଜିଲ୍ଲାର ଉଲାରାହଲ୍ଲୀ ଗାଁରେ।

ବୋକାଲିଗା ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ଉଲାରାହଲ୍ଲୀ ଗାଁରେ କେବଳ ୮-୧୦ ସମ୍ପ୍ରଦାୟର ଦଳିତ ପରିବାର ବାସ କରନ୍ତି। ସେପ୍ଟେମ୍ୱର ୮ ତାରିଖରେ, ଗ୍ରାମ ଏକ ଭୋଟାୟାମ ମେଳା ଆୟୋଜନ ହୋଇଥିଲା ଓ ଦଳିତମାନଙ୍କୁ ଗ୍ରାମ ଦେବତାଙ୍କ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା। ସେହି ଗାଁର ବାସିନ୍ଦା ଶୋବା ଓ ରମେଶଙ୍କ ୧୫ ବର୍ଷର ପୁଅ ମନ୍ଦିରକୁ ଯାଇଥିଲେ। ଦଶମ ଶ୍ରେଣୀରେ ପଢୁଥିବା ଏହି ବାଳକ ମନ୍ଦିରର ସ୍ତମ୍ଭକୁ ଛୁଇଁ ଦେଇଥିଲେ।

ଗ୍ରାମବାସୀ ଭେଙ୍କଟେଶପ୍ପା ଏହି ଘଟଣା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ।  ପିଲାଟି ଗାଁର ନିୟମକୁ ଅଣଦେଖା କରିଥିବା ସେ ଅଭିଯୋଗ କରିଥିଲେ।  ପରଦିନ ଗାଁରେ ପଞ୍ଚାୟତ ଡ଼କା ହୋଇଥିଲା। ଜଣେ ଦଳିତ ପିଲା ଗାଁର ଦେବତାଙ୍କୁ ଛୁଇଁବାରୁ ଗ୍ରାମବାସୀ କ୍ରୋଧିତ ହୋଇଥିଲେ।

ଗାଁ ମୁଖିଆ ନାରାୟଣସ୍ୱାମୀ ତାଙ୍କ ଉପରେ ୬୦ ହଜାର ଟଙ୍କା ଜୋରିମାନା ଲଗାଇଥିଲେ। ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଅକ୍ଟୋବର ୧ ତାରିଖ ସୁଦ୍ଧା ସେମାନେ ଜୋରିମାନା ପୈଠ ନକରନ୍ତି ତେବେ ସମଗ୍ର ପରିବାର ଗ୍ରାମବାସୀଙ୍କ ଦ୍ୱାରା ବାସନ୍ଦ ହେବେ।

ଗ୍ରାମବାସୀଙ୍କ ଏହି ନିଷ୍ପତ୍ତି ବିରୋଧରେ ଶୋବା ମସ୍ତି ପୋଲିସ ଷ୍ଟେସନରେ ୮ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଓ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ପରିବାରକୁ ଉଚ୍ଚ ଜାତିର ଲୋକମାନେ ଧମକ ଦେଇଥିଲେ।
Published by:Soumya Das
First published: