News18 Odia Digital
Karnataka Politics: କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ କସରତ ଭିତରେ କଂଗ୍ରେସ ନେତା ଡି.କେ ଶିବକୁମାର ଆଜି ଦିଲ୍ଲୀ ଯିବେ। ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇଯାଇଛି, ବିପି ମଧ୍ୟ ନିୟନ୍ତ୍ରଣରେ ଅଛି ତେଣୁ ଆଜି ସେ ଦିଲ୍ଲୀ ଯାଉଛନ୍ତି ଓ ଏଠାରେ ହାଇକମାଣ୍ଡଙ୍କୁ ଭେଟିବାର ଯୋଜନା ରହିଛି।
ଡିକେ ନିଜ ପ୍ରତିକ୍ରିୟାରେ କହିଛନ୍ତି, କୌଣସି ପୋଷ୍ଟ ପାଇଁ କାହାକୁ ବ୍ଲାକମେଲ କରିବେ ନାହିଁ, ସୋନିଆ ଗାନ୍ଧି ତାଙ୍କର ଆଦର୍ଶ। କଂଗ୍ରେସ ସମସ୍ତଙ୍କ ପାଇଁ ପରିବାର ଅଟେ। ଆମର ସମ୍ବିଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମକୁ ଦଳର ସମସ୍ତଙ୍କ ସ୍ୱାର୍ଥ ରକ୍ଷା କରିବାକୁ ପଡିବ। ସେମାନେ ମୋତେ ପସନ୍ଦ କରନ୍ତି କି ନାହିଁ, ମୁଁ ଦାୟୀ ଅଟେ । ଆମେ ଏହି ଘର ତିଆରି କରିଛୁ । ମୁଁ କେବଳ ଏହାର ଅଂଶବିଶେଷ । ଆମର ସଂଖ୍ୟା ୧୩୫ । ମୁଁ ଜଣେ ଦାୟିତ୍ୱବାନ ଲୋକ। ମୁଁ ପଛ ପଟରୁ ଛୁରୀ ଭୁଶିବିନି କି ବ୍ଲାକମେଲ କରିବିନି। ବିଧାୟକଙ୍କ ଭିତରେ ଭାଗ କରି କେବେ ବି ଖରାପ ଇତିହାସ ସୃଷ୍ଟି କରିବି ନାହିଁ । ଯଦି ଦଳ ଚାହିଁବ ତେବେ ମୋତେ ଦାୟିତ୍ୱ ଦେବ । ପୂର୍ବରୁ କଣ ହୋଇଥିଲା ସେ ବିଷୟରେ ମୁଁ ଆଲୋଚନା କରିବାକୁ ଚାହୁଁ ନାହିିଁ। କିଏ ବିଜୟର ପ୍ରମୁଖ ସୂତ୍ରଧର ସେ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ । ଦଳ ମୋର ଭଗବାନ, ଆମେ ଏହି ପାର୍ଟୀ ନିର୍ମାଣ କରିଛୁ ଓ ମୁଁ ଏହାର ଏକ ଅଂଶ ଓ ମୁଁ ଏଥିରେ ଏକା ନୁହେଁ ବୋଲି ସେ କହିଛନ୍ତି। ଜଣେ ମା ନିଜ ପିଲାକୁ ସବୁକିଛି ଦେଇଥାଏ ।
'ମୁଖ୍ଯମନ୍ତ୍ରୀ' ନିଷ୍ପତ୍ତି: ଦିଲ୍ଲୀରେ ସିଦ୍ଧରମୈୟା, ପେଟ ଖରାପ ଯାଇପାରିବନି କହିଲେ ଶିବକୁମାର ଅନ୍ୟପଟେ ଦିଲ୍ଲୀରେ ପହଞ୍ଚିଥିବା ସିଦ୍ଧରମୈୟା କହିଛନ୍ତି, ଅଧିକାଂଶ ବିଧାୟକ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି । ବିଧାୟକ ମଧ୍ୟ ମୋ ପକ୍ଷରୁ ଭୋଟ କରିଛନ୍ତି । ଏପରିକି ଡିକେ ଶିବକୁମାରଙ୍କ ସହ ମୋର ଭଲ ସମ୍ପର୍କ ଥିବା କହିଛନ୍ତି ସିଦ୍ଧରମୈୟା । ଏହା ପୂର୍ବରୁ ପ୍ରଥମ ଦୁଇ ବର୍ଷ ସିଦ୍ଧରମୈୟା ଓ ପରବର୍ତ୍ତୀ ୩ ବର୍ଷ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।