ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ୟେଦିରୁପ୍ପାଙ୍କ ଉତ୍ତରାଧିକାରୀଙ୍କ ଉପରେ ଆଜି ହେବ ନିଷ୍ପତ୍ତି; ସନ୍ଧ୍ୟାରେ ବସିବ ବିଧାୟକ ଦଳର ବୈଠକ

ୟେଦିରୁପ୍ପାଙ୍କ ଉତ୍ତରାଧିକାରୀଙ୍କ ଉପରେ ଆଜି ହେବ ନିଷ୍ପତ୍ତି; ସନ୍ଧ୍ୟାରେ ବସିବ ବିଧାୟକ ଦଳର ବୈଠକ

ଦୁଇ ବର୍ଷ କର୍ଣ୍ଣାଟକର ମୁଖ୍ୟ ମନ୍ତ୍ରୀ ଭାବରେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି ବିଏସ ୟେଦିରୁପ୍ପା । ନୂଆ ମୁଖ୍ୟ ମନ୍ତ୍ରୀ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ବସିବ ବିଧାୟାକ ଦଳର ବୈଠକ ।

ୟେଦିରୁପ୍ପାଙ୍କ ଉତ୍ତରାଧିକାରୀଙ୍କ ଉପରେ ଆଜି ହେବ ନିଷ୍ପତ୍ତି; ସନ୍ଧ୍ୟାରେ ବସିବ ବିଧାୟକ ଦଳର ବୈଠକ
କର୍ଣ୍ଣାଟକରେ ନୂଆ ମୁଖ୍ୟ ମନ୍ତ୍ରୀ ନିର୍ବାଚିତ ହେବାକୁ ନେଇ ବସିବ ବୈଠକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital:

ବେଙ୍ଗାଲୁରୁ: ସୋମବାର କର୍ଣ୍ଣାଟକ ମୁଖ୍ୟ ମନ୍ତ୍ରୀ ବି.ଏସ. ୟେଦିରୁପ୍ପା ଇସ୍ତଫା ଦେଇଥିଲେ । ଯାହାକୁ ଆଧାର କରି ଭାରତୀୟ ଜନତା ପାର୍ଟି (ବିଜେପି) ସରକାରଙ୍କ ନୂତନ ମୁଖ୍ୟ ମନ୍ତ୍ରୀ ନିର୍ବାଚିତ ହୋଇପାରନ୍ତି । ଦଳର ବରିଷ୍ଠ ନେତା ବାସଭରାଜ ବମ୍ମାଇ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ବିଜେପି ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହେବ ।

ମଙ୍ଗଳବାର ସନ୍ଧ୍ୟା ୭ଟାରେ ବିଧାନସଭା ପାର୍ଟି ବୈଠକ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ତଥା କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଜି କିଶାନ ରେଡ୍ଡୀ ନ୍ୟୁଜ୍ ଏଜେନ୍ସି ଏ.ଏନ.ଆଇ.କୁ (ANI) କହିଛନ୍ତି ଯେ ସେ ବେଙ୍ଗାଲୁରୁ ଯିବି, ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବି, ଯାହା ପରେ ଆଗାମୀ ନିଷ୍ପତ୍ତି ନିଆଯିବ।

କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରପ୍ପା କର୍ଣ୍ଣାଟକର ପ୍ରଭାବଶାଳୀ ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଛନ୍ତି । ଏକ ଆଲୋଚନା ହେଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ପଦକୁ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ପ୍ରଭାବଶାଳୀ ନେତାଙ୍କୁ ହସ୍ତାନ୍ତର କରିବାର ଚିନ୍ତାଧାରା ବିଜେପିରେ ବିଚାର କରାଯାଉଛି।

ୟେଦିରୁପ୍ପାଙ୍କ ଉତ୍ତରାଧିକାରୀ ଭାବରେ ଆଲୋଚନା କରାଯାଉଥିବା ନାମଗୁଡ଼ିକ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବିଜେପି ଜାତୀୟ ସାଧାରଣ ସମ୍ପାଦକ ସିଟି ରବି, ବିଏଲ ସନ୍ତୋଷ ଓ ରାଜ୍ୟ ବିଧାନସଭା ଅଧ୍ୟକ୍ଷ ବିଶ୍ୱେଶ୍ବର ହେଗଡ଼େ କାଗେରୀ ସାମିଲ ଅଛନ୍ତି  । ରାଜ୍ୟ ଗୃହମନ୍ତ୍ରୀ ବାସଭାରାଜ ଏସ ବମ୍ମାଇ, ରାଜସ୍ୱ ମନ୍ତ୍ରୀ ଆର ଅଶୋକ ଓ ଉପ-ମୁଖ୍ୟ ମନ୍ତ୍ରୀ ସିଏନ ଅଶ୍ୱତ୍ୟ ନାରାୟଣଙ୍କ ନାମ ମଧ୍ୟ ଏହି ଖବରରେ ରହିଛି।

ୟେଦିରୁପ୍ପା ସୋମବାର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଇସ୍ତଫା ଘୋଷଣା କରିଥିଲେ। ଏହା ପରେ ସେ ରାଜ ଭବନରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋତଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ।

ଏଥି ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି. କିଶନ ରେଡ୍ଡୀଙ୍କୁ ବେଙ୍ଗାଲୁରୁକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ପଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ କର୍ଣ୍ଣାଟକରେ ବିଧାନସଭା ଦଳର ନେତା ଚୟନ ପାଇଁ ଦଳର ସଂସଦୀୟ ବୋର୍ଡ ପ୍ରଧାନ ଏବଂ ରେଡ୍ଡୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ସୂଚନାନୁସାରେ, ଉଭୟ ନେତା ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚିବେ ଯେଉଁଠାରେ ସେମାନେ ନୂତନ ନେତା ଚୟନ ପାଇଁ ଅନୁଷ୍ଠିତ ବିଧାନସଭା ପାର୍ଟି ବୈଠକରେ ଯୋଗଦେବେ।

ବିଶେଷଜ୍ଞଙ୍କ ଅନୁଯାୟୀ, ସାଧାରଣତଃ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ବିଧାୟକମାନଙ୍କୁ ନୂତନ ନେତା ଭାବରେ କେନ୍ଦ୍ରୀୟ ନେତୃତ୍ୱ ଚୟନ ବିଷୟରେ ଅବଗତ କରାନ୍ତି ଓ ଏହା ଉପରେ ଏକ ସହମତି ପ୍ରକାଶ କରିବାକୁ ଚେଷ୍ଟା କରନ୍ତି। ଦଳର ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ବେଙ୍ଗାଲୁରୁରେ କ୍ୟାମ୍ପ କରିସାରିଛନ୍ତି ଓ ଦଳର ମତାମତ ପାଇଁ ପାର୍ଟି ନେତାଙ୍କ ସହ ଆଲୋଚନା କରୁଛନ୍ତି ।
Published by: Lipina Das
First published: July 27, 2021, 4:47 PM IST