Karnataka Election: କର୍ଣ୍ଣାଟକରେ ଚାଲିଛି ଭୋଟିଂ; ୨୨୪ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ

Karnataka Election: ଆରମ୍ଭ ହୋଇଯାଇଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟିଂ ପ୍ରକ୍ରିୟା। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

ଆରମ୍ଭ ହେଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟିଂ

ଆରମ୍ଭ ହେଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟିଂ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Karnataka Election: ଆରମ୍ଭ ହୋଇଯାଇଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନର (Karnataka Assembly Election) ଭୋଟିଂ ପ୍ରକ୍ରିୟା। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

ଏହି ଭୋଟିଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ ମୈଦାନରେ ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ରହିଛନ୍ତି। ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି।

ସେହିପରି ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି। ରାଜ୍ୟରେ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ରହିଛନ୍ତି। ସାରା ରାଜ୍ୟରେ ୫୮ ହଜାର ୫୪୫ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଚଳିତ ନିର୍ବାଚନରେ ୯ ଲକ୍ଷ ୧୭ ହଜାରରୁ ଅଧିକ ଭୋଟର ପ୍ରଥମ ଥର ପାଇଁ ମତସାବ୍ୟସ୍ତ କରିବା ପାଇଁ ଯାଉଛନ୍ତି।

ପଢ଼ନ୍ତୁ ଏହି ଖବର: Karnataka Election: କ'ଣ ହେବ କର୍ଣ୍ଣାଟକ ରେଜଲ୍‌ଟ, କିଏ ହେବେ ମୁଖ୍ୟମନ୍ତ୍ରୀ ?

୧୧,୭୧,୫୫୮ ଜଣ ଯୁବ ଭୋଟର ଅଛନ୍ତି । ରାଜ୍ୟବ୍ୟାପୀ ୫୮ ହଜାର ୫୪୫ ଭୋଟିଂ ବୁଥ୍‌ ବ୍ୟବସ୍ଥା କରାଯାଇଛି । କର୍ଣ୍ଣାଟକରେ କୈଣସି ରାଜନେତିକ ଦଳ ଲଗାାରତ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି । ବିଜେପି ଏହି ରେକର୍ଡ ଭାଙ୍ଗିବାର ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାକୁ ସବୁ ଚେଷ୍ଟା କରିଛି । ଅନ୍ୟପକ୍ଷରେ ଜେଡିଏସ୍‌ କିଙ୍ଗମେକର ହେବାକୁ ଚାହୁଛି ।
Published by:Lipina Das
First published: