News18 Odia Digital
Kargil Vijay Diwas: ଆଜି ପୂରା ଦେଶରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ଏହି ଯୁଦ୍ଧକୁ ବିତିଗଲାଣି ୨୩ ବର୍ଷ। ହେଲେ ଆଜି ଯାଏଁ ଭାରତର କୋଟି କୋଟି ଲୋକ ଏହି ଦିନକୁ ଭୁଲି ନାହାଁନ୍ତି। ଦେଶ ପାଇଁ ଜୀବନ ଦେଇଥିବା ବୀର ଯବାନଙ୍କୁ ମଧ୍ୟ କେହି ଭୁଲିନାହାଁନ୍ତି। ପ୍ରତିବର୍ଷ ଜୁଲାଇ ୨୬ରେ କାରଗିଲ ବିଜୟ ଦିବସ ରୂପେ ପାଳନ କରାଯାଏ।
ଆଜିର ଏହି ଦିନରେ ଭାରତର ସାହସୀ ସେନାମାନେ ପାକିସ୍ତାନୀ ଅନୁପ୍ରବେଶକାରୀ ଆତଙ୍କବାଦୀ ଦେଶରୁ ତଡ଼ିବା ସହ ନିଜ ଜୀବନର ବଳିଦାନ ଦେଇଥିଲେ। କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା।
୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ। ଭାରତୀୟ ସେନା ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେସନ ବିଜୟ। ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ। ଆଜି 'ଅପରେସନ୍ ବିଜୟ'ର ସଫଳତାର ପ୍ରତୀକ ଭାବରେ ବିବେଚନା କରାଯାଏ।
ପ୍ରକାଶ ଥାଉକି ୧୯୯୯ କାରଗିଲ ଯୁଦ୍ଧକୁ ଭାରତୀୟ ସଶସ୍ତ୍ର ବାହିନୀ ଇତିହାସରେ ପରିବର୍ତ୍ତନର ସମୟ ବୋଲି କୁହାଯାଏ। ସେତେବେଳେ ଏ ଯୁଦ୍ଧ ଟେଲିଭିଜନ୍ରେ ପ୍ରସାରିତ ହୋଇଥିଲା। ଆଜିର ଏହି ଦିନରେ ସହିଦ ହୋଇଥିବା ଯବାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରେ ପୂରା ଦେଶ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।