ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କରୀନା କପୁର ଫ୍ୟାନମାନଙ୍କୁ ଦେଲେ ବାର୍ତ୍ତା, ତୈମୁର ଓ ଇନାୟାର ସୁନ୍ଦର ଫଟୋ ସେୟାର୍ କଲେ

କରୀନା କପୁର ଫ୍ୟାନମାନଙ୍କୁ ଦେଲେ ବାର୍ତ୍ତା, ତୈମୁର ଓ ଇନାୟାର ସୁନ୍ଦର ଫଟୋ ସେୟାର୍ କଲେ

କରୀନା କପୁର୍ ନିଜ ପୁଅ ତୈମୁର୍ ଓ ତା’ ଭଉଣୀ ଇନାୟାର ସୁନ୍ଦର ଫଟୋ ସେୟାର୍ କରିଛନ୍ତି ଓ ତା’ ସହିତ ଫ୍ୟାନମାନଙ୍କୁ ଏକ ବିଶେଷ ମେସେଜ୍ ଦେଇଛନ୍ତି ।

କରୀନା କପୁର ଫ୍ୟାନମାନଙ୍କୁ ଦେଲେ ବାର୍ତ୍ତା, ତୈମୁର ଓ ଇନାୟାର ସୁନ୍ଦର ଫଟୋ ସେୟାର୍ କଲେ
କରୀନା ଶେୟାର୍ କରିଥିବା ଫଟୋରୁ ଗୋଟିଏ
  • News18 Odia
  • Last Updated: August 3, 2020, 3:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆଜିକାଲି ବଲିଉଡ (Bollywood) ସେଲିବ୍ରିଟିମାନେ ନିଜ ପରିବାର ସହିତ ଘରେ ସମୟ ବିତାଉଛନ୍ତି । ତା’ ସହିତ ସମସ୍ତେ ସୋସିଆଲ ମିଡ଼ିଆ ମାଧ୍ୟମରେ ସେମାନେ ନିଜ ପ୍ରଶଂସକମାନଙ୍କ ସହିତ ବି ଯୋଡ଼ି ରହୁଛନ୍ତି । ସେଲିବ୍ରିଟିମାନେ ଇଣ୍ଟରନେଟରେ ଟର୍ଚ୍ଚାରେ ରହିବା ପାଇଁ ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । ବଲିଉଡର ବେବୋ, ମାନେ କରୀନା କପୁର (Kareena Kapoor), ବି ଏହି ପରି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ।

କରୀନା କପୁରଙ୍କ ସଦ୍ୟତମ ପୋଷ୍ଟ ଜବରଦସ୍ତ ଚର୍ଚ୍ଚାରେ ରହିଛି । ଏହି ପୋଷ୍ଟରେ ସେ ନିଜ ପୁଅ ତୈମୁର ଅଲି ଖାନ (Taimur Ali Khan)  ଓ ତା’ ଭଉଣୀ ଇନାୟା ନାଓମି ଖେମୁଙ୍କର (Inaaya Naumi Kemmu) ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ ସେ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି।

କରୀନା କପୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ କୋଲାଜ୍‌ ଫଟୋ ସେୟାର କରିଛନ୍ତି । ଏଥିରେ ତୈମୁର ଗୋଟିଏ ପଟେ ଏବଂ ଅନ୍ୟ ପଟେ ଇନାୟା ଅଛି । ଏହି ଫଟୋରେ ଦୁହେଁ ଏକ ପ୍ରକାରର ବହୁତ ସୁନ୍ଦର ଓ ମଜାଳିଆ ଟୋପି ପିନ୍ଧିଛି । ତୈମୁର ନିଜ ଟୋପିକୁ ନେଇ କିଛି ଦ୍ୱନ୍ଦ୍ୱରେ ଥିବା ପରି ଲାଗୁଥିବା ବେଳେ ଇନାୟା ବହୁତ ଖୁସି ଥିବା ଦେଖାଉଛି । ଲୋକେ ଭାଇ ଓ ଭଉଣୀର ଏହି ସୁନ୍ଦର ଫଟୋକୁ ଖୁବ୍‌ ପସନ୍ଦ କରିଛନ୍ତି । କରୀନା କପୁର ଶେଆର୍‌ କରିଥିବା ପୋଷ୍ଟକୁ ଏଇଠି ଦେଖନ୍ତୁ ।




ଏହି ଫଟୋ ସହିତ କରୀନା କ୍ୟାପସନରେ ନିଜ ପ୍ରଶଂସକମାନଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି । କରୀନା କପୁର ଲେଖିଛନ୍ତି, ‘‘ସଶକ୍ତିକରଣ, ସମର୍ଥନ, ପ୍ରେମ... ନିଜ ଭିତରେ ଥିବା ପିଲାକୁ କେବେ ହରାଅ ନାହିଁ ।’’

ଏହି ପୋଷ୍ଟରେ ସେ ଅନୀତା ଶ୍ରଫ ଓ କେଟ୍ରିନା କୈଫଙ୍କ ପରି ସେଲିବ୍ରିଟିଙ୍କୁ ଟ୍ୟାଗ କରିଛନ୍ତି ଓ #ChallengeAccepted ଲେଖିଛନ୍ତି । କରୀନା ପ୍ରିୟଙ୍କା ଚୋପ୍ରା ଓ ବିଦ୍ୟା ବାଲାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି। ଲାଗୁଛି ଯେ କରୀନାଙ୍କର ଏହି ପୋଷ୍ଟ ଇନଷ୍ଟାଗ୍ରାମରେ ଚାଲିଥିବା ବ୍ଲାକ୍ ଏବଂ ହ୍ୱାଇଟ୍ ଫଟୋ ଚ୍ୟାଲେଞ୍ଜର ଏକ ଅଂଶ ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ATM; ଇଡି ବି ତଦନ୍ତ କରୁଛି

ଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେ



କରୀନାଙ୍କ ଏହି ପୋଷ୍ଟ ଉପରେ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତୈମୁର ଓ ଇନାୟାଙ୍କର ଏହି ସୁନ୍ଦର ଫଟୋ ସମସ୍ତଙ୍କୁ ଭଲ ଲାଗୁଛି । କରୀନାଙ୍କ ପ୍ରଶଂସକମାନେ ତ ଏହି ଫଟୋ ଉପରେ କମେଣ୍ଟସ୍‌ ଦେଉଛନ୍ତି, ତା’ ସହିତ ଅନେକ ସେଲିବ୍ରିଟି ବି କମେଣ୍ଟସ୍‌ ମାଧ୍ୟମରେ ତୈମୁର ଓ ଇନାୟାଙ୍କ ସୁନ୍ଦରତାକୁ ନେଇ ଖୁବ୍‌ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।
Published by: Anand Shankar Thankur Das
First published: August 3, 2020, 3:17 PM IST