Women's Day ରେ କରୀନା କପୁର ଖାନ ଦେଖାଇଲେ ନିଜ ପୁଅର ପ୍ରଥମ ଝଲକ

କରୀନା କପୁର ମହିଳା ଦିବସରେ ନିଜର ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି କରୀନା ଲେଖିଛନ୍ତି, 'ଏପରି କିଛି ନାହିଁ ଯାହା ଜଣେ ମହିଳା କରିପାରିବ ନାହିଁ .. ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଉଛି' ।

Women's Day ରେ କରୀନା କପୁର ଖାନ ଦେଖାଇଲେ ନିଜ ପୁଅର ପ୍ରଥମ ଝଲକ
ନିଜ ପୁଅ ସହିତ କରୀନା କପୁର
  • News18 Odia
  • Last Updated: March 8, 2021, 11:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ଫେବୃଆରୀ ୨୧ ରେ କରୀନା କପୁର ଖାନ (Kareena Kapoor Khan) ଦ୍ୱିତୀୟ ଥର ପାଇଁ ମା ହୋଇଥିଲେ । କିନ୍ତୁ ସେ ସେ ଦ୍ୱିତୀୟ ପୁଅର ଫଟୋ ସୋସିଆଲ ମିଡିଆରେ ସେୟାର କରି ନ ଥିଲେ । କିନ୍ତୁ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କରୀନା ସୋସିଆଲ ମିଡିଆରେ ନିଜ ଦ୍ୱିତୀୟ ପୁଅର ପ୍ରଥମ ଝଲକ ସେୟାର କରିଛନ୍ତି । ଏହି ଫଟୋରେ କରୀନା ନିଜ ପୁଅକୁ କୋଳରେ ଧରିଥିବାର ନଜର ଆସିଛନ୍ତି । କରୀନା ମଧ୍ୟ ଏହି ଫଟୋ ସହ ଏକ ସ୍ୱତନ୍ତ୍ର ବାର୍ତ୍ତା ସେୟାର କରିଛନ୍ତି ।

କରୀନା କପୁର ମହିଳା ଦିବସରେ ନିଜର ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି କରୀନା ଲେଖିଛନ୍ତି, 'ଏପରି କିଛି ନାହିଁ ଯାହା ଜଣେ ମହିଳା କରିପାରିବ ନାହିଁ .. ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଉଛି' ।

ନିଜ ପୁଅ ସହିତ କରୀନା କପୁର


କରୀନା କପୁର ଯେତେବେଳେ ପ୍ରଥମ ଥର ପାଇଁ ମା' ହୋଇଥିଲେ ସେତବେଳେ ତାଙ୍କ ପୁଅ ତୈମୁରଙ୍କ ନାମକୁ ନେଇ ଅନେକ ହଙ୍ଗାମା ହୋଇଥିଲା । ଏହି ନାମ ଯୋଗୁଁ କରୀନା ଓ ସୈଫଙ୍କୁ ମଧ୍ୟ ବହୁତ ଟ୍ରୋଲ କରାଯାଇଥିଲା । ଏହା ସହିତ ତୈମୁର ପ୍ରାୟତଃ ମିଡିଆ କ୍ୟାମେରାରେ କଏଦ ହୋଇଛନ୍ତି । କିନ୍ତୁ କରୀନା ନିଜ ଦ୍ୱିତୀୟ ପୁଅ ବିଷୟରେ ବହୁତ ସତର୍କ ଅଛନ୍ତି । ଗଣମାଧ୍ୟମ ଆଗରେ ସେ ତାଙ୍କର ଦ୍ୱିତୀୟ ପୁଅର ଝଲକ ଦେଖାଉ ନାହାଁନ୍ତି । ଏହା ସହ କରୀନା-ସୈଫ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶଂସକଙ୍କ ସାମ୍ନାରେ ତାଙ୍କ ପୁଅର ନାମ ସେୟାର କରି ନାହାଁନ୍ତି ।



କରୀନା ମା' ହେବା ପରଠାରୁ ତାଙ୍କ ବନ୍ଧୁ ଓ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ତାଙ୍କୁ ଅଭିନନ୍ଦନ କରୁଥିବା ଦେଖାଯାଉଛି । ମନୀଷ ମଲହୋତ୍ରା କରଣ ଜୋହର ଠାରୁ ଆରମ୍ଭ କରି ମଲାଇକା ଆରୋରା ଓ ଅର୍ଜୁନ କପୁର ପର୍ଯ୍ୟନ୍ତ କରୀନାଙ୍କ ଘର ବାହାରେ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ସୈଫ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ମଧ୍ୟ କରୀନାଙ୍କ ଦ୍ୱିତୀୟ ପୁଅ ପାଇଁ ଉପହାର ନେଇ ପହଞ୍ଚିଥିବାର ନଜର ଆସିଥିଲେ ।
Published by: Jagdish Barik
First published: March 8, 2021, 11:16 AM IST