News18 Odia Digital
ମୁମ୍ବାଇ: ଆଜି ସମସ୍ତେ ମାତୃ ଦିବସ (Mother's Day) ପାଳନ କରୁଛନ୍ତି । ବଲିଉଡ ସେଲିବ୍ରେଟମାନେ ମଧ୍ୟ ଏହି ଦିନକୁ ନିଜ ମା' ପାଇଁ ସ୍ୱତନ୍ତ୍ର କରିଥାନ୍ତି । କରୀନା କପୁର ଖାନ (Kareena Kapoor Khan) ମଧ୍ୟ ନିଜ ଦୁଇ ପିଲାଙ୍କ ସହ ଏହି ଦିନକୁ ବିଶେଷ କରିଛନ୍ତି । ଅଭିନେତ୍ରୀ ଏପର୍ଯ୍ୟନ୍ତ ଦ୍ୱିତୀୟ ପୁଅର ଫଟୋ ପ୍ରଶଂସକଙ୍କ ସହ ସେୟାର କରି ନ ଥିଲେ । କିନ୍ତୁ ବର୍ତ୍ତମାନ ଅପେକ୍ଷା ଶେଷ ହୋଇଛି । କରୀନା କପୁର ସୋସିଆଲ ମିଡିଆରେ (Social Media) ଅନ୍ୟ ଏକ ଶିଶୁପୁତ୍ରର ଏକ ମୋନୋକ୍ରୋମ ଫଟୋ (Monochrome Picture) ସେୟାର କରିଛନ୍ତି ।
ଫେବୃଆରୀରେ କରୀନା କପୁର ଓ ସୈଫ ଅଲି ଖାନଙ୍କ (Saif Ali Khan) ଘରକୁ ଏକ ନୂତନ ଅତିଥି ଆସିଥିଲା । ସେବେଠାରୁ ସାନ ପୁଅକୁ ମିଡିଆ ଆଖିରୁ ସମ୍ପୂର୍ଣ୍ଣ ଦୂରରେ ରଖିଥିଲେ । ସାନ ନବାବ କେବେ ଦେଖାଯିବ ଲୋକମାନେ ଅପେକ୍ଷା କରିଥିଲେ । କିନ୍ତୁ ଆଜି ମାତୃ ଦିବସ ଅବସରରେ ସେ ନିଜ ପୁଅର ଝଲକ ଦେଖାଇଛନ୍ତି ।
ସେ ବଡ଼ ପୁଅ ତୈମୁରଙ୍କ ସହ ସାନ ପୁଅର ଫଟୋ ସେୟାର କରିଛନ୍ତି । ଫଟୋରେ ତୈମୁର ସାନ ଭାଇଙ୍କୁ କୋଳରେ ବସାଇଛନ୍ତି । ଫଟୋରେ ତୈମୁର କ୍ୟାମେରା ଦେଖି ହସୁଥିବା ଦେଖିବାକୁ ମିଳିଥିବାବେଳେ ଅଭିନେତ୍ରୀଙ୍କ ସାନପୁଅଙ୍କ ମୁହଁରେ ହାତ ଅଛି । ଏହି ଫଟୋରେ ମଧ୍ୟ କରୀନାଙ୍କ ପୁଅର ସମ୍ପୂର୍ଣ୍ଣ ଚେହେରା ସ୍ପଷ୍ଟ ଦେଖାଯାଉନାହିଁ ।

ଫଟୋ ସେୟାର କରି କରୀନା କପୁର ଲେଖିଛନ୍ତି, 'ଆଜି ସମଗ୍ର ବିଶ୍ୱ ଭରସା ଉପରେ ନିର୍ଭର କରେ ଓ ଏହି ଦୁଇଜଣ ମୋତେ ଭରସା ଦିଅନ୍ତି ।' ଏକ ସୁନ୍ଦର କାଲିକୁ ଅପେକ୍ଷା ଓ ଆପଣ ସମସ୍ତଙ୍କୁ ମାତୃ ଦିବସରେ ଅଭିନନ୍ଦନ... ଶକ୍ତିଶାଳୀ ମା' ମାନେ ... ବିଶ୍ୱାସ ରଖନ୍ତୁ ...'
କରୀନା କପୁରଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଭିନେତ୍ରୀଙ୍କ ପୁଅର ପ୍ରଥମ ଫଟୋ ଦେଖିବା ପରେ ପ୍ରଶଂସକମାନେ ପାଗଳ ହୋଇ ଯାଉଛନ୍ତି । ପ୍ରଶଂସକମାନେ ମଧ୍ୟ କରିନାଙ୍କ ପୋଷ୍ଟକୁ ନେଇ ବିଭିନ୍ନ ଉପାୟରେ ପ୍ରତିକ୍ରିୟା ଦେଉଛନ୍ତି ।
କରୀନା କପୁର ଖାନ ପୁଅର ଜନ୍ମର ଏକ ମାସ ପରେ ପୁଣି କାମ କରିବା ଆରମ୍ଭ କରିଛନ୍ତି । ବର୍ତ୍ତମାନ କରୋନାର ଆତଙ୍କ ଓ ଲକଡାଉନ ଯୋଗୁଁ ବର୍ତ୍ତମାନ ସେ ଘରେ ଅଛନ୍ତି ଓ ସମସ୍ତଙ୍କୁ ଘରେ ରହିବାକୁ ଓ ନିରାପଦରେ ରହିବାକୁ କହୁଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।