News18 Odia Digital
ମୁମ୍ବାଇ: କରୀନା କପୁର ଖାନ ପୁଣିଥରେ ମାଆ ହୋଇଛନ୍ତି । ଏଥର ସେ ଏକ ବେବି ବଏକୁ (Kareena Kapoor Khan second Baby) ଜନ୍ମ ଦେଇଛନ୍ତି । ଅର୍ଥାତ୍ କରୀନା ଦ୍ୱିତୀୟ ସନ୍ତାନର ମା' ହୋଇଛନ୍ତି ଓ ବର୍ତ୍ତମାନ ସୈଫ ଅଲି ଖାନ ଚତୁର୍ଥ ସନ୍ତାନର ପିତା ହୋଇଛନ୍ତି । କରୀନା କପୁର ଖାନଙ୍କୁ ଗତକାଲି ରାତିରେ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ (ମୁମ୍ବାଇ) ଭର୍ତ୍ତି କରାଯାଇଥିଲା । ଅଗଷ୍ଟ ୨୦୨୦ ରେ ଘୋଷଣା କରିଥିଲେ ଯେ ସେମାନେ ଦ୍ୱିତୀୟ ସନ୍ତାନ ଆଶା କରୁଛନ୍ତି । କରୀନା କପୁରଙ୍କ ଡେଲିଭରି ତାରିଖ ଫେବୃଆରୀ ୧୫ ତାରିଖ ବୋଲି କୁହାଯାଉଥିଲା । ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଗତ କିଛି ଦିନ ଧରି ଏହି ଖବରକୁ ଅପେକ୍ଷା କରିଥିଲେ ।
କରୀନା କପୁର ଖାନ ୨୦୧୬ ରେ ନିଜର ପ୍ରଥମ ପୁଅ ତୈମୁର ଅଲି ଖାନଙ୍କୁ ଜନ୍ମ ଦେଇଥିଲେ । ଯାହା ପରେ ଏହା ବର୍ତ୍ତମାନ ତାଙ୍କର ଦ୍ୱିତୀୟ ସନ୍ତାନ । ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନୀଙ୍କ ପୋଷ୍ଟ ଅନୁଯାୟୀ କରୀନା କପୁର ସକାଳ ୪:୪୫ ରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ କପୁର ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ । କପୁର ପରିବାରରୁ କରୀନା-ସୈଫଙ୍କ ଦ୍ୱିତୀୟ ସନ୍ତାନର ସରକାରୀ ଘୋଷଣାକୁ ମଧ୍ୟ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ।

ଏହା ଜଣା ଯେ ଦ୍ୱିତୀୟ ସନ୍ତାନ ଜନ୍ମ ପୂର୍ବରୁ ମଧ୍ୟ ସୈଫ ଅଲି ଖାନ ଓ କରୀନା କପୁର ଏକ ବଡ଼ ଘରକୁ ଯାଇଛନ୍ତି । ଏହି ଘରେ ଏକ ସ୍ୱତନ୍ତ୍ର ନର୍ସରୀ ମଧ୍ୟ ନିର୍ମାଣ କରାଯାଇଛି । ଯେଉଁଠାରେ ତୈମୁର ତାଙ୍କ ସାନଭାଇଙ୍କ ସହ ସମୟ ବିତାଇ ପାରିବେ । ଏହା ସହ ଦୁହେଁ ନୂଆ ଅତିଥିଙ୍କ ପାଇଁ ତୈମୁର ଅଲି ଖାନଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ଗର୍ଭାବସ୍ଥାର ଶେଷ ଦିନରେ ମଧ୍ୟ କରୀନା କ୍ରମାଗତ ଭାବରେ କାମ କରିଆସୁଥିଲେ । ଶିଶୁର ଜନ୍ମ ପରେ ସେ ତାଙ୍କୁ ପୂର୍ଣ୍ଣ ସମୟ ଦେଇପାରିବେ । ତେଣୁ କରୀନା ନିଜ କାମ ବ୍ୟାକ୍-ଟୁ-ବ୍ୟାକ୍ ସମସ୍ତ କାର୍ଯ୍ୟ ସମାପ୍ତ କରିସାରିଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।