ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କରୀନା କପୁର ହସ୍ପିଟାଲରୁ ଡିସଚାର୍ଜ ହେଲେ; ଛୋଟ ଅତିଥି ସହିତ ଆସିଲା ପରିବାରର ପ୍ରଥମ ଝଲକ

କରୀନା କପୁର ହସ୍ପିଟାଲରୁ ଡିସଚାର୍ଜ ହେଲେ; ଛୋଟ ଅତିଥି ସହିତ ଆସିଲା ପରିବାରର ପ୍ରଥମ ଝଲକ

କରୀନା କପୁର ଖାନଙ୍କୁ (Kareena Kapoor Khan) ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସେ ନିଜ ସ୍ୱାମୀ ସୈଫ ଅଲି ଖାନ (Saif Ali Khan), ପୁଅ ତୈମୁର ଅଲି ଖାନ (Taimur Ali Khan) ଓ ନବଜାତ ପୁତ୍ରଙ୍କ ସହ ଘରକୁ ଫେରିଛନ୍ତି ।

କରୀନା କପୁର ହସ୍ପିଟାଲରୁ ଡିସଚାର୍ଜ ହେଲେ; ଛୋଟ ଅତିଥି ସହିତ ଆସିଲା ପରିବାରର ପ୍ରଥମ ଝଲକ
କରୀନା କପୁର ହସ୍ପିଟାଲରୁ ଡିସଚାର୍ଜ ହେଲେ
  • News18 Odia
  • Last Updated: February 23, 2021, 2:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ (Kareena Kapoor Khan) ୨୧ ଫେବୃଆରୀରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ନିଜର ଦ୍ୱିତୀୟ ପୁଅକୁ ଜନ୍ମ ଦେଇଛନ୍ତି । କରୀନା ଓ ସୈଫ ଅଲି ଖାନ ଦ୍ୱିତୀୟ ଥର ପାଇଁ ପିତାମାତା ହୁଅନ୍ତି । କରୀନାଙ୍କୁ ୨୦ ଫେବୃଆରୀରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସେ ୨୧ ଫେବୃଆରୀରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । ଫେବୃଆରୀ ୨୧ ରୁ ଦୁଇ ଦିନ ହସ୍ପିଟାଲରେ ରହିବା ପରେ କରୀନାଙ୍କୁ ଆଜି ୨୩ ଫେବୃଆରୀରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ଏହି ପରିବାରର ପ୍ରଥମ ଝଲକ ଦେଖିବାକୁ ପାଇଛି । କରୀନା କପୁର ଖାନ, ସୈଫ ଅଲି ଖାନ ଓ ତୈମୁର ଅଲି ଖାନଙ୍କ ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପୁରା ପରିବାର ଏକ କାରରେ ବସିଥିବାର ନଜର ଆସିଛନ୍ତି । ହସ୍ପିଟାଲକୁ ଛାଡି କାରରେ ବସି ଯାଉଥିବାର ନଜର ଆସିଛନ୍ତି । ଫଟୋରେ ଏହା ଦେଖିବାକୁ ମିଳିଛି ଯେ ତୈମୁର ନିଜ ପିତା ସୈଫଙ୍କ ସହ କାରର ଆଗ ସିଟରେ ବସିଛନ୍ତି । ନୈନି କାରର ପଛ ସିଟରେ ବସିଛନ୍ତି । କରୀନା ଓ ସୈଫଙ୍କ ନବଜାତ ପୁତ୍ର ନୈନିଙ୍କ କୋଳରେ ନଜର ଆସୁଛି ।

କରୀନା କପୁର ହସ୍ପିଟାଲରୁ ଡିସଚାର୍ଜ ହେଲେ


କରୀନା କପୁର ଖାନଙ୍କୁ ଫେବୃଆରୀ ୨୧ ତାରିଖ ସକାଳେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ନିଜର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ । ଦ୍ୱିତୀୟ ସନ୍ତାନର ଜନ୍ମ ପୂର୍ବରୁ କରୀନା କପୁର ଓ ସୈଫ ଅଲି ଖାନ ଏକ ନୂତନ ଘର କିଣି ସେଠାକୁ ସ୍ଥାନାନ୍ତର ହୋଇଥିଲେ ।

କରୀନା କପୁର ଖାନ ଓ ସୈଫ ଅଲି ଖାନଙ୍କ ଘରେ ନୂତନ ଅତିଥିଙ୍କ ଆଗମନ ସହିତ ସମଗ୍ର କପୁର ଓ ପଟୌଦି ପରିବାରରେ ଖୁସିରେ ଉତ୍ସବ ପାଳନ କରାଯାଉଛି । କରୀନା କପୁର ଖାନଙ୍କ ବଡ଼ ଭଉଣୀ କରିସ୍ମା କପୁର ଓ କରୀନାଙ୍କ ପିତା ରାନ୍ଧୀର କପୁର ସୋସିଆଲ ମିଡିଆରେ ଶିଶୁର ଜନ୍ମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।




ୱାର୍କ ଫ୍ରଣ୍ଟରେ କରୀନା କପୁର ଆମୀର ଖାନଙ୍କ ବିପକ୍ଷରେ 'ଲାଲ ସିଂ ଚଢ଼ା'ରେ ନଜର ଆସିବେ । ଏହା ଟମ ହ୍ୟାଙ୍କଙ୍କ ହଲିଉଡ ଫିଲ୍ମ 'ଫରେଷ୍ଟ ଗମ୍ପ' ଉପରେ ଆଧାରିତ ଏକ ଫିଲ୍ମ । ଲକଡାଉନ୍ ପରେ କରିନା କପୁର ଖାନ୍ ଚଣ୍ଡିଗଡ଼ରେ ଫିଲ୍ମର ସୁଟିଂ ଶେଷ କରିଥିଲେ । ଏହା ବ୍ୟତୀତ କରୀନା ନିଜର ପ୍ରଥମ ପୁସ୍ତକ 'କରୀନା କପୁର ଖାନଙ୍କ ଗର୍ଭବତୀ ବାଇବଲ' ଉପରେ କାମ କରୁଛନ୍ତି । ଯାହା ଗର୍ଭବତୀ ମହିଳାଙ୍କ ପାଇଁ ହେବ । ଏହି ପୁସ୍ତକ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବ ।
Published by: Jagdish Barik
First published: February 23, 2021, 2:56 PM IST