ନିର୍ବାଚନୀ ଇସ୍ତାହାର; ଚାଷୀ ପୁଅକୁ ବାହା ହେଲେ ଝିଅଙ୍କୁ ମିଳିବ ୨ ଲକ୍ଷ ଟଙ୍କା

ନିର୍ବାଚନ ଆଗରୁ ଦଳର ବଡ଼ ଘୋଷଣା । ଜଣେ ଚାଷୀର ପୁଅକୁ ବିବାହ କଲେ ଯୁବତୀଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବ ଦଳ ।

ନିର୍ବାଚନୀ ଇସ୍ତାହାର

ନିର୍ବାଚନୀ ଇସ୍ତାହାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Karanataka Elections 2023: ଜଣେ ଚାଷୀର ପୁଅକୁ ବିବାହ କଲେ ଉକ୍ତ ଯୁବତୀଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବେ ଦଳ । ନିର୍ବାଚନ ସମୟ ପାଖେଇ ଆସିଥିବାରୁ ଏଭଳି କିଛି ପ୍ରତିଶ୍ରୁତି ଦେଇଛି ଏକ ରାଜନୈତିକ ଦଳ ।

ନିର୍ବାଚନ ଆସିଲେ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି । କେହି ଗାଁକୁ ରାସ୍ତା ତ ଆଉ କେହି ସବୁ ସୁବିଧା ଯୋଗାଇଦେବା ବଦଳରେ ଜନତାଙ୍କଠୁ ଭୋଟ ଆଶା କରିଥାନ୍ତି । କର୍ଣ୍ଣାଟକରେ ମଧ୍ଯ ନିର୍ବାଚନ ସମୟରେ ଏମିତି କିଛି ଅଜବ ପ୍ରତିଶ୍ରୁତି ଦେଇଛି ।

କର୍ଣ୍ଣାଟକରେ ନିର୍ବାଚନ ଭୋଟ ପାଇଁ ପୂର୍ବତନ ମୁଖ୍ଯମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀ କହିଛନ୍ତି ଯେ ଯଦି କେହି ଯୁବତୀ ଜଣେ ଚାଷୀ ଘରର ପୁଅକୁ ବିବାହ କରିବ ତେବେ ତାଙ୍କୁ ତାଙ୍କ ଦଳ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରିବ । କୋଲାରରେ ପଞ୍ଚରତ୍ନ ରାଲିରୁ ସମ୍ୱୋଧିତ କରୁଥିବା ସମୟରେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି । ସାଧାରଣତଃ ଚାଷୀ ଘରର ପୁଅମାନଙ୍କର ବିବାହକୁ ନେଇ ହେଉଥିବା ସମସ୍ଯାକୁ ହ୍ରାସ କରିବା ଉଦ୍ଦେଶ୍ଯରେ ସେ ଏଭଳି କହିଛନ୍ତି। ତେଣୁ ଚାଷ କରୁଥିବା ପୁଅ କିମ୍ୱା ଜଣେ କୃଷକର ପୁଅକୁ ବାହା ହେଉଥିବା ଝିଅକୁ କୁମାର ସ୍ୱାମୀଙ୍କ ଦଳ ୨ଲକ୍ଷ ଟଙ୍କା ପ୍ରଦାନ କରିବ ।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ମୋତେ ଏକ ଆବେଦନ ପତ୍ର ମିଳିଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ଝିଅମାନେ କୃଷକଙ୍କ ପୁଅ କିମ୍ୱା ଚାଷ କାମ କରୁଥିବା ଜଣେ ପୁଅକୁ ବିବାହ କରିବାକୁ ପଛ ଘୁଞ୍ଚା ଦିଅନ୍ତି । ତେଣୁ ଦୁଇ ଲକ୍ଷ ଟଙ୍କା ଦେବା ନେଇ ଦଳ ଚିନ୍ତା କରୁଛି। ଏହି କାର୍ଯ୍ଯକ୍ରମ ମାଧ୍ଯମରେ ଦଳ ପୁଅ ମାନଙ୍କ ଆର୍ମ-ବିଶ୍ୱାସ ରକ୍ଷା କରିବା ଉଦ୍ଦେଶ୍ଯ ରଖିଛି ।

ପ୍ରତି ମାସରେ ବେକାରୀ ଯୁବକଙ୍କୁ ମିଳିବ ୩୦୦୦ ଓ ଯୁବତୀଙ୍କୁ ୩୫୦୦ଟଙ୍କା!

କର୍ଣ୍ଣାଟକରେ ମେ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ  ଯାଉଛି । ୧୩ ମେକୁ ଫଳାଫଳ ପ୍ରକାଶ ପାଇଛି । କଂଗ୍ରେସ, ବିଜେପି ଠୁ ନେଇ କୁମାର ସ୍ୱାମୀଙ୍କ ଜେଡ଼ିଏସ ପର୍ଯ୍ୟନ୍ତ ଅନ୍ଯ ରାଜନୈତିକ ଦଳ ମାନେ ପ୍ରଚାର ଚଳାଇଛନ୍ତି । ୨୨୪ ସିଟରୁ ଅତି କମରେ ୧୨୪ ସିଟରେ ବିଜୟ ହାସଲ କରିବ ବୋଲି ଜେଡ଼ିଏସ ବିଶ୍ୱାସ ରଖିଛି ।
Published by:Soumya Das
First published: