Kapil Sibal left Congress: କଂଗ୍ରେସର ହାତ ଛାଡ଼ି ଅଖିଳେଶଙ୍କ ପାର୍ଟିରେ ମିଶିଲେ କପିଲ ସିବଲ

Kapil Sibal left Congress: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ପୂରଣ କରିଛନ୍ତି। ଏହାପୂର୍ବରୁ ସେ ମେ ୧୬ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ, କିନ୍ତୁ ଏହାର ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି।

କଂଗ୍ରେସର ହାତ ଛାଡ଼ି ଅଖିଳେଶଙ୍କ ପାର୍ଟିରେ ମିଶିଲେ କପିଲ ସିବଲ

କଂଗ୍ରେସର ହାତ ଛାଡ଼ି ଅଖିଳେଶଙ୍କ ପାର୍ଟିରେ ମିଶିଲେ କପିଲ ସିବଲ

  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ନିଜ ଦଳ ଛାଡି ସମାଜବାଦୀ ପାର୍ଟିରୁ ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ପୂରଣ କରିଛନ୍ତି।

କପିଲ ସିବଲ ସପା ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସପା ସମର୍ଥନରେ ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ପରେ କପିଲ ସିବଲ କହିଛନ୍ତି ଯେ ସେ ମେ ୧୬ରେ କଂଗ୍ରେସରେ ଇସ୍ତଫା ଦେଇଛନ୍ତି।

କପିଲ ସିବଲ ମେ ୧୬ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ

ନାମାଙ୍କନପତ୍ର ଦାଖଲ କରିବା ପରେ କପିଲ ସିବଲ କହିଛନ୍ତି, ‘‘ମୁଁ ମେ ୧୬ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲି। ମୁଁ ଏକ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛି। ମୁଁ ସର୍ବଦା ଦେଶରେ ଏକ ସ୍ବାଧୀନ ସ୍ୱର ହେବାକୁ ଚାହୁଁଛି।’’

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଏକ ସ୍ବାଧୀନ ସ୍ୱର ରହିବା ଜରୁରୀ। ବିରୋଧୀ ଦଳରେ ରହି ଆମେ ଏକ ମେଣ୍ଟ ଗଠନ କରିବାକୁ ଚାହୁଁଛୁ ଯାହା ଦ୍ବାରା ଆମେ ମୋଦି ସରକାରଙ୍କୁ ବିରୋଧ କରିପାରିବା।’’
Published by:Lipina Das
First published: