ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଏ ଥର CBI ଉପରେ ଭାରି ପଡ଼ିଲେ କପିଳ ସିବଲ୍, HCରୁ ଲାଲୁ ଯାଦବଙ୍କ ଜାମିନ୍ କରାଇଲେ

ଏ ଥର CBI ଉପରେ ଭାରି ପଡ଼ିଲେ କପିଳ ସିବଲ୍, HCରୁ ଲାଲୁ ଯାଦବଙ୍କ ଜାମିନ୍ କରାଇଲେ

ଜାମିନର ସର୍ତ୍ତ ଅନୁସାରେ ଲାଲୁଙ୍କୁ ନିଜ ପାସପୋର୍ଟ ଦାଖଲ କରିବାକୁ ପଡ଼ିବ । ବିନା ଅନୁମତିରେ ସେ ଦେଶ ବାହାରକୁ ଯାଇପାରିବେନି କିମ୍ବା ନିଜ ଠିକଣା ଓ ମୋବାଇଲ୍ ଫୋନ୍ ନମ୍ବର ପରିବର୍ତ୍ତନ କରିପାରିବେ ନାହିଁ ବୋଲି ହାଇ କୋର୍ଟ କହିଛନ୍ତି ।

ଏ ଥର CBI ଉପରେ ଭାରି ପଡ଼ିଲେ କପିଳ ସିବଲ୍, HCରୁ ଲାଲୁ ଯାଦବଙ୍କ ଜାମିନ୍ କରାଇଲେ
ଲାଲୁ ପ୍ରସାଦ ଯାଦବ ଓ (ଡାହାଣ) ବରିଷ୍ଠ ଓକିଲ କପିଲ ସିବଲ
  • News18 Odia
  • Last Updated: April 17, 2021, 6:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି କାଣ୍ଡର (fodder scam) ଦୁମକା ଟ୍ରେଜେରୀ ମାମଲାରେ ବିହାରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ଦେଶର ପୂର୍ବ ରେଳ ମନ୍ତ୍ରୀ ଲାଲୁ ପେରସାଦ ଯାଦବ (Lalu Prasad Yadav) ଝାଡ଼ଖଣ୍ଡ ହାଇ କୋର୍ଟରୁ ଜାମିନ ପାଇଛନ୍ତି । ଜଷ୍ଟିସ ଅପରେଶ କୁମାର ସିଂ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏ ଥର ଲାଲୁଙ୍କ ଓକିଲଙ୍କ ଯୁକ୍ତିକୁ କାଟିବା ସି.ବି.ଆଇ.ର ଓକିଲମାନଙ୍କ ପକ୍ଷେ ଅସମ୍ଭବ ଥିଲା, ଆଉ ଜଜ୍‌ ଲାଲୁଙ୍କୁ ଜାମିନ୍‌ ଦେଇଥିଲେ ।

ଜେଲରୁ ବାହାରିବା ପାଇଁ ଲାଲୁ ପ୍ରସାଦଙ୍କୁ ଏକ ଲକ୍ଷ ଟଙ୍କାର ଦୁଇଟି ବ୍ୟକ୍ତିଗତ ବଣ୍ଡକୁ ଓ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ଦେବାର ସର୍ତ୍ତ ରହିଛି । ଲାଲୁଙ୍କୁ ମଧ୍ୟ ନିଜ ପାସପୋର୍ଟ ଦାଖଲ କରିବାକୁ ପଡ଼ିବ । ବିନା ଅନୁମତିରେ ସେ ଦେଶ ବାହାରକୁ ଯାଇପାରିବେ ନାହିଁ କିମ୍ବା ନିଜ ଠିକଣା ଓ ମୋବାଇଲ୍ ଫୋନ୍‌ ନମ୍ବର ପରିବର୍ତ୍ତନ କରିପାରିବେ ନାହିଁ ବୋଲି ହାଇ କୋର୍ଟ ଜାମିନ୍‌ ଦେବା ବେଳେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଫେରାର୍ଗ୍ୟାଙ୍ଗଷ୍ଟର୍ଶେଖ୍ହାଇଦର୍କୁ ତେଲଙ୍ଗାନାରୁ ଗିରଫ କଲା କମିଶନରେଟ୍ ପୋଲିସ

ଶୁଣାଣି ସମୟରେ ଲାଲୁଙ୍କ ତରଫରୁ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଓକିଲ କପିଲ ସିବଲ (Kapil Sibal) ଓ ଦେବର୍ଶୀ ମଣ୍ଡଳ କୋର୍ଟଙ୍କୁ କହିଥିଲେ ଯେ ଲାଲୁ ପ୍ରସାଦ ଏପ୍ରିଲ ୬ ତାରିଖରେ ଗୋଖାଦ୍ୟ ଦୁର୍ନୀତି କାଣ୍ଡର ଏହି ମାମଲାରେ ଜେଲ୍‌ ଦଣ୍ଡ ସମୟର ଅଧା ସମୟ ଜେଲ୍‌ ଭିତରେ କାଟି ସାରିଛନ୍ତି । କୋର୍ଟ ଫେବୃଆରୀ ୧୯ର ଶୁଣାଣି ବେଳେ କହିଥିଲେ ଯେ ଲାଲୁ ପ୍ରସାଦଙ୍କୁ ନିଜ ସଜା ସମୟର ଅଧା ପୂରଣ କରିବାକୁ ଗୋଟିଏ ମାସ ଓ ୧୭ ଦିନ ସମୟ ବାକି ଅଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ମ୍ୟାଟ୍ରିକ୍ ଯୁକ୍ତ ବୋର୍ଡ଼ ପରୀକ୍ଷା ସ୍ଥଗିତ ରଖାଗଲା; ୧୯ରୁ ସବୁ ସ୍କୁଲ୍ ହଷ୍ଟେଲ୍ବନ୍ଦ୍

ଏହାର ଉତ୍ତରରେ ସିବିଆଇ କହିଥିଲା ଯେ ଲାଲୁ ପ୍ରସାଦଙ୍କୁ ୧୪ ବର୍ଷର କାରାବାସ ଦଣ୍ଡାଦେଶ ହୋଇଛି । ଏହି ପ୍ରସଙ୍ଗ ଜାମିନ ଆବେଦନର ଶୁଣାଣି ସମୟରେ ନ ଉଠାଇ ଅପିଲ୍‌ ଶୁଣାଣି ସମୟରେ ଉଠାଯିବା ଉଚିତ ବୋଲି ସିବିଆଇ କୋର୍ଟରେ କହିଥିଲା । ହେଲେ ଲାଲୁଙ୍କ ଓକିଲ କହିଥିଲେ ଯେ କୋର୍ଟ ଯେକୌଣସି ସମୟରେ ଜାମିନ ପ୍ରଦାନ କରିପାରନ୍ତି । ଚାରା ଘୋଟାଲାର (fodder scam) ଆର୍‌.ସି.-୨୦ ମାମଲାରେ ସୁପ୍ରିମ୍‌ କୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି, ଆଉ ଏହି ଦୁର୍ନୀତି କାଣ୍ଡ ସହ ଜଡିତ ସବୁ ମାମଲାରେ ହାଇ କୋର୍ଟ ଦଣ୍ଡର ଅଧା ସମୟ କାଟିବା ପରେ ଜାମିନ୍‌ ପ୍ରଦାନ କରାଯାଇପାରେ ବୋଲି ମାପଦଣ୍ଡ ସ୍ଥିର କରିଛନ୍ତି । ଏହି ଆଧାରରେ ଲାଲୁ ଜାମିନ ପାଇଁ ଅନୁରୋଧ କରିଥିବାରୁ ତାଙ୍କୁ ଜାମିନ ମିଳିବା ଉଚିତ୍ ବୋଲି ତାଙ୍କ ଓକିଲମାନେ କହିଥିଲେ ।

ଏହା ବି ପଢ଼ନ୍ତୁ | ପିପିଲି Bypoll: କରୋନାରେ ପ୍ରାଣ ହରେଇଥିବା କଂଗ୍ରେସର ଅଜିତ ମଙ୍ଗରାଜ ସବୁଠୁ ଧନୀ ପ୍ରାର୍ଥୀ ଥିଲେ

ହେଲେ ଲାଲୁଙ୍କ ଜାମିନ ଆବେଦନକୁ ସିବିଆଇ ଦୃଢ଼ ବିରୋଧ କରିଥିଲା । ସିବିଆଇର ଓକିଲମାନେ କହିଥିଲେ ଯେ ଲାଲୁଙ୍କୁ ସଜା ଦେବା ବେଳେ ସିବିଆଇ କୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଥିଲେ ଯେ ଆଇପିସିରେ ସାତ ବର୍ଷ ଓ ପିସି ଆକ୍ଟରେ (ଦୁର୍ନୀତି ନିବାରଣ ଆଇନ୍‌) ସାତ ବର୍ଷ ଜେଲ୍‌ ଦଣ୍ଡାଦେଶ ତାଙ୍କୁ ଦିଆଯାଇଛି, ଯାହା ଅଲଗା ଅଲଗା ଭାବେ ଚାଲିବ, ଅର୍ଥାତ୍ ଲାଲୁ ପ୍ରସାଦଙ୍କୁ ସମୁଦାୟ ୧୪ ବର୍ଷ କାରାବାସ ମିଳିଛି । ଲାଲୁ ଯାଦବଙ୍କ ଦ୍ୱାରା ନିମ୍ନ ଅଦାଲତର ସେହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇ ନାହିଁ ଓ ଦଣ୍ଡ ପୃଥକ ଭାବରେ ଚାଲିବା ପରିବର୍ତ୍ତେ ଏକକାଳୀନ ଚାଲିବ ବୋଲି ଦାବି କରାଯାଇ ନାହିଁ ବୋଲି ଦର୍ଶାଇ ସିବିଆଇ ଓକିଲମାନେ କହିଥିଲେ ଯେ ଏଭଳି ପରିସ୍ଥିତିରେ ଲାଲୁଙ୍କୁ ଜାମିନ ପ୍ରଦାନ କରିବାର କୌଣସି ଯଥାର୍ଥତା ନାହିଁ ।



ହେଲେ କୋର୍ଟ ସିବିଆଇର ଆବେଦନକୁ ପ୍ରତ୍ୟାଖ୍ୟାନ କରି ଲାଲୁ ପ୍ରସାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଲାଲୁ ପ୍ରସାଦ ଯାଦବଙ୍କୁ ଏ ପର୍ଯ୍ୟନ୍ତ ଗୋଖାଦ୍ୟ ଦୁର୍ନୀତି କାଣ୍ଡର ଚାଇବାସା ଟ୍ରେଜେରୀ ସହ ଡଡ଼ିତ ଦୁଇଟି ମାମଲାରେ ଓ ଦେଓଗର ଏବଂ ଦୁମକା ଟ୍ରେଜେରୀ ସହ ଜଡ଼ିତ ଗୋଟିଏ ଗୋଟିଏ ମାମଲାରେ ନିମ୍ନ ଅଦାଲତରୁ ଦଣ୍ଡ ମିଳିସାରିଛି । ଏହି ତିନୋଟି ମାମଲାରେ ସେ ଜାମିନ ପାଇସାରିଛନ୍ତି । ବର୍ତ୍ତମାନ ଦୁମକା ଟ୍ରେଜେରୀ ମାମଲାରେ ଜାମିନ ପାଇବା ପରେ ସେ ଜେଲରୁ ବାହାରକୁ ଆସିବେ । ଲାଲୁ ଯାଦବ ଏବେ ଦିଲ୍ଲୀ AIIMSରେ ଚିକିତ୍ସାଧୀନ ଅଛନ୍ତି ।
Published by: Anand ST Das
First published: April 17, 2021, 6:13 PM IST