TRP ନୁହେଁ; ପତ୍ନୀଙ୍କ ଦ୍ୱିତୀୟ ଗର୍ଭଧାରଣ ଯୋଗୁଁ ଚାଲୁଥିବା ଶୋ'କୁ ବନ୍ଦ କରିବାକୁ ଯାଉଛନ୍ତି କପିଲ ଶର୍ମା

କପିଲ ଶର୍ମାଙ୍କ (Kapil Sharma) 'ଦି କପିଲ ଶର୍ମା ଶୋ'ର (The Kapil Sharma Show) ପ୍ରସାରଣ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି । କପିଲ ଶର୍ମାଙ୍କ ଏହି ଶୋ' ଅଫ୍-ଏୟାର ହେବାର କାରଣ ନିଜେ ହିଁ ପ୍ରଶଂସକମାନଙ୍କୁ କହିଛନ୍ତି ।

TRP ନୁହେଁ; ପତ୍ନୀଙ୍କ ଦ୍ୱିତୀୟ ଗର୍ଭଧାରଣ ଯୋଗୁଁ ଚାଲୁଥିବା ଶୋ'କୁ ବନ୍ଦ କରିବାକୁ ଯାଉଛନ୍ତି କପିଲ ଶର୍ମା
ପତ୍ନୀଙ୍କ ଦ୍ୱିତୀୟ ଗର୍ଭଧାରଣ ଯୋଗୁଁ ଚାଲୁଥିବା ଶୋ'କୁ ବନ୍ଦ କରିବାକୁ ଯାଉଛନ୍ତି କପିଲ ଶର୍ମା
  • News18 Odia
  • Last Updated: January 28, 2021, 5:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ହାସ୍ୟ ଅଭିନେତା କପିଲ ଶର୍ମାଙ୍କ (Kapil Sharma) ଶୋ 'ଦି କପିଲ ଶର୍ମା ଶୋ' (The Kapil Sharma Show) ଖୁବ ଶୀଘ୍ର ଅଫ୍-ଏୟାର ହେବାକୁ ଯାଉଛି । ଅନେକ ଲୋକ କଳ୍ପନା କରୁଥିଲେ ଯେ ଏହା କାହିଁକି ହେଉଛି । କିନ୍ତୁ ଏବେ କପିଲ ଶର୍ମା ନିଜେ ପ୍ରକାଶ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କ ଦ୍ୱିତୀୟ ଗର୍ଭବତୀ ଯୋଗୁଁ ସେ ଏହା କରୁଛନ୍ତି । ହଁ, କପିଲ ଶର୍ମାଙ୍କ ପତ୍ନୀ ଗିନି ଚାଟ୍ରାଥ ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି ଓ କପିଲଙ୍କ ପତ୍ନୀଙ୍କୁ ସମୟ ଦେବା ପାଇଁ କିଛି ସମୟ ପାଇଁ ସୋ ବନ୍ଦ କରୁଛନ୍ତି ।

କପିଲ ଶର୍ମା ଗୁରୁବାର ଟ୍ୱିଟରରେ #AskKapil ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ କଥା ହୋଇଛନ୍ତି । କପିଲ ଅନେକ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଜଣେ ଉପଭୋକ୍ତା କପିଲଙ୍କୁ ପଚାରିଥିଲେ ଯେ ସେ କାହିଁକି ତାଙ୍କ ଶୋ' ବନ୍ଦ କରୁଛନ୍ତି? ଏହି ପ୍ରଶ୍ନର ଉତ୍ତରରେ କପିଲ କହିଛନ୍ତି ଯେ ମୋର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପାଇଁ ମୋତେ ମୋ ପତ୍ନୀଙ୍କ ସହ ଘରେ ସମୟ ଅତିବାହିତ କରିବାକୁ ପଡିବ । କପିଲଙ୍କ ଏହି ଉତ୍ତର ଥିବାରୁ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ଓ ତାଙ୍କୁ ଅନେକ ଅଭିନନ୍ଦନ ମଧ୍ୟ ମିଳୁଛି ।



କପିଲ ଶର୍ମା ଡିସେମ୍ବର ୨୦୧୮ ରେ ନିଜ ଗର୍ଲଫ୍ରେଣ୍ଡ ଗିନି ଚାଟ୍ରାଥଙ୍କୁ ବିବାହ କରିଥିଲେ ଓ ସେମାନଙ୍କ ବିବାହର ପ୍ରଥମ ବାର୍ଷିକୀ ପୂର୍ବରୁ କପିଲ ପିତା ହୋଇଥିଲେ । କପିଲ ଓ ଜିନିଙ୍କ ଝିଅର ନାମ ଅନାୟାରା ଅଟେ । ଏବେ କପିଲ ପୁଣି ଥରେ ପିତା ହେବାକୁ ଯାଉଛନ୍ତି ।



କପିଲ ଶର୍ମାଙ୍କ ଶୋ' ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି । କପିଲ ଶର୍ମାଙ୍କ ଶୋ' ବହୁତ ପସନ୍ଦ କରାଯାଏ ଓ ଏହା ଲୋକଙ୍କ ପାଇଁ ଏହା ସପ୍ତାହର କମେଡି ଡୋଜ ପରି । କିନ୍ତୁ ଶୋ’ର ବନ୍ଦ ଖବର ଆସିବା ପରେ କପିଲଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା । କପିଲଙ୍କ ଶୋ’ର ଟିଆରପି ଡ୍ରପ ଯୋଗୁଁ ଏହା ଘଟୁଛି ବୋଲି କେତେକ ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ବର୍ତ୍ତମାନ କପିଲ ସ୍ପଷ୍ଟ କରିଛନ୍ତି ଯେ ସେ ନିଜ ପତ୍ନୀଙ୍କୁ ସମର୍ଥନ କରିବା ପାଇଁ ଏହା କରୁଛନ୍ତି । ତେବେ ଏହାର ନୂଆ ସିଜିନ୍ ଖୁବ ଶୀଘ୍ର ଆସିବ ବୋଲି କୁହାଯାଉଛି ।
Published by: Jagdish Barik
First published: January 28, 2021, 5:42 PM IST