କପିଳ ଶର୍ମାଙ୍କ 'ଭୁରୀ' ଯେତେବେଳେ ସିଗାରେଟ ଟାଣି ଧରାପଡ଼ିଥିଲେ, ହଙ୍ଗାମା ହୋଇଥିଲା…

‘ଦି କପିଳ ଶର୍ମା ଶୋ’ର ସେଟରେ ସିଗାରେଟ ଟାଣୁଥିବାର ସେହି ଭିଡିଓ ବାହାରକୁ ଆସିବା ପରେ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀଙ୍କୁ ଖୁବ୍ ଟ୍ରୋଲ କରାଯାଇଥିଲା । ତାଙ୍କର ସିଗାରେଟ ଟାଣୁଥିବା ଫଟୋ ଅନେକ ହେଡଲାଇନ ସୃଷ୍ଟି କରିଥିଲା ।

କପିଳ ଶର୍ମାଙ୍କ 'ଭୁରୀ' ଯେତେବେଳେ ସିଗାରେଟ ଟାଣି ଧରାପଡ଼ିଥିଲେ, ହଙ୍ଗାମା ହୋଇଥିଲା…
ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ
  • News18 Odia
  • Last Updated: October 27, 2020, 3:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଟିଭି ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ (Sumona Chakravarti) 'ଦି କପିଳ ଶର୍ମା ଶୋ'ରେ (The Kapil Sharma Show) ‘ଭୁରୀ’ ଭୂମିକା କରୁଛନ୍ତି । ଏହି ଅଭିନେତ୍ରୀ ନିଜର ସୁନ୍ଦର ଫଟୋ ସେୟାର କରି ପ୍ରଶଂସକମାନଙ୍କ ହୃଦୟ ଚୋରି କରନ୍ତି । କିନ୍ତୁ ଏକ ସମୟ ଏମିତି ଥିଲା ଯେତେବେଳେ ଭୁରୀଙ୍କ ଏକ ଭିଡିଓ ଲୋକଙ୍କ ହୋଶ୍‌ ଉଡ଼ାଇ ଦେଇଥିଲା । ଏହି ଭିଡିଓରେ ଅଭିନେତ୍ରୀ ସିଗାରେଟ ଟାଣୁଥିବାର ଦେଖାଯାଇଥିଲେ (Sumona Chakravarti smoking video) । ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଥିଲା ଓ ହଙ୍ଗାମା ମଚାଇଥିଲା ।

‘ଦି କପିଳ ଶର୍ମା ଶୋ’ର ସେଟରେ ସିଗାରେଟ ଟାଣୁଥିବାର ସେହି ଭିଡିଓ ବାହାରକୁ ଆସିବା ପରେ ସୁମୋନା ଚକ୍ରବର୍ତ୍ତୀଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା । ସିଗାରେଟ ଟାଣୁଥିବା ଅଭିନେତ୍ରୀଙ୍କ ଫଟୋ ଅନେକ ହେଡଲାଇନ ସୃଷ୍ଟି କରିଥିଲା । ତେବେ ଏହା ପରେ ସୁମୋନା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସେ ସିଗାରେଟ ଠାରୁ ଦୂରରେ ରହିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ସେ ଭିନ୍ନ ପ୍ରକାର ଜୀବନଯାପନ କରୁଛନ୍ତି ।

ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ


ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘‘ମୁଁ ଛାଡିଦେଲି । ତୁମେ ଛାଡ଼ିଲ କି?’’ (I quit, did you?) ଏହି ପୋଷ୍ଟ ସେୟାର କରି ସେ ନିଶାରୁ ମୁକ୍ତି ପାଇବାର କାହାଣୀ ବି କହିଛନ୍ତି । ସେ ଲେଖିଛନ୍ତି, ‘‘ମୁଁ ଜଣେ ବିଶେଷ ବନ୍ଧୁଙ୍କ ଜନ୍ମ ଦିନରେ ଆଜିକୁ ଦୁଇ ବର୍ଷ ତଳେ ଧୂମପାନ ବନ୍ଦ କରିଥିଲି । ମୁଁ ହଠାତ୍ ଓ ତୁରନ୍ତ ସେହି ନିଷ୍ପତ୍ତି ନେଇଥିଲି । ମୁଁ ଏଥି ପାଇଁ କୌଣସି ନିକୋଟିନ୍ ପ୍ୟାଚ୍, ଭେପ୍ କିମ୍ବା ଅନ୍ୟ କୌଣସି ପଦାର୍ଥର ସାହାଯ୍ୟ ନେଇ ନ ଥିଲି ।’’

ସେ ଆହୁରି ଲେଖିଛନ୍ତି, ‘‘ସେବେ ଠାରୁ ମୁଁ ଆଉ ସିଗାରେଟ୍ ଛୁଇଁ ନାହିଁ। ଏହା କଷ୍ଟସାଧ୍ୟ ଥିଲା କି? ହଁ, ଏହା ବହୁତ କଷ୍ଟସାଧ୍ୟ ଥିଲା । ବର୍ତ୍ତମାନ ମୋ’ ଶରୀର ମଧ୍ୟ ଧୂମପାନକୁ ପ୍ରତ୍ୟାଖ୍ୟାନ କରୁଛି । ବର୍ତ୍ତମାନ ମୁଁ ସେହି କୋଠରୀରେ ଠିଆ ହୋଇ ପାରିବି ନାହିଁ ଯେଉଁଠି କେହି ଧୂମପାନ କରୁଛନ୍ତି ।’’

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ଶେଷରେ ସୁମୋନା ଲେଖିଛନ୍ତି, ‘‘ମୁଁ ଏସବୁ କଥା ସେୟାର୍‌ କରୁଛି କାରଣ ଜଣେ କଳାକାର ହେବା ମୋ’ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲୋକେ ଆମକୁ ଅନୁସରଣ କରନ୍ତି, ଭଲ ପାଆନ୍ତି, ପସନ୍ଦ କରନ୍ତି, ପ୍ରଶଂସା କରନ୍ତି । ଆଶାକରେ ମୋ’ର ଏହି ପୋଷ୍ଟ ଲୋକମାନଙ୍କୁ ପ୍ରେରଣା ଯୋଗାଇବ ।’’



'କପିଲ ଶର୍ମା ଶୋ' ସୁମୋନାଙ୍କୁ ଘରେ ଘରେ ଏକ ନୂତନ ପରିଚୟ ଦେଇଛି । ଏହି ଶୋ’ରେ କପିଳଙ୍କ ସହ ତାଙ୍କ କଥାବାର୍ତ୍ତା ଦର୍ଶକଙ୍କୁ ବହୁତ ପସନ୍ଦ ଆସେ । ସେ ଅନେକ ଚଳଚ୍ଚିତ୍ର ଓ ଟିଭି ସିରିଏଲରେ କାମ କରିଛନ୍ତି ।
Published by: Anand Shankar Thankur Das
First published: October 27, 2020, 3:42 PM IST
corona virus btn
corona virus btn
Loading