ଦ୍ୱିତୀୟ ସନ୍ତାନ ଜନ୍ମ ପରେ ଟ୍ରୋଲ ହେଲେ କପିଲ ଶର୍ମା; ଲୋକେ କହିଲେ - ଏତେ ଜଲ୍ଦି କ’ଣ ଥିଲା?
କପିଲ ଶର୍ମାଙ୍କ ଦ୍ୱିତୀୟ ଥର ପାଇଁ ପିତା ହୋଇଥିବାରୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ ଆଉ କିଛି ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଅନେକ ଉପଭୋକ୍ତା କପିଲ ଶର୍ମାଙ୍କୁ ପଚାରୁଛନ୍ତି ଯେ ସେ ଦ୍ୱିତୀୟ ସନ୍ତାନ ଜନ୍ମ କରିବାକୁ ଏତେ ତତ୍ପର କ’ଣ ପାଇଁ ଥିଲେ ।

ଦ୍ୱିତୀୟ ସନ୍ତାନ ଜନ୍ମ ପରେ ଟ୍ରୋଲ ହେଲେ କପିଲ ଶର୍ମା
- News18 Odia
- Last Updated: February 1, 2021, 10:28 AM IST
ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା (Kapil Sharma) ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ଆଜି ତାଙ୍କ ପତ୍ନୀ ଗିନି ଚାଟ୍ରାଥ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । କପିଲ ଶର୍ମା ନିଜ ପ୍ରଶଂସକଙ୍କ ସହ ପୁଅ ଜନ୍ମ ହେବାର ଖୁସି ସୋସିଆଲ ମିଡିଆରେ ବାଣ୍ଟିଛନ୍ତି । କପିଲ ଶର୍ମା ନିଜର ଦ୍ୱିତୀୟ ସନ୍ତାନ ଜନ୍ମ ହେବାର ଖବର ପ୍ରଶଂସକଙ୍କୁ ଏକ ଟ୍ୱିଟ୍ ମାଧ୍ୟମରେ ଜଣାଇ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଦେଇଛନ୍ତି । କପିଲ ଶର୍ମା ନିଜ ଟ୍ୱିଟରେ ଲେଖିଛନ୍ତି (Kapil Sharma Son) - "ନମସ୍କାର, ଆଜି ସକାଳେ ଭଗବାନଙ୍କ ଆଶୀର୍ବାଦରେ ଆମର ଏକ ପୁଅ ହୋଇଛି । ଭଗବାନଙ୍କ କୃପାରୁ ଉଭୟ ଶିଶୁ ଓ ମା ସୁସ୍ଥ ଅଛନ୍ତି । ଆପଣଙ୍କ ପ୍ରେମ, ଆଶୀର୍ବାଦ ଓ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ। । "
ଜଣେ ଉପଭୋକ୍ତା କମେଣ୍ଟ ଦେବାବେଳେ ଲେଖିଥିଲେ- 'ଏହା ବହୁତ ଶୀଘ୍ର ଥିଲା । ଗତ ବର୍ଷ ଆପଣଙ୍କ ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହି ସମୟରେ ଜଣେ ଲେଖିଥିଲେ- 'ପିଲାମାନଙ୍କର ଜନ୍ମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ? ଏହା ଠିକ ନୁହେଁ ।' ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି - 'ହେ ଭାଇ, ତୁମେ ବହୁତ କ୍ଷିପ୍ର ଗତିରେ ଯାଉଛ । ନନ ଷ୍ଟପ୍ ଗୋଟିଏ ପରେ ଗୋଟିଏ ପ୍ରଡକ୍ସନ ଚାଲିଛି ।"

କପିଲ ଶର୍ମା କେବଳ ୨୦୧୮ ରେ ଗିନି ଚାଟ୍ରାଥଙ୍କୁ ବିବାହ କରିଥିଲେ । ଏହା ପରେ ୨୦୧୯ ରେ କପିଲ ଶର୍ମାଙ୍କ ଏକ ଝିଅ ଜନ୍ମ ହୋଇଥିଲା ଓ ବର୍ତ୍ତମାନ ଗିନି ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏପରି ପରିସ୍ଥିତିରେ କପିଲ ଶର୍ମାଙ୍କ ନିଜ ପୁଅ ଜନ୍ମପାଇଁ ତାଙ୍କୁ କେହି ଅଭିନନ୍ଦନ ଦେଉଛନ୍ତି ତ ଆଉ କେହି ତାଙ୍କୁ ଟ୍ରୋଲ ମଧ୍ୟ କରିବାକୁ ପଛାଉ ନାହାନ୍ତି ।