କପିଳ ଦେବ ହସପିଟାଲରେ ଆଡମିଟ୍ ହେଲେ; ହୃଦଘାତ ପରେ ସର୍ଜରୀ ହେଲା; ଏବେ ଭଲ ଅଛନ୍ତି

କପିଳ ଦେବଙ୍କୁ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଛି । ସେ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ । ଡାକ୍ତରଖାନାରେ ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରି ଆଞ୍ଜିଓପ୍ଲାଷ୍ଟି କରିଥିଲେ ।

କପିଳ ଦେବ ହସପିଟାଲରେ ଆଡମିଟ୍ ହେଲେ; ହୃଦଘାତ ପରେ ସର୍ଜରୀ ହେଲା; ଏବେ ଭଲ ଅଛନ୍ତି
କପିଳ ଦେବ (ଫାଇଲ୍ ଫଟୋ)
  • News18 Odia
  • Last Updated: October 23, 2020, 9:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହାରେ ଭାରତକୁ ପ୍ରଥମ କ୍ରିକେଟ୍‌ ବିଶ୍ୱ କପ୍ (1983 World Cup) ଜିତାଇଥିବା କପିଳ ଦେବଙ୍କୁ (Kapil Dev) ଶୁକ୍ରବାର ଦିନ ହୃଦଘାତ ହୋଇଛି (Kapil Dev Heart Attack) । ଏହା ପରେ ଏହି ଭେଟେରାନ ଖେଳାଳିଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କପିଲ ଦେବଙ୍କୁ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସଦ୍ୟ ଖବର ଆସିଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ କପିଳ ଦେବଙ୍କ ଅବସ୍ଥା ସ୍ଥିର ରହିଛି । ତାଙ୍କୁ କିଛି ଦିନ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରିବ ବୋଲି କହିଛନ୍ତି ଚିକିତ୍ସକମାନେ ।

କପିଳ ଦେବଙ୍କୁ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟ ହାର୍ଟ ଇନଷ୍ଟିଚ୍ୟୁଟରେ ରାତି ୧ଟାରେ ଭର୍ତ୍ତି କରାଯାଇଥିଲା । ସେ ନିଜ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ । ଡାକ୍ତରଖାନାରେ ତାଙ୍କୁ ପହଞ୍ଚାଇବା ପରେ ଡାକ୍ତରମାନେ ତୁରନ୍ତ କପିଳ ଦେବଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ ଓ ତା’ପରେ ଆଞ୍ଜିଓପ୍ଲାଷ୍ଟି କରିଥିଲେ।

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେ

ଏସ୍କର୍ଟ ହସ୍ପିଟାଲର ବିବୃତ୍ତି ଅନୁଯାୟୀ, ‘‘କପିଳ ଦେବଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅତୁଲ ମଥୁର ଓ ତାଙ୍କ ଟିମ୍ କପିଳ ଦେବଙ୍କ ଆଞ୍ଜିଓପ୍ଲାଷ୍ଟି (angioplasty) କରିଥିଲେ । ଏବେ କପିଳ ଦେବଙ୍କ ଅବସ୍ଥା ସ୍ଥିର ରହିଛି। ଖୁବ୍ ଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ।’’

ଆଞ୍ଜିଓପ୍ଲାଷ୍ଟି ହେଉଛି ଏକ ଅସ୍ତ୍ରୋପଚାର ଯାହା ହୃଦଘାତର ସମାଧାନ ପାଇଁ କରାଯାଇଥାଏ । ଆଞ୍ଜିଓପ୍ଲାଷ୍ଟି ହେଉଛି ହୃଦୟରେ ସାଧାରଣ ରକ୍ତ ସଞ୍ଚାଳନ କରାଇବା ପାଇଁ ଅବରୋଧିତ ଧମନୀ ଖୋଲିବାର ପ୍ରକ୍ରିୟା ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଇଣ୍ଡିଆନ କ୍ରିକେଟର ଆସୋସିଏସନ (ଆଇସିଏ) ସଭାପତି ତଥା କପିଳ ଦେବଙ୍କ ବନ୍ଧୁ ଅଶୋକ ମାଲହୋତ୍ରା ପିଟିଆଇକୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ପୂର୍ବତନ ଟେଷ୍ଟ ଖେଳାଳି ମାଲହୋତ୍ରା କହିଛନ୍ତି, ‘‘ସେ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି । ମୁଁ ତାଙ୍କ ପତ୍ନୀ ରୋମିଙ୍କ ସହ କଥା ହୋଇଥିଲି । ସେ କହିଥିଲେ ଯେ ଗତ କାଲି କପିଳ ଦେବ ନିଜ ଛାତିରେ ଟିକେ କଷ୍ଟ ଅନୁଭବ କରୁଥିଲେ । ଡାକ୍ତରଖାନାରେ ତାଙ୍କର ପରୀକ୍ଷା କରାଯାଉଛି ।’’



କପିଳ ଦେବଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ବିଶ୍ୱ ସାରା ତାଙ୍କ ଆରୋଗ୍ୟ ହେବା ପାଇଁ ପ୍ରାର୍ଥନା କରାଯାଉଛି । କିମ୍ବଦନ୍ତୀ କ୍ରିକେଟରମାନଙ୍କ ଠାରୁ ଆରମ୍ଭ କରି କପିଳ ଦେବଙ୍କ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସ୍ୱାସ୍ଥ୍ୟ ଲାଭ ପାଇଁ ପ୍ରାର୍ଥନା କରୁଛନ୍ତି । ଏହାରି ମଧ୍ୟରେ ଡାକ୍ତରମାନେ କପିଳ ଦେବଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଖୁସି ଖବର ଦେଇଛନ୍ତି । ଖୁବ ଶୀଘ୍ର କପିଳ ଦେବ ଡାକ୍ତରଖାନାରୁ ଘରକୁ ଯାଇପାରିବେ । (PTI ର ଇନପୁଟ୍ ସହିତ)
Published by: Anand Shankar Thankur Das
First published: October 23, 2020, 9:30 PM IST
corona virus btn
corona virus btn
Loading