ଘରକୁ ଫେରିଲେ କପିଲ ଦେବ; ହୃଦଘାତ ପରେ ହୋଇଥିଲେ ହସ୍ପିଟାଲରେ ଭର୍ତ୍ତି

ହୃଦଘାତ ପରେ ଭେଟେରାନ କ୍ରିକେଟର କପିଲ ଦେବଙ୍କୁ ଜରୁରୀକାଳୀନ କରୋନାରୀ ଆଞ୍ଜିଓପ୍ଲାଷ୍ଟି (angioplasty) କରଯାଇଥିଲା ।

ଘରକୁ ଫେରିଲେ କପିଲ ଦେବ; ହୃଦଘାତ ପରେ ହୋଇଥିଲେ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରୁ ଡିସଚାର୍ଜ ହେଲେ କପିଲ ଦେବ
  • News18 Odia
  • Last Updated: October 25, 2020, 4:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କିମ୍ବଦନ୍ତୀ ଭାରତୀୟ କ୍ରିକେଟର କପିଲ ଦେବଙ୍କୁ (Kapil Dev) ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ପୂର୍ବତନ କ୍ରିକେଟର ଚେତନ ଶର୍ମା ତାଙ୍କ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି । ବାସ୍ତବରେ ଦିଲ୍ଲୀର ସୁନ୍ଦର ନଗରରେ ରହୁଥିବା କପିଲ (୬୧ ବର୍ଷ) ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଗୁରୁବାର ଦିନ ଚହଲାର ଫୋର୍ଟିସ୍ ଏସକର୍ଟ ହାର୍ଟ ଇନଷ୍ଟିଚ୍ୟୁଟର ଜରୁରୀକାଳୀନ ବିଭାଗକୁ ନିଆଯାଇଥିଲା । ହସ୍ପିଟାଲ ଏହାର ପ୍ରାରମ୍ଭିକ ବିବୃତ୍ତିରେ କେବଳ ଛାତି ଯନ୍ତ୍ରଣା ବିଷୟରେ ଉଲ୍ଲେଖ କରିଥିଲା କିନ୍ତୁ ପରେ କହିଥିଲେ ଯେ କପିଲ ଦେବଙ୍କର ହୃଦଘାତ ହୋଇଥିଲା । ତାଙ୍କର ରାତିରେ ଜରୁରୀକାଳୀନ କରୋନାରୀ ଆଞ୍ଜିଓପ୍ଲାଷ୍ଟି (angioplasty) କରାଯାଇଥିଲା ।

ଚେତନ ହସ୍ପିଟାଲର ଡାକ୍ତର ଅତୁଲ ମଥୁର ଓ କପିଲ ଦେବଙ୍କ ଫଟୋ ସେୟାର କରିଛନ୍ତି । ଡକ୍ଟର ମଥୁର ହିଁ କିମ୍ବଦନ୍ତୀ ଭାରତୀୟ କ୍ରିକେଟରଙ୍କ ଆଞ୍ଜିଓପ୍ଲାଷ୍ଟି କରିଥିଲେ । ଫଟୋ ସେୟାର କରିବା ସହିତ ଚେତନ ଶର୍ମା ଲେଖିଛନ୍ତି ଯେ ଡକ୍ଟର ଅତୁଲ ମଥୁରଙ୍କ କପିଲ ପାଜିର ଆଞ୍ଜିଓପ୍ଲାଷ୍ଟି କରିଥିଲେ । ସେ ବର୍ତ୍ତମାନ ଭଲ ଅଛନ୍ତି ଓ ଡିସଚାର୍ଜ ହୋଇଛନ୍ତି ।



ଏହାପୂର୍ବରୁ କପିଲ ଦେବଙ୍କ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଯେଉଁମାନେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରୁଥିଲେ ତାଙ୍କୁ ଓ ତାଙ୍କ ପରିବାରକୁ ସମର୍ଥନ ଜଣାଇବା ପାଇଁ କୃତଜ୍ଞତାର ଏକ ସଂକ୍ଷିପ୍ତ ବିବୃତ୍ତି ଦେଇଥିଲେ । ବିବୃତ୍ତି ଅନୁଯାୟୀ '' ଆପଣ ସମସ୍ତଙ୍କୁ ଧନ୍ୟବାଦ। ଆପଣଙ୍କ ଶୁଭକାମନାରେ ମୁଁ ଅତ୍ୟନ୍ତ ଖୁସି ଓ ଭଲହେବା ପ୍ରକ୍ରିୟାରେ ଅଛି ।

କ୍ରିକେଟ୍ ଇତିହାସରେ କପିଲ ଦେବ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ତାଙ୍କ ନାମରେ ୪୦୦ରୁ (୪୩୪) ଅଧିକ ୱିକେଟ୍ ନେବା ସହ ଟେଷ୍ଟ ମ୍ୟାଚ୍ ରେ ୫୦୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ୧୯୯୯ ରୁ ୨୦୦୦ ମଧ୍ୟରେ ସେ ଭାରତର ଜାତୀୟ ପ୍ରଶିକ୍ଷକ ମଧ୍ୟ ଥିଲେ । କପିଲଙ୍କୁ ୨୦୧୦ ରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ହଲ୍ ଅଫ୍ ଫେମ୍ରେ ଅନ୍ତର୍ଭୁକ୍ତ କରାଯାଇଥିଲା । 'ହରିୟାଣା ହରିକେନ' ନାମରେ ମଧ୍ୟ ଜଣାଶୁଣା କପିଲ ଭାରତୀୟ ଟେରିଟୋରିଆଲ୍ ଆର୍ମିରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ଅଟନ୍ତି ।
Published by: Jagdish Barik
First published: October 25, 2020, 4:21 PM IST
corona virus btn
corona virus btn
Loading