News18 Odia Digital
Fact Check: ଅନେକ ପ୍ରକାରର ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ। ଯଦି ଆପଣଙ୍କ ଘରେ ଝିଅ ଅଛି, ତେବେ ସରକାରଙ୍କ ଠାରୁ ପ୍ରତିମାସରେ ୪୫୦୦ ଟଙ୍କା ମିଳିବ? ଆଜିକାଲି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ବିଷୟରେ ସୋସିଆଲ ମିଡିଆରେ ବାର୍ତ୍ତା ଭାଇରାଲ ହେଉଛି। ଏକ ଭାଇରାଲ୍ ମେସେଜରେ ଦାବି ହୋଇଛି ଯେ ଝିଅ ଥିବା ପରିବାରଗୁଡିକ ସରକାରଙ୍କ ଠାରୁ ମାସକୁ ୪୫୦୦ ଟଙ୍କା ପାଇବେ। PIB ଏହି ସନ୍ଦେଶର ସତ୍ୟତା ଯାଞ୍ଚ କରିଛି।
ପିଆଇବି ଫ୍ୟାକ୍ଟ ଚେକ୍ ଏହାର ଅଫିସିଆଲ୍ ଟ୍ୱିଟରେ ଲେଖିଛି ଯେ 'ସରକାରୀ ବ୍ଳଗ୍' ନାମକ ୟୁଟ୍ୟୁବ୍ ଚ୍ୟାନେଲର ଏକ ଭିଡିଓରେ କୁହାଯାଇଛି ଯେ 'କନ୍ୟା ସୁମଙ୍ଗଲ ଯୋଜନା ଅଧୀନରେ ଝିଅମାନେ କେନ୍ଦ୍ର ସରକାର ପ୍ରତି ମାସରେ, ୪୫୦୦ ପାଉଛନ୍ତି।
ପିଆଇବି ଫ୍ୟାକ୍ଟ ଚେକ୍ କହିଛି ଯେ ଏହି ଦାବି ସମ୍ପୂର୍ଣ୍ଣ ନକଲି। ସେପରି କୌଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି।
କନ୍ୟା ସୁମଙ୍ଗଲ ଯୋଜନା କଣ? (Kanya Sumangala Yojana)କନ୍ୟା ସୁମଙ୍ଗଲ ଯୋଜନା ହେଉଛି ଏକ ଅଭିନବ ମୁଦ୍ରା ଲାଭ ଯୋଜନା ଯାହାକି ଉତ୍ତରପ୍ରଦେଶରେ ବାଳିକା ଶିଶୁର ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଅଧୀନରେ ଏକ ପରିବାରର ଦୁଇ ଝିଅ ସନ୍ତାନର ଅଭିଭାବକ କିମ୍ବା ପିତାମାତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ଯୋଜନା ୨୫ ଅକ୍ଟୋବର ୨୦୧୯ ରେ ଲକ୍ଷ୍ନରେ ଆରମ୍ଭ କରାଯାଇଥିଲା।
କେନ୍ଦ୍ର ସରକାର ଏହା କହିଛନ୍ତି ଯେ ଏଭଳି ମିଥ୍ୟା ଖବରଠାରୁ ଦୂରରେ ରୁହନ୍ତୁ ଓ ଏହି ଖବର କାହା ସହିତ ସେୟାର କରନ୍ତୁ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହିପରି ଖବର ପଠାନ୍ତୁ ନାହିଁ। ଯଦି ଆପଣ ମଧ୍ୟ କୌଣସି ଭାଇରାଲ୍ ବାର୍ତ୍ତାର ସତ୍ୟତା ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଏହି ମୋବାଇଲ୍ ନମ୍ବର 918799711259 କିମ୍ବା socialmedia@pib.gov.in ରେ ମେଲ୍ କରିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।