କାନପୁର ହିଂସା ସୁପରିକଳ୍ପିତ ଷଡ଼ଯନ୍ତ୍ର: ବିଶ୍ୱ ହିନ୍ଦୁ ପରିଷଦ ସାଧାରଣ ସଚିବ

କାନପୁରରେ ସଂଘଠିତ ହିଂସାକାଣ୍ଡକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି 'ବିଶ୍ବ ହିନ୍ଦୁ ପରିଷଦ’ର ସାଧାରଣ ସଚିବ ମିଲିନ୍ଦ ପରାନ୍ଦେ।

କାନପୁର ହିଂସା (ପ୍ରତୀକାତ୍ମକ ଛବି)

କାନପୁର ହିଂସା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କାନପୁରରେ ସଂଘଠିତ ହିଂସାକାଣ୍ଡକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି 'ବିଶ୍ବ ହିନ୍ଦୁ ପରିଷଦ’ର ସାଧାରଣ ସଚିବ ମିଲିନ୍ଦ ପରାନ୍ଦେ।

ହରିଦ୍ବାରରେ ଆୟୋଜିତ ଦୁଇଦିନିଆ ବୈଠକ ଶେଷ ହେବା ପରେ ‘ବିଶ୍ବ ହିନ୍ଦୁ ପରିଷଦ’ର ସାଧାରଣ ସଚିବ ମିଲିନ୍ଦ ପରାନ୍ଦେ କହିଛନ୍ତି,"ହିଂସା ମୁକାବିଲା କରିବା ଲାଗି ସରକାର, ପୁଲିସ ଓ ସମାଜ ସମ୍ପୂର୍ଣ୍ଣ ସମର୍ଥ। ହିଂସା ବିପକ୍ଷରେ ଅସନ୍ତୋଷ ବ୍ୟକ୍ତ କରି ସାଧୁସନ୍ଥମାନେ ଏହାକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହିଥିବା କଥା ପରାନ୍ଦେ କହିଛନ୍ତି।

ପରାନ୍ଦେ ଆହୁରି ମଧ୍ୟ କହିଛନ୍ତି, ପରିଷଦର ଦୁଇଦିନିଆ ବୈଠକରେ ୪ଟି ପ୍ରସ୍ତାବନା ଗୃହୀତ ହୋଇଛି। ସେଥିରୁ ଗୋଟିଏ ଦାବି ହେଲା ଦେଶରେ ଥିବା ମଠ ଓ ମନ୍ଦିରଗୁଡ଼ିକୁ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରବା। ଧର୍ମାନ୍ତରୀକରଣ ରୋକିବା ଲାଗି କଠୋର ଆଇନ ବ୍ୟବସ୍ଥା ଇ ‘ୟୁନିଫର୍ମ ସିଭିଲ କୋଡ଼’ ପ୍ରଚଳନ ପାଇଁ ମଧ୍ୟ ଏହି ବୈଠକରେ ଦାବି ଗୃହୀତ ହୋଇଛି।

ବୈଠକକୁ ଆସିଥିବା ଅଂଶଗ୍ରହଣକାରୀମାନେ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିବା ସହ ତାହାକୁ ରୋକିବା ଲାଗି କଠୋର ଆଇନ ପ୍ରଣୟନ କରିବା ଲାଗି ଦାବି କରିଛନ୍ତି ବୋଲି ବିଶ୍ବ ହିନ୍ଦୁ ପରିଷଦ ନେତା କହିଛନ୍ତି। ବାରାଣସୀର ଜ୍ଞାନବାପି ମସଜିଦ ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି।

ପ୍ରଫେଟ ମହମ୍ମଦଙ୍କ ସମ୍ବନ୍ଧରେ ନିଲମ୍ବିତା ବିଜେପି ନେତ୍ରୀ ନୂପୁର ଶର୍ମା ଦେଇଥିବା ଅସମ୍ମାନଜନକ ମନ୍ତବ୍ୟ ଉପରେ ଜୁନ ୩ ତାରିଖ ଦିନ ଶୁକ୍ରବାର ନମାଜ ପରେ ସଂଖ୍ୟାଲଘୁମାନେ ପ୍ରତିକ୍ରିୟା ପ୍ରକାଶ କରିବାରୁ କାନପୁରରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।
Published by:Soumya Das
First published: