ପୋଖରୀକୁ ଖସି ପଡିଲା ଶ୍ରଦ୍ଧାଳୁଙ୍କ ଭର୍ତ୍ତି ଟ୍ରାକ୍ଟର; ୨୭ ମୃତ୍ୟୁ

କାନପୁରରରେ ହୋଇଥିବା ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ଯରୁ ୧୧ ଜଣ ମହିଳା ଓ ପିଲା ଅଛନ୍ତି।

କାନପୁର ଦୁର୍ଘଟଣା (ଫଟୋ ସୌଜନ୍ଯ: ଏବିପି ନ୍ଯୁଜ)

କାନପୁର ଦୁର୍ଘଟଣା (ଫଟୋ ସୌଜନ୍ଯ: ଏବିପି ନ୍ଯୁଜ)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କାନପୁର: ଉତ୍ତରପ୍ରଦେଶର କାନପୁରରରେ ହୋଇଥିବା ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି, ସେଥିମଧ୍ୟରୁ ଚାରି ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି।

ମୃତକଙ୍କ ପାଇଁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ୟୁପି ସରକାର। ଅନ୍ୟପକ୍ଷରେ, ଏହି ଦୁର୍ଘଟଣାରେ ସିଏମ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ  ପ୍ରକାଶ କରିଛନ୍ତି।

ସମସ୍ତ ଶ୍ରଦ୍ଧାଲୁ ନବରାତ୍ରୀ ଅବସରରେ ଉନ୍ନାଓର ଚନ୍ଦ୍ରିକା ଦେବୀ ମନ୍ଦିର ପରିଦର୍ଶନ କରିବା ପରେ କଥରା ଗ୍ରାମକୁ ଫେରୁଥିଲେ। ଏହି ଟ୍ରାକ୍ଟରରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଥିଲା। ତେବେ ସ୍ଥାନୀୟ ଲୋକ ଏହାକୁ ପ୍ରଶାସନର ଅବହେଳା କରିଥିବା ଅଭିଯୋଗ କରିଛନ୍ତି। ଅଧିକାରୀଙ୍କ ଅବହେଳା ଯୋଗୁଁ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିବା ସେମାନେ କହିଛନ୍ତି। ଯଦି ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚିଥାନ୍ତା, ତେବେ ଅଧିକ ଜୀବନ ବଞ୍ଚିଥାନ୍ତା। କୁହାଯାଉଛି ଯେ ଡ୍ରାଇଭର ଉଚ୍ଚ ବେଗରେ ଟ୍ରାକ୍ଟର-ଟ୍ରଲି ଚଳାଉଥିଲା ଓ ସେ ନିଶାଶକ୍ତ ଅବସ୍ଥାରେ ଥିଲେ ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା। ଯେତେବେଳେ ଟ୍ରାକ୍ଟର ପାଣି ଭର୍ତ୍ତି କ୍ଷେତରେ ପଡ଼ିଗଲା, ସେଥିରେ ଥିବା ଲୋକମାନେ ଗାଡ଼ିରୁ ବାହାରିବାକୁ ସୁଯୋଗ ପାଇଲେ ନାହିଁ ଓ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ।
Published by:Soumya Das
First published: