Atiq Ahmed Death Case: ଜୟ ଶ୍ରୀରାମ ନାରାରେ କମ୍ପିଲା ଅଞ୍ଚଳ, ମିଠା ବାଣ୍ଟିଲେ ବିଜେପି କର୍ମୀ

ଆତସବାଜି କଲେ, ମିଠା ବାଣ୍ଟିଲେ....ଆତିକ ଓ ଅସରଫଙ୍କ ହତ୍ଯା ପରେ କାନପୁରରେ ଉତ୍ସବ ମନାଇଲେ ବିଜେପି କର୍ମୀ ।

ଅସଦଙ୍କ ଏନକାଉଣ୍ଟର ପରେ ବିଜେପି କର୍ମୀ ପାଳିିଥିଲେ ଉତ୍ସବ (ପ୍ରତୀକାତ୍ମକ ଛବି)

ଅସଦଙ୍କ ଏନକାଉଣ୍ଟର ପରେ ବିଜେପି କର୍ମୀ ପାଳିିଥିଲେ ଉତ୍ସବ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Atiq Ahmed Murder Case:  ଗ୍ୟାଙ୍ଗଷ୍ଟାର ଆତିକ(Atiq Ahmed ) ଓ ତାଙ୍କ ଭାଇ ଅସରଫ(Ashraf) ଙ୍କ ହତ୍ଯା ପରେ ସାରା ରାଜ୍ଯରେ ହାଇ ଆର୍ଲଟ ଜାରି ହୋଇଛି । କିନ୍ତୁ କାନପୁର(Kanpur)ରେ କିନ୍ତୁ ଏକ ପ୍ରକାର ଖୁସିରେ ମାହୋଲ ଦେଖିବାକୁ ମିଳିଥିଲା । ସେଠାକାର ବିଜେପି କର୍ମୀମାନେ ଉତ୍ସବ ମନାଇଛନ୍ତି । ପରସ୍ପର ଭିତରେ ମିଠା ବାଣ୍ଟି ଖୁସି ମନାଇଥିଲେ କର୍ମୀ। ସେମାନଙ୍କ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । କାନପୁର ଭାରତୀୟ  ଯୁବ ମୋର୍ଚ୍ଚା ଅଧ୍ଯକ୍ଷ ଶିବାଙ୍ଗ ମିଶ୍ରଙ୍କ ଅଧ୍ଯକ୍ଷତାରେ ସେଲିବ୍ରେସନ କରିଥିଲେ ବିଜେପି କର୍ମୀ ।

ଆତିକ-ଅସରଫ ହତ୍ଯାକାଣ୍ଡ ମାମଲା: ୟୁପିରେ ୧୪୪ ଧାରା ଜାରି, ଆଜି ହେବ ପୋଷ୍ଟମର୍ଟମ

ହତ୍ଯା ପରେ ନ୍ଯାୟିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟାକାଣ୍ଡ ଘଟଣା ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା । ଏହାପରେ ତିନି ଜଣିଆ ନ୍ୟାୟିକ ଆୟୋଗ ଗଠନ କରାଯାଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ସାରା ରାଜ୍ୟରେ ୧୪୪ ଧାରା ଲାଗୁ ହୋଇଛି । ଏଥି ସହ ସାରା ରାଜ୍ୟକୁ ହାଇ ଆଲର୍ଟ କରାଯାଇଛି । ପୋଲିସ ସମସ୍ତ ୭୫ଟି ଜିଲ୍ଲାରେ ଫ୍ଲାଗ ମାର୍ଚ୍ଚ କରିଛି । ରାଜ୍ୟର ସମସ୍ତ ପୋଲିସଙ୍କ ଛୁଟି ବାତିଲ କରାଯାଇଛି ।

ATIQ AHMED: ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦଙ୍କୁ ହତ୍ୟା, ମିଡିଆ କର୍ମୀ ବେଶରେ ଆସି ମୁଣ୍ଡରେ ଗୁଳିମାଡ଼ !

ଅନ୍ଯପଟେ ପ୍ରୟାଗର ମେଡିକାଲ କଲେଜ ନିକଟରେ ଗ୍ୟାଙ୍ଗଷ୍ଟର-ରାଜନେତା ଆତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫଙ୍କୁ ଗୁଳି କରି ହତ୍ୟା କରାଯିବାର ଭିଡ଼ିଓ ଏବେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି। ଯେଉଁ ଭିଡିଓରେ ସାମ୍ନାକୁ ଆସିଛି, ସେଥିରେ ମିଡିଆ କର୍ମଚାରୀଙ୍କ ମଧ୍ୟରେ ଆତିକଙ୍କୁ ଦେଖିବାକୁ ମିଳିଛି। ଏହି ସମୟରେ ସେଠାରେ ଏକ ଗୁଳି ଚଳାଇ ତାଙ୍କ ମୁଣ୍ଡରେ ବାଜିଥିଲା। ହତ୍ୟାକାରୀମାନେ ସାମ୍ବାଦିକ ଭାବରେ ଆସିଥିଲେ।
Published by:Soumya Das
First published: