ମୃତ୍ୟୁର ୧୮ ମାସ ପର୍ଯ୍ୟନ୍ତ କରାଯାଇନଥିଲା ଅନ୍ତିମ ସଂସ୍କାର; ଶବ ସହ କାହିଁକି ରହୁଥିଲେ ପରିବାର ଲୋକେ ?

ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ପରିବାର ଗତ ଦେଢ଼ ବର୍ଷ ଧରି ମୃତ ଶରୀର ସହିତ ରହୁଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଲା ପରିବାର ବିଶ୍ୱାସ କରୁଥିଲେ ଯେ ତାଙ୍କର ସଦସ୍ୟ ଜୀବିତ ଅଛନ୍ତି ।

ମୃତ୍ୟୁର ୧୮ ମାସ ପର୍ଯ୍ୟନ୍ତ କରାଯାଇନଥିଲା ଅନ୍ତିମ ସଂସ୍କାର; ଶବ ସହ କାହିଁକି ରହୁଥିଲେ ପରିବାର ଲୋକେ ?

ମୃତ୍ୟୁର ୧୮ ମାସ ପର୍ଯ୍ୟନ୍ତ କରାଯାଇନଥିଲା ଅନ୍ତିମ ସଂସ୍କାର; ଶବ ସହ କାହିଁକି ରହୁଥିଲେ ପରିବାର ଲୋକେ ?

  • News18 Odia
  • Last Updated :
  • Kanpur, India
  • Share this:
News 18 Odia Digital

କାନପୁର : ଉତ୍ତରପ୍ରଦେଶର କାନପୁରର ରାୱତପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ପରିବାର ଗତ ଦେଢ଼ ବର୍ଷ ଧରି ମୃତ ଶରୀର ସହିତ ରହୁଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଲା ପରିବାର ବିଶ୍ୱାସ କରୁଥିଲେ ଯେ ତାଙ୍କର ସଦସ୍ୟ ଜୀବିତ ଅଛନ୍ତି । ବାସ୍ତବରେ, ଏପ୍ରିଲ୍ ୨୦୨୧ ମସିହାରେ ଗୁଜୁରାଟର ଆୟକର ବିଭାଗର ଅଧିକାରୀ ଭାବରେ ପୋଷ୍ଟିଙ୍ଗ ହୋଇଥିବା କାନପୁରର ଭିମଲେଶ ଦୀକ୍ଷିତ ରାୱତପୁର ସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ବରଣ କରିଥିଲେ । ମୋତି ହସ୍ପିଟାଲ ଦ୍ୱାରା ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଜାରି କରାଯାଇଥିଲା । ୧୮ ମାସ ପରେ ମଧ୍ୟ ସମ୍ପର୍କୀୟମାନେ ମୃତ ଦେହର ଶେଷ ରୀତିନୀତି କରିନଥିଲେ। ସେମାନେ ମୃତଦେହକୁ ଘରେ ରଖିଥିଲେ ଓ ଘରେ ଭିମଲେଶଙ୍କୁ ଜୀବନ୍ତ ଥିବା କହି ଚିକିତ୍ସ କରୁଥିଲେ ।

ଗୁଜୁରାଟର ଆୟକର ବିଭାଗରେ ଭିମଲେଶ ଦୀକ୍ଷିତଙ୍କୁ ପୋଷ୍ଟ କରାଯାଇଥିଲା । ଯେତେବେଳେ ସେ ଲଗାତାର ଦେଢ଼ବର୍ଷ ଡ୍ୟୁଟିରେ ଯୋଗ ଦେଇନଥିଲେ, ସେତେବେଳେ କାନପୁର ସିଏମଓଙ୍କୁ ଏହାର ଅନୁସନ୍ଧାନ ପାଇଁ ଲିଖିତ ଭାବେ କୁହାଯାଇଥିଲା । ରାୱତପୁରର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଭିମଲ ଦୀକ୍ଷିତଙ୍କ ଘରେ ପହଞ୍ଚିବା ପରେ ପରିବାର ସଦସ୍ୟ ମୃତଦେହକୁ ହୈଲଟକୁ ନେଇ ଯାଞ୍ଚ କରିବା ପାଇଁ ଜିଦ୍ ଧରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ବାସ୍ତବରେ, ଭିମଲେଶ ଦୀକ୍ଷିତଙ୍କ ପରିବାର ସଦସ୍ୟ ତାଙ୍କ ମୃତ ଦେହକୁ ଗତ ଦେଢ଼ ବର୍ଷ ଧରି ଘରେ ରଖିଥିଲେ । ଲୋକଙ୍କୁ କୁହନ୍ତି ଯେ ଭିମଲେଶ ଅସୁସ୍ଥ ଓ କୋମାରେ ଅଛନ୍ତି । ଆଜି ସ୍ୱାସ୍ଥ୍ୟ ବିଭାଗ ଦଳ ପହଞ୍ଚିବା ପରେ ଭିମଲେଶ ଦୀକ୍ଷିତଙ୍କ ସମ୍ପୂର୍ଣ୍ଣ ଶରୀର କଳା ହୋଇ ଯାଇଥିବା ଦେଖିଥିଲେ । ଗୁଜୁରାଟର ଆୟକର ବିଭାଗ ତରଫରୁ ଭିମଲେଶ ଦୀକ୍ଷିତ କ୍ରମାଗତ ରୂପେ ନ ଆସିବା ଅଭିଯୋଗ ହେବା ପରେ ପୁରା ମାମଲା ସାମ୍ନାକୁ ଆସିଥିଲା । କ୍ରମାଗତ ଭାବରେ ଭିମଲେଶଙ୍କୁ ଦରମା ଦିଆଯାଉଥିଲା କିନ୍ତୁ ତାଙ୍କୁ କୌଣସି ପ୍ରକାରେ ଯୋଗାଯୋଗ କରାଯାଇ ପାରି ନଥିଲା । ଏମିତିରେ ବିଭାଗ ତଦନ୍ତ କରିସାରିଛି । ଆୟକର ବିଭାଗ କାନପୁର ମେଡିକାଲ ଅଧିକାରୀଙ୍କ ସହ ଯୋଗାଯୋଗ କରି ଲିଖିତ ଭାବେ ଏହି ଘଟଣାର ତଦନ୍ତ କରିବା ପାଇଁ କହିଥିଲେ ।
Published by:Soubhagya Mishra
First published: