କୀର୍ତ୍ତି ଦବେ (ପ୍ରତୀକାତ୍ମକ ଛବି)
News18 Odia Digital
ପ୍ରଥମ ଶ୍ରେଣୀରେ ପଢୁଥିବା ଜଣେ ୬ ବର୍ଷର ବାଳିକା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଚିଠି ଲେଖିଛନ୍ତି। କୀର୍ତ୍ତି ଲେଖିଛନ୍ତି, 'ପ୍ରଧାନମନ୍ତ୍ରୀ, ମୋର ନାମ କୀର୍ତ୍ତି ଦୁବେ। ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢ଼େ। ମୋଦି ଜୀ ଆପଣ ଦର ବଢ଼ାଇଛନ୍ତି। ଏପରିକି ପେନ୍ସିଲ ରବରକୁ ମହଙ୍ଗା ହୋଇଛି। ମ୍ୟାଗିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମୁଁ ମୋ ପେନ୍ସିଲ ମାଗିବାକୁ ମୋ ମା ବାଡ଼ଉଛି। ମୁଁ କ’ଣ କରିବି? ପିଲାମାନେ ମୋର ପେନ୍ସିଲ ଚୋରି କରିନେଉଛନ୍ତି।"
ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉତ୍ତରପ୍ରଦେଶ କୌନଜ ବାସିନ୍ଦା ଓକିଲ ବିଶାଲ ଦୁବେ କହିଛନ୍ତି, "ଏହା ମୋ ଝିର 'ମନ୍ କି ବାତ'। ସ୍କୁଲରେ ପେନ୍ସିଲ ହଜାଇ ଦେଇଥିବାରୁ ତାଙ୍କ ମା ତାଙ୍କୁ ଗାଳିଗୁଲଜ କରିଥିଲେ"।
ଛବିରାମ ଏସଡିଏମ ଅଶୋକ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏହି ଛୋଟ ଝିଅର ଚିଠି ସୋସିଆଲ ମିଡିଆରେ ଦେଖିଥିଲେ। ମୁଁ ସବୁ ପ୍ରକାରେ ଏହି ଛୋଟ ଝିଅକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଓ ତାଙ୍କ ଚିଠି ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ମୁଁ ଚେଷ୍ଟା କରିବି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।