ଅନୁରାଗ କାଶ୍ୟପଙ୍କୁ ଟାର୍ଗେଟ କଲେ କଙ୍ଗନା ରଣାୱତ; ବଳାତ୍କାର ଅଭିଯୋଗ ଉପରେ ଦେଲେ ଏପରି ପତିକ୍ରିୟା

ଅଭିନେତ୍ରୀ (Actress) କଙ୍ଗନା ରଣାୱତ (Kangana Ranaut) ପାୟଲ ଘୋଷ (Payal Ghosh) ବଳାତ୍କାର ଅଭିଯୋଗରେ ଏଫଆଇଆର ଦାଖଲ କରିବା ପରେ ମଧ୍ୟ ଅନୁରାଗ କାଶ୍ୟପଙ୍କୁ (Anurag Kashyap) ଗିରଫ ନ କରିବାକୁ ନେଇ ପ୍ରଶ୍ନ କରିଛନ୍ତି ।

ଅନୁରାଗ କାଶ୍ୟପଙ୍କୁ ଟାର୍ଗେଟ କଲେ କଙ୍ଗନା ରଣାୱତ; ବଳାତ୍କାର ଅଭିଯୋଗ ଉପରେ ଦେଲେ ଏପରି ପତିକ୍ରିୟା
କଙ୍ଗନା ରଣାୱତ(ଫାଇଲ ଫଟୋ)
  • News18 Odia
  • Last Updated: September 29, 2020, 6:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ଆଜିକାଲି ଜବରଦସ୍ତ ହେଡ଼ଲାଇନ ରହୁଛନ୍ତି । ସେ ଦେଶ ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗରେ ନିଜ ମତ ନିର୍ଭିକ ଭାବରେ ରଖୁଥିବାର ଦେଖିବାକୁ ମିଳୁଛି । ସେ ନିକଟରେ ଏପରି ଆଉ ଏକ କାରଣ ଯୋଗୁଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କୁ (Anurag Kashyap) କଠୋର ଟାର୍ଗେଟ କରିଛନ୍ତି । ଅନୁରାଗଙ୍କ ଉପରେ ହୋଇଥିବା ବଳାତ୍କାର ଅଭିଯୋଗ (Rape Allegations) ଓ ପାୟଲ ଘୋଷର (FIR) ଏଫଆଇଆର ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ପ୍ରଶ୍ନ କରିଛନ୍ତି । କଙ୍ଗନା ରଣାୱତ ତାଙ୍କ ପୋଷ୍ଟରେ ଆହୁରି ଅନେକ ଗମ୍ଭୀର ବିଷୟ ଉଠାଇଛନ୍ତି ।





ପ୍ରକୃତରେ କଙ୍ଗନା ନିଜ ପୋଷ୍ଟରେ ୟୁଟ୍ୟୁବର ସାହିଲ ଚୌଧୁରୀଙ୍କୁ ଜେଲକୁ ପଠାଯିବା ପ୍ରସଙ୍ଗରେ ଟ୍ୱିଟ କରିଥିଲେ । କୁହାଯାଉଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ସାହିଲ ତାଙ୍କ ଭିଡିଓରେ ବଲିଉଡ଼ ତାରକା ତଥା ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ ।

ଏଥି ସହିତ କଙ୍ଗନା ଏହି ପ୍ରସଙ୍ଗରେ ଟ୍ୱିଟ୍ କରି ଲେଖିଛନ୍ତି- 'ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ କରିବା ପାଇଁ କେହି କେହି ସାହିଲଙ୍କ ଉପରେ ଏଫ୍ଆଇଆର୍ ଦାଖଲ କରିଛନ୍ତି,  ଯାହା ତାଙ୍କର ଗଣତାନ୍ତ୍ରିକ ଅଧିକାର । ତାଙ୍କୁ ତୁରନ୍ତ ଜେଲକୁ ପଠାଇ ଦିଆଯାଇଥିଲା । କିନ୍ତୁ ପାୟଲ ଘୋଷ ବହୁ ପୂର୍ବରୁ ବଳାତ୍କାର ପାଇଁ ଅନୁରାଗ କାଶ୍ୟପଙ୍କ ଉପରେ ଏଫଆଇଆର ଦାଖଲ କରିଥିଲେ ମଧ୍ୟ ସେ ମୁକ୍ତ ଭାବରେ ବୁଲୁଛନ୍ତି। ଏସବୁ କଣ ? '

ଏହା ବି ପଢ଼ନ୍ତୁ | ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର! ଦଶହରା ଓ ଦୀପାବଳୀ ପୂର୍ବରୁ ରେଳବାଇ ଚଳାଇ ପାରେ ୮୦ଟି ନୂଆ ଟ୍ରେନ୍

ଏହା ବି ପଢ଼ନ୍ତୁ ଆଉ ମୃତକମାନଙ୍କର ହେବନି କରୋନା ଟେଷ୍ଟ; ସାନି ନିର୍ଦ୍ଦେଶ ଜାରି କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

କଙ୍ଗନାଙ୍କ ଏହି ପୋଷ୍ଟରେ ତୀବ୍ର ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳୁଛି । ଅନେକ ଲୋକ ତାଙ୍କ ମତକୁ ସମର୍ଥନ କରିଛନ୍ତି । ପାୟଲ ଘୋଷଙ୍କ ବିଷୟରେ କହିବାକୁ ଗଲେ ସେ ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କୁ ଭେଟିଥିଲେ ।



ପାୟଲ ଘୋଷ ତାଙ୍କ ଜୀବନକୁ ବିପଦ ଅଛି ବୋଲି ଦାବି କରି ରାଜପାଳଙ୍କ ଠାରୁ Yଗ୍ରେଡ଼ର ସୁରକ୍ଷା ଦାବି କରିଛନ୍ତି । ଏହି ସମୟ ମଧ୍ୟରେ ଅଭିନେତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ ମଧ୍ୟ ଉପସ୍ଥିତ ଥିଲେ ।
Published by: Jagdish Barik
First published: September 29, 2020, 6:49 PM IST
corona virus btn
corona virus btn
Loading