କଙ୍ଗନାଙ୍କ ସମର୍ଥନରେ ବାହାରିଲେ ତାଙ୍କ ପୂର୍ବ ପ୍ରେମିକ ଅଧ୍ୟୟନ । ‘’୧୨ ବର୍ଷରୁ ସମ୍ପର୍କ ନାହିଁ, କିନ୍ତୁ…’’

ଅଧ୍ୟୟନ ସୁମନ କହିଛନ୍ତି ଯେ ଯଦି କଙ୍ଗନା କୌଣସି ପ୍ରସଙ୍ଗକୁ ନେଇ ସର୍ବସାଧାରଣରେ ଆସିବାକୁ ସ୍ଥିର କରିଛନ୍ତି, ତେବେ ତା’ ପଛରେ ନିଶ୍ଚିତ କିଛି କାରଣ ଥିବ । ତାଙ୍କୁ କୌଣସି ପ୍ରଚାରର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

କଙ୍ଗନାଙ୍କ ସମର୍ଥନରେ ବାହାରିଲେ ତାଙ୍କ ପୂର୍ବ ପ୍ରେମିକ ଅଧ୍ୟୟନ । ‘’୧୨ ବର୍ଷରୁ ସମ୍ପର୍କ ନାହିଁ, କିନ୍ତୁ…’’
କଙ୍ଗନା ରଣୌତଙ୍କ ସହ ଅଧ୍ୟୟନ ସୁମନ (ଫାଇଲ୍ ଫଟୋ)
  • News18 Odia
  • Last Updated: September 19, 2020, 2:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର 'ବିବାଦ କ୍ୱିନ୍‌' କଙ୍ଗନା ରଣୌତ (Kangana Ranaut) ସୋସିଆଲ ମିଡ଼ିଆରେ ସକ୍ରିୟ ହେବା ଦିନ ଠାରୁ ଅନେକ ଲୋକଙ୍କ ଟାର୍ଗେଟରେ ରହିଆସିଛନ୍ତି । କଙ୍ଗନା ଅନେକ ସମୟରେ ନିଜ ବେଫିକର୍‌ କଥାବାର୍ତ୍ତା ଯୋଗୁଁ କିଛି ନା କିଛି ବିତର୍କର ଅଂଶ ହୋଇଯାଆନ୍ତି । ନିକଟରେ ମହାରାଷ୍ଟ୍ର ସରକାରଙ୍କ (Maharashtra Government) ସହ ଯୁକ୍ତିତର୍କ ପରେ ବିଏମସି ତାଙ୍କ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇଦେଇଥିଲା । ଏହା ପରେ ଶିବ ସେନାକୁ (Shiva Sena) ସବୁ ସ୍ଥାନରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏଥି ସହିତ କଙ୍ଗନା ରଣୌତଙ୍କୁ ନିଜ କଥା ଯୋଗୁଁ ଅନେକ ବଲିଉଡ ସେଲିବ୍ରିଟିଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଛି, କିନ୍ତୁ ଇତି ମଧ୍ୟରେ ତାଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଓ ଅଭିନେତା ଅଧ୍ୟୟନ ସୁମନଙ୍କ (Adhyayan Suman) ସମର୍ଥନ ମିଳିଯାଇଛି ।

ଅଧ୍ୟୟନ ସୁମନଙ୍କ ଅନୁଯାୟୀ ଯଦି କଙ୍ଗନା କିଛି ପ୍ରସଙ୍ଗ ପାଇଁ ଛିଡା ହୋଇଛନ୍ତି, ତେବେ ତା’ ପଛରେ ନିଶ୍ଚିତ ଭାବରେ ଏକ ବଡ଼ କାରଣ ରହିଥିବ । ଇଣ୍ଡିଆ ଟିଭି ସହ କଥାବାର୍ତ୍ତା କରି ଅଧ୍ୟୟନ ସୁମନ କହିଛନ୍ତି ଯେ ସେ ଗତ ୧୨ ବର୍ଷ ଧରି କଙ୍ଗନାଙ୍କ ସହ ଯୋଗାଯୋଗରେ ନାହାଁନ୍ତି, କିନ୍ତୁ ଆଜି ଦୁହେଁ ସମାନ କଥା ପାଇଁ ଲଢ଼ୁଛନ୍ତି ।

‘‘ମୁଁ ତାଙ୍କୁ (କଙ୍ଗନାଙ୍କୁ) ସମ୍ମାନ କରେ । ମୁଁ ବୁଝିପାରୁଛି ଯେ ସେ ଯାହା କିଛି ବି କରୁଛନ୍ତି, ଇଣ୍ଡଷ୍ଟ୍ରୀର କିଛି ଲୋକଙ୍କ ବିରୁଦ୍ଧରେ ଯେପରି କହୁଛନ୍ତି, ଏହା ପଛରେ ନିଶ୍ଚିତ ଭାବରେ ଏକ ବଡ଼ କାରଣ ରହିଥିବ,’’ କହିଛନ୍ତି ଅଭିନେତା ଅଧ୍ୟୟନ ସୁମନ।

ଏହା ବି ପଢ଼ନ୍ତୁ | Gold Silver Price: ୨ ଦିନ ପରେ ପୁଣି ବଢ଼ିଲା ସୁନାର ଦାମ୍; ରୂପା ବି ମହଙ୍ଗା ହେଲା; ଜାଣନ୍ତୁ ଦାମ୍

ଏହା ବି ପଢ଼ନ୍ତୁ | ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲା

ଅଧ୍ୟୟନରେ ଆହୁରି କହିଛନ୍ତି, ‘‘ଗତ ୧୨ ବର୍ଷ ମଧ୍ୟରେ ମୋ’ର ଓ କଙ୍ଗନାଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇନାହିଁ । ଆଜି ସେ ଜଣେ ବଡ଼, ପ୍ରସିଦ୍ଧ ଓ ସଫଳ ଅଭିନେତ୍ରୀ । ଯଦି ସେ କୌଣସି ପ୍ରସଙ୍ଗକୁ ନେଇ ସର୍ବସାଧାରଣରେ ଆସିବାକୁ ସ୍ଥିର କରିଛନ୍ତି, ତେବେ ତା’ ପଛରେ ନିଶ୍ଚିତ କିଛି କାରଣ ଥିବ । ତାଙ୍କୁ କୌଣସି ପ୍ରଚାରର ଆବଶ୍ୟକତା ନାହିଁ । ସେହି ପ୍ରସଙ୍ଗ କାରଣରୁ ହିଁ ସେ କହୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ତାଙ୍କର ନିଷ୍ପତ୍ତି ଓ ମୁଁ ଏହାକୁ ସମ୍ମାନ କରେ ।’’



ସେ ପୁଣି କହିଛନ୍ତି, ‘‘ମୁଁ ଯେପରି ପୂର୍ବରୁ କହିଛି, ଗତ ୧୨ ବର୍ଷ ମଧ୍ୟରେ ଆମର କୌଣସି ସମ୍ପର୍କ ନାହିଁ, କିନ୍ତୁ ଜୀବନ ଆମକୁ ଏପରି ସ୍ଥିତିରେ ପହଞ୍ଚାଇଛି ଯେଉଁଠି ଆମେ ପରସ୍ପର ବିରୁଦ୍ଧରେ ନୁହେଁ, ବରଂ ଗୋଟିଏ କଥା ବିରୁଦ୍ଧରେ ଲଢ଼ୁଛୁ । ଯେମିତି ମୋ‘ ବାପା (ଶେଖର ସୁମନ, Shekhar Suman) ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ପାଇଁ ନ୍ୟାୟ ଦାବି କରୁଛନ୍ତି, ସେହି ପରି କଙ୍ଗନା ମଧ୍ୟ ତାହା କରୁଛନ୍ତି ।’’
Published by: Anand Shankar Thankur Das
First published: September 19, 2020, 2:57 PM IST
corona virus btn
corona virus btn
Loading