ରିହାନ୍ନା କୃଷକ ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠାଇଲେ; କଙ୍ଗନା କହିଲେ- 'ଆମେ ତୁମ ପରି ବୋକା ନୁହଁ'

ପପ୍ ଗାୟିକା ରିହାନ୍ନା (Rihanna) କୃଷକମାନଙ୍କୁ ସମର୍ଥନ କରି ଏକ ଟ୍ୱିଟ୍ ମାଧ୍ୟମରେ ପ୍ରଶ୍ନ ଉଠାଇବାରୁ 'ପଙ୍ଗା କୁଇନ୍' କଙ୍ଗନା ରଣୌତ ତାଙ୍କୁ ଟ୍ୱିଟ୍ ଉପରେ ଏକ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।

ରିହାନ୍ନା କୃଷକ ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠାଇଲେ; କଙ୍ଗନା କହିଲେ- 'ଆମେ ତୁମ ପରି ବୋକା ନୁହଁ'
ସୋସିଆଲ ମିଡିଆରେ ଉଭୟଙ୍କ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି
  • News18 Odia
  • Last Updated: February 3, 2021, 9:36 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: କୃଷକ ଆନ୍ଦୋଳନ ୨ ମାସରୁ ଅଧିକ ସମୟ ଧରି ଚାଲିଆସୁଛି । କୃଷି ଆଇନକୁ ନେଇ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇସାରିଛି । କୃଷକମାନେ ନିଜ ଚାହିଦାକୁ ନେଇ ଜିଦ୍ ଧରିଛନ୍ତି ଓ ଦିଲ୍ଲୀର ସୀମାଠାରୁ ଦୂରେଇ ଯିବାର ନାମ ନେଉନାହାଁନ୍ତି । ୨୬ ଜାନୁଆରୀରେ ଲାଲ କିଲ୍ଲାରେ ଯାହା ଘଟିଥିଲା ​​ତାହା ଏହି ଆନ୍ଦୋଳନର ଦିଗ ବଦଳାଇ ଦେଇଥିଲା । କିନ୍ତୁ ସରକାର ପଛକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି । ଏଥି ସହିତ କୃଷକମାନେ କହିଛନ୍ତି ଯେ ସେମାନେ କୃଷି ଆଇନ ରଦ୍ଦ ନ ହେବା ପର୍ଯ୍ୟନ୍ତ ସେଠାରୁ ହଟିବେ ନାହିଁ । ବଲିଉଡ ସେଲିବ୍ରେଟମାନେ (Bollywood Celebs) ମଧ୍ୟ କୃଷକଙ୍କ ଆନ୍ଦୋଳନକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହି ଆନ୍ଦୋଳନକୁ ହିମାଂଶୀ ଖୁରାନା, ସୋନୁ ସୁଦ, ଦିଲଜିତ ଦୋସାଞ୍ଜ, ସ୍ୱରା ଭାସ୍କର ସମେତ ଅନେକ ସେଲିବ୍ରିଟି ସମର୍ଥନ କରୁଛନ୍ତି । ଅନ୍ୟ ପଟେ କଙ୍ଗନା ରଣୌତ ଏହି ସେଲିବ୍ରେଟମାନଙ୍କୁ ଜଳାଉଥିବା ନଜର ଆସୁଛନ୍ତି । ନିକଟରେ ପପ୍ ଗାୟିକା ରିହାନ୍ନା (Rihanna) କୃଷକମାନଙ୍କୁ ସମର୍ଥନ କରି ଟ୍ୱିଟ୍ କରି ପ୍ରଶ୍ନ ଉଠାଇବାରୁ 'ପଙ୍ଗା କୁଇନ୍' କଙ୍ଗନା ରଣୌତ ତାଙ୍କୁ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି ।

କୃଷକ ଆନ୍ଦୋଳନ ଯୋଗୁଁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନେଇ ପପ୍ ଗାୟକ ରିହାନ୍ନା ଟ୍ୱିଟ୍ ମାଧ୍ୟମରେ ଏକ ନ୍ୟୁଜ ସେୟାର କରିଛନ୍ତି । କୃଷକଙ୍କ ଆନ୍ଦୋଳନ ଯୋଗୁଁ ହରିୟାଣାର ଅନେକ ଜିଲ୍ଲାରେ କିପରି ଇଣ୍ଟରନେଟ୍ ସେବା ବନ୍ଦ ହୋଇଛି ତାହା ଏହି ନ୍ୟୁଜରେ ବର୍ଣ୍ଣନା କରାଯାଇଛି । ଯେତେବେଳେ ରିହାନ୍ନା ଭାରତରେ କୃଷକଙ୍କ ଗତିବିଧି ବିଷୟରେ ଜାଣିଲେ, ସେ ଚୁପ୍ ରହିପାରିଲେ ନାହିଁ । ରିହାନା ଏହି ଖବର ସେୟାର କରି କ୍ୟାପସନରେ ଲେଖିଛନ୍ତି - ଆମେ କାହିଁକି ଏ ବିଷୟରେ କଥାବାର୍ତ୍ତା କରୁନାହୁଁ? #FarmersProtest ।



ରିହାନ୍ନାଙ୍କ ଟୁଇଟ୍ ଦେଖି କଙ୍ଗନା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ ଟ୍ୱିଟ୍କୁ ରିଟ୍ୱିଟ କରି କହିଛନ୍ତି- 'ଏହା ବିଷୟରେ କେହି କହୁ ନାହାଁନ୍ତି କାରଣ ସେମାନେ କୃଷକ ନୁହଁନ୍ତି ବରଂ ଆତଙ୍କବାଦୀ ଯେଉଁମାନେ ଭାରତକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । ଯାହାଫଳରେ ଚୀନ୍ ଭଳି ଦେଶ ଆମ ଦେଶକୁ ନିଜ ଅଧୀନକୁ ନେଇ ଆମେରିକା ଭଳି ଏକ ଚାଇନାର କଲୋନୀ ଗଠନ କରନ୍ତି । ତୁମେ ଶାନ୍ତିରେ ବସ ବୋକା । ଆମେ ତୁମ ପରି ବୋକା ନୁହଁ ଯିଏ ନିଜର ଦେଶକୁ ବିକ୍ରି କରିଦିଏ' ।



ସୋସିଆଲ ମିଡିଆରେ ଉଭୟ ଟ୍ୱିଟ୍ ବହୁତ ଭାଇରାଲ ହେବାରେ ଲାଗୁଛି । ଉଭୟଙ୍କ ପ୍ରଶଂସକମାନେ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତାମତ ଦେବା ଆରମ୍ଭ କରିଛନ୍ତି । କୃଷକ ଆନ୍ଦୋଳନ ପାଇଁ କଙ୍ଗନା ପତିକ୍ରିୟା ଏହା ପ୍ରଥମ ଥର ନୁହେଁ। ସେ ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଅନେକ ସେଲିବ୍ରେଟମାନଙ୍କୁ ନିଜ କଡ଼ା ପତିକ୍ରିୟା ଦେଇ ସାରିଛନ୍ତି ।
Published by: Jagdish Barik
First published: February 3, 2021, 9:36 AM IST