କଙ୍ଗନା ରାଣାୱତ କରୋନା ପଜିଟିଭ୍ ହେଲେ; ନିଜକୁ ହୋମ କ୍ଵାରେଣ୍ଟିନ୍ କଲେ
କଙ୍ଗନା ରାଣାୱତ (Kangana Ranaut covid positive) କୋଭିଡ୍ ପଜିଟିଭ୍ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି । ସୋସିଆଲ ମିଡିଆରେ ସେ ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ହେବା ସହ ସେ ନିଜକୁ ହୋମ୍ କ୍ଵାରେଣ୍ଟିନ୍ କରିଛନ୍ତି ।
କଙ୍ଗନା ରାଣାୱତ କରୋନା ପଜିଟିଭ୍ ହେଲେ
- News18 Odia
- Last Updated: May 8, 2021, 11:34 AM IST
ମୁମ୍ବାଇ: କରୋନା ଦେଶରେ ଏକ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମାମଲା ମଧ୍ୟରେ ବଲିଉଡର (Bollywood) 'ପଙ୍ଗା ରାଣି' ଅର୍ଥାତ୍ କଙ୍ଗନା ରାଣାୱତ (Kangana Ranaut covid positive) କୋଭିଡ୍ ପଜିଟିଭ୍ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି । ସୋସିଆଲ ମିଡିଆରେ ସେ ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ହେବା ସହ ସେ ନିଜକୁ କ୍ଵାରେଣ୍ଟିନ୍ କରିଛନ୍ତି । ସେ କହିଛନ୍ତି ଯେ ସେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ।

କଙ୍ଗନା ଆହୁରି ଲେଖିଛନ୍ତି, 'ଯଦି ଆପଣ ଭୟଭୀତ ହୁଅନ୍ତି, ତେବେ ଏହା ଆପଣଙ୍କୁ ଅଧିକ ଭୟଭୀତ କରିବ । ଚାଲନ୍ତୁ ଏହି କୋଭିଡ୍ ୧୯ ଶେଷ କରିବା । ଏହା ଏକ ଛୋଟ ଫ୍ଲୁ ଛଡା ଆଉ କିଛି ନୁହେଁ । ଯାହା ଅତ୍ୟଧିକ ଭାବେ ଦବାଇ ରଖା ଯାଇଥିଲା ଓ ବର୍ତ୍ତମାନ ଏହା କିଛି ଲୋକଙ୍କ ଉପରେ ଅଛି । ହର ହର ମହାଦେବ ।'
ସୋସିଆଲ ମିଡିଆରେ କଙ୍ଗନା ବହୁତ ସକ୍ରିୟ ଓ ଦେଶ ତଥା ବିଦେଶ ପ୍ରସଙ୍ଗରେ ତାଙ୍କ ମତାମତ ଜାରି ରଖିଛନ୍ତି । ନିକଟରେ ହୋଇଥିବା ବଙ୍ଗଳା ନିର୍ବାଚନର ଫଳାଫଳ ପରେ ସେ ବଙ୍ଗଳା ହିଂସା ବିରୋଧରେ ତୀବ୍ର ବିବୃତ୍ତି ଦେଇଛନ୍ତି । ଯାହା ପରେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ସ୍ଥଗିତ କରାଯାଇଛି ।






