କଙ୍ଗନାଙ୍କ ରାଜ୍ୟପାଳ ଭାଗବତ ସିଂ କୋଶିୟାରୀଙ୍କ ସହ ସାକ୍ଷାତ ସମୟରେ ଦୃଶ୍ୟ
News18 Odia Last Updated : September 13, 2020, 18:56 IST News18 Odia Digital
ମୁମ୍ବାଇ : ମହାରାଷ୍ଟ୍ର ସରକାର ଓ ଶିବସେନା (Shiv Sena) ମଧ୍ୟରେ ଚାଲିଥିବା କଳହ ମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ରବିବାର ରାଜ୍ୟପାଳ ଭାଗବତ ସିଂ କୋଶିୟାରୀଙ୍କ ( Bhagat Singh Koshyari) ସହ ସାକ୍ଷାତ କରିଛନ୍ତି । ଏହି ବୈଠକ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ ଅଭିନେତ୍ରୀ ରାଜ୍ୟପାଳଙ୍କ ନିକଟରେ ନିଜର ମତ ରଖିଥିଲେ ।
ବୈଠକ ପରେ କଙ୍ଗନା ରାଣାୱତ କହିଛନ୍ତି ଯେ ''ମୁଁ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟିଛି । ମୋ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ମୁଁ କହିଲି । ମୁଁ ଆଶା କରୁଛି ଯେ ମୁଁ ନ୍ୟାୟ ପାଇବି ଯାହା ଦ୍ୱାରା ଲୋକେ ଆମ ଦେଶର ବ୍ୟବସ୍ଥା ଉପରେ ବିଶ୍ୱାସ କରିବେ। ମୋର ସୌଭାଗ୍ୟ ଯେ ରାଜ୍ୟପାଳ ମୋତେ ଝିଅ ପରି ଶୁଣିଲେ ଓ ସହାନୁଭୂତି ଦେଖାଇଲେ। ''
ସେପ୍ଟେମ୍ବର ୧୪ ରେ ମୁମ୍ବାଇରୁ ଚାଲିଯିବେ କଙ୍ଗନା
ସୂଚନାଯୋଗ୍ୟ ଯେ କଙ୍ଗନା ରାନାୱତ ୯ ସେପ୍ଟେମ୍ବରରେ ତାଙ୍କ ମୁମ୍ବାଇ ଘରକୁ ଆସିଥିଲେ । ବର୍ତ୍ତମାନ ସେ ୧୪ ସେପ୍ଟେମ୍ବରରେ ମୁମ୍ବାଇରୁ ଚାଲିଯିବେ । ଶିବସେନା ସହ ମୁହାଁମୁହିଁ ହେତୁ ମହାରାଷ୍ଟ୍ର ସରକାର ତାଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଅଭିନେତ୍ରୀ ଅଭିଯୋଗ କରିଛନ୍ତି । ଶିବସେନା ନେତୃତ୍ୱାଧୀନ ବିଏମସି ବୁଧବାର ଦିନ ରାଣାୱତଙ୍କ ବାନ୍ଦ୍ରା ସ୍ଥିତ କାର୍ଯ୍ୟଳରେ କିଛି ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି । ତେବେ ପରେ ବମ୍ବେ ହାଇକୋର୍ଟ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରହିତା ଦେଶ ପାଇଁ ଆଦେଶ ଦେଇଥିଲେ ।
କିପରି ଆରମ୍ଭ ହେଲା ବିବାଦ
ସୂଚନାଯୋଗ୍ୟ ଯେ ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ଉପରେ କଙ୍ଗନାଙ୍କ ଏକ ବିବୃତ୍ତି ବିବାଦ ସୃଷ୍ଟି କରିଛି । ସେ ଦାବି କରିଛନ୍ତି ଯେ ସେ ମୁମ୍ବାଇରେ ଅସୁରକ୍ଷିତ ଅନୁଭବ କରୁଛନ୍ତି । ଏହା ପରେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନ ଫେରିବାକୁ କହିଥିଲେ । ରାଉତଙ୍କ ବିବୃତ୍ତି ପରେ ଏହି ଅଭିନେତ୍ରୀ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର (POK) ସହିତ ତୁଳନା କରିଥିଲେ ।
Published by: Jagdish Barik
First published: September 13, 2020, 18:56 IST