BJPର ମହିଳା ନେତ୍ରୀଙ୍କୁ ’’ଆଇଟମ୍’’ ବୋଲି କହିଥିବା କମଲ ନାଥଙ୍କ ପାଇଁ ଅଡ଼ୁଆ ବଢ଼ିଲା

ରାହୁଳ ଗାନ୍ଧୀ କମଲ ନାଥଙ୍କ ବିବୃତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓ କହିଛନ୍ତି ଯେ ସେ ଏମିତି ଭାଷାକୁ ପସନ୍ଦ କରନ୍ତି ନାହିଁ । ହେଲେ କମଲ ନାଥଙ୍କ ମନୋବଳ କମିନାହିଁ । ସେ କହିଛନ୍ତି ଯେ ଏହା ରାହୁଳ ଗାନ୍ଧୀଙ୍କ ବ୍ୟକ୍ତିଗତ ମତ ।

BJPର ମହିଳା ନେତ୍ରୀଙ୍କୁ ’’ଆଇଟମ୍’’ ବୋଲି କହିଥିବା କମଲ ନାଥଙ୍କ ପାଇଁ ଅଡ଼ୁଆ ବଢ଼ିଲା
କମଳ ନାଥ ଓ (ଡାହାଣ) ଇମରତୀ ଦେବୀ
  • News18 Odia
  • Last Updated: October 20, 2020, 9:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୋପାଳ: ମଧ୍ୟ ପ୍ରଦେଶର ବିଜେପି ନେତ୍ରୀ ଓ ପୂର୍ବ ମନ୍ତ୍ରୀ ଇମରତୀ ଦେବୀଙ୍କ ବିଷୟରେ ଉପ-ନିର୍ବାଚନ ପ୍ରଚାର ସମୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ କମଲ ନାଥ ଏବେ ବଡ଼ ଅଡ଼ୁଆରେ ପଡ଼ିଛନ୍ତି ।

ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ BJP ନେତ୍ରୀ ଇମରତୀ ଦେବୀଙ୍କୁ କମଳ ନାଥ ‘‘ଆଇଟମ୍‌’’ ବୋଲି କହିଥିଲେ । ଏହା ଇମରତୀ ଦେବୀଙ୍କ ବିଷୟରେ କହି ତାଙ୍କୁ ‘‘କ୍ୟା ଆଇଟମ୍‌ ହୈ’’ ବୋଲି କହିଥିଲେ କମଲ ନାଥ । ତାଙ୍କର ଏପରି ଶବ୍ଦ ଶୁଣି ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।

ଗୋଟିଏ ପଟେ କଂଗ୍ରେସର ନେତୃବୃନ୍ଦ କମଲ ନାଥଙ୍କ ବିରୋଧରେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତ ଅନ୍ୟ ପକ୍ଷରେ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି । ଅନୁସୂଚିତ ଜାତିରୁ ଆସୁଥିବା ମନ୍ତ୍ରୀ ଇମରତୀ ଦେବୀଙ୍କ ବିଷୟରେ ସର୍ବ ସମକ୍ଷରେ କୁମନ୍ତବ୍ୟ କରିଥିବାରୁ ଅନୁସୂଚିତ ଜାତିଙ୍କ ପାଇଁ ଥିବା ଜାତୀୟ ଆୟୋଗ ମଧ୍ୟ ପ୍ରଦେଶର ଡିଜିପିଙ୍କଠାରୁ ଏହି ଘଟଣା ବିଷୟରେ ରିପୋର୍ଟ ମାଗିଛନ୍ତି ।

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ଅନୁସୂଚିତ ଜାତି ଜାତୀୟ ଆୟୋଗ ଡିଜିପିଙ୍କ ସମେତ ମଧ୍ୟ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ ମଙ୍ଗଳବାର ଦିନ ଏକ ନୋଟିସ୍‌ ଜାରି କରି ବିଜେପି ନେତା ଇମରତି ଦେବୀଙ୍କ ଉପରେ କମଲ ନାଥଙ୍କ ବିବୃତ୍ତି ପରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପଚାରିଛନ୍ତି । ଏହି ଦୁଇ ଅଧିକାରୀଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଏହା ପୂର୍ବରୁ ଜାତୀୟ ମହିଳା ଆୟୋଗ କମଲ ନାଥଙ୍କ ବିବୃତ୍ତିକୁ ନିନ୍ଦା କରିବା ସହ ତାଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ ।

ରାହୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି

କଂଗ୍ରେସ ଏମ୍‌.ପି. ତଥା ଦଳର ପୂର୍ବତନ ସଭାପତି ରାହୁଳ ଗାନ୍ଧୀ ମଧ୍ୟ ମଙ୍ଗଳବାର କମଲ ନାଥଙ୍କ ବିବୃତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାହୁଳ କେରଳର ୱାୟାନାଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କମଲ ନାଥ ଯେଉଁ ଭାଷା ବ୍ୟବହାର କରିଥିଲେ ତାହା ସେ ପସନ୍ଦ କରନ୍ତି ନାହିଁ । ଏହା ଏକ ଦୁର୍ଭାଗ୍ୟଜନକ ମନ୍ତବ୍ୟ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେ

ହେଲେ ରାହୁଲ ଗାନ୍ଧୀଙ୍କ ଅସନ୍ତୋଷ ପ୍ରକାଶ ପରେ ବି କମଲ ନାଥଙ୍କ ମନୋବଳ ହ୍ରାସ ପାଇନାହିଁ । ସେ କହିଛନ୍ତି ଯେ ଏହା ରାହୁଳ ଗାନ୍ଧୀଙ୍କ ବ୍ୟକ୍ତିଗତ ମତ । କମଲ ନାଥ ପୁଣି ଥରେ କହିଛନ୍ତି ଯେ ସେ କ୍ଷମା ମାଗିବେ ନାହିଁ ।



ମଧ୍ୟ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ କମଲ ନାଥଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେଇ କହିଛନ୍ତି, ‘‘ଆପଣ କେତେବେଳେ କହୁଛନ୍ତି ଯେ ଆପଣଙ୍କ ମନ୍ତବ୍ୟରେ ଅପମାନଜନକ କିଛି ନାହିଁ, ପୁଣି ଆଉ କେତେବେଳେ ଆପଣ ଆଇଟମ୍ ଶବ୍ଦର ଅର୍ଥ ରାଜ୍ୟବାସୀଙ୍କୁ ବୁଝାଇବାରେ ଲାଗିଛନ୍ତି । ପୁଣି ଆପଣ ଆଉ କେତେବେଳେ କହୁଛନ୍ତି ଯେ ଆପଣ ନିଜ ମନ୍ତବ୍ୟ ପାଇଁ ଅନୁତାପ କରୁଛନ୍ତି । ମୁଁ ଭାବୁଛି ଏକ ଗରିବ ଓ ଅନୁସୂଚିତ ଜାତିର ନାରୀ ଉପରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ଆପଣ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରିବା ଉଚିତ୍।’’
Published by: Anand Shankar Thankur Das
First published: October 20, 2020, 9:24 PM IST
corona virus btn
corona virus btn
Loading