ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବିଦାୟ କଲ୍ୟାଣ ସିଂ: BJPର ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍‌ରେ କାଟିଥିଲେ

ବିଦାୟ କଲ୍ୟାଣ ସିଂ: BJPର ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍‌ରେ କାଟିଥିଲେ

Kalyan Singh who dreamt of Ayodhya Ram temple passes away | କଲ୍ୟାଣ ସିଂ ଉତ୍ତର ପ୍ରଦେଶର CM ଥିବା ବେଳେ ବାବ୍ରୀ ମସଜିଦ୍ ଭଙ୍ଗାଯାଇଥିଲା । ଏହା ଦ୍ୱାରା ସୁପ୍ରିମ୍ କୋର୍ଟରେ ସେ ଦେଇଥିବା ଶପଥ ପତ୍ରର ଅବମାନନା ହୋଇଥିବାରୁ ତାଙ୍କୁ ଦିନକ ପାଇଁ ଜେଲ୍ ପଠାଯାଇଥିଲା ।

ବିଦାୟ କଲ୍ୟାଣ ସିଂ: BJPର ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍‌ରେ କାଟିଥିଲେ
କଲ୍ୟାଣ ସିଂ
  • News18 Odia
  • Last Updated: August 21, 2021, 11:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ରାଜ୍ୟପାଳ କଲ୍ୟାଣ ସିଂ (Kalyan Singh Death) ଲକ୍ଷ୍ନୌର ଏସ୍‌.ଜି.ପି.ଜି.ଆଇ. ହସପିଟାଲରେ (SGPGI Hospital) ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିଦାୟ ସହିତ ରାଜନୀତିର ଗୋଟେ ବଡ଼ ଅଧ୍ୟାୟ ସମାପ୍ତ ହୋଇଗଲା । ରାମ ମନ୍ଦିର ଆନ୍ଦୋଳନର ନେତା କଲ୍ୟାଣ ସିଂ ବିଜେପିର ଆଗ ଧାଡ଼ିର ନେତା ଥିଲେ ଓ ଦୁଇ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ସେ ରାଜସ୍ଥାନ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ମଧ୍ୟ ଥିଲେ ।

କଲ୍ୟାଣ ସିଂଙ୍କ ମୁଖ୍ୟ ମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ବାବ୍ରି ମସଜିଦ ଭଙ୍ଗାଯାଇଥିଲା (Babri Masjid demolition) ଓ ଏହାକୁ ନେଇ ଅନେକ ରାଜନୈତିକ ଝଡ଼ ଉଠିଥିଲା । କଲ୍ୟାଣ ସିଂ (UP ex-CM Kalyan Singh) ୨୪ ଜୁନ୍ ୧୯୯୧ରେ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ହୋଇଥିଲେ। ବାବ୍ରି ମସଜିଦ ଭଙ୍ଗାଯିବା ପରେ ସେ ଏଥି ପାଇଁ ନୈତିକ ଦାୟିତ୍ ଗ୍ରହଣ କରି ୬ ଡିସେମ୍ବର ୧୯୯୨ରେ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହା ବି ପଢ଼ନ୍ତୁ | ସୌମ୍ୟ ମୃତ୍ୟୁ: ବିଦ୍ୟାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ସାମନା କରୁଥିବା DFOଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚ

କଲ୍ୟାଣ ସିଂ (Kalyan Singh latest news) ପୁଣି ଥରେ ୨୧ ସେପ୍ଟେମ୍ବର ୧୯୯୭ରୁ ୧୧ ନଭେମ୍ବର ୧୯୯୯ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ହୋଇଥିଲେ । ସେ ୪ ସେପ୍ଟେମ୍ବର ୨୦୧୪ରେ ରାଜସ୍ଥାନର ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ । ସେ ୮ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ରାଜ୍ୟପାଳ ରହିଥିଲେ । ଜାନୁୟାରୀ ୨୦୧୫ରୁ ଅଗଷ୍ଟ ୧୨, ୨୦୧୫ ପର୍ଯ୍ୟନ୍ତ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇ ଥିଲେ ।

ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ଓଡ଼ିଶା କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନା

କଲ୍ୟାଣ ସିଂ ଦିନକ ପାଇଁ ଜେଲ୍‌ ବି ଯାଇଥିଲେ । ରାମ ମନ୍ଦିର ଆନ୍ଦୋଳନ ସମୟରେ ବିଜେପିର ବରିଷ୍ଠ ନେତାମାନେ ଅଯୋଧ୍ୟାରେ ପହଞ୍ଚିବା ପରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ କଲ୍ୟାଣ ସିଂ ସୁପ୍ରିମ୍‌ କୋର୍ଟରେ ଏକ ଶପଥ ପତ୍ର ଦାୟର କରି କହିଥିଲେ ଯେ ମସଜିଦକୁ କୌଣସି କ୍ଷତି ହେବ ନାହିଁ ଓ ବିବାଦୀୟ ସ୍ଥାନରେ କୌଣସି ଘଟଣା ଘଟିବାକୁ ଦିଆଯିବ ନାହିଁ । ମୁଖ୍ୟ ମନ୍ତ୍ରୀଙ୍କ ତରଫରୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ (ଗୃହ) ପ୍ରଭାତ କୁମାର ସୁପ୍ରିମ୍‌ କୋର୍ଟରେ ଏହା ଦାୟର କରିଥିଲେ । ହେଲେ ଯେତେବେଳେ ୬ ଡିସେମ୍ବର ୧୯୯୨ରେ ବାବ୍ରି ମସଜିଦ୍‌ ଭାଙ୍ଗିଦିଆଗଲା, ସୁପ୍ରିମ୍‌ କୋର୍ଟ କଲ୍ୟାଣ ସିଂଙ୍କୁ ଏହି ପ୍ରତିଜ୍ଞା ଆଧାରରେ ଏକ ଅବମାନନା ନୋଟିସ୍‌ ଜାରି କରିଥିଲେ । ସୁପ୍ରିମ୍‌ କୋର୍ଟରେ କଲ୍ୟାଣ ସିଂ ସେହି ଘଟଣା ପାଇଁ ନିଜକୁ ପୂରା ଦାୟୀ କରିଥିଲେ । ଶପଥ ପତ୍ରର ଅବମାନନା ପାଇଁ ତାଙ୍କୁ ଦିନକ ପାଇଁ ଜେଲ୍‌ ପଠାଯାଇଥିଲା ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁରେ ବଡ଼ ଖୁଲାସା: ଘଟଣା ଦିନ ରାତିରେ ଅଭିଯୁକ୍ତ DFOଙ୍କ ଘରକୁ ଜିଲ୍ଲାପାଳ ଆସିଥିଲେ

ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଭାବପ୍ରବଣ ଟ୍ୱିଟ୍‌


କଲ୍ୟାଣ ସିଂ ସେହି ଘଟଣା ପାଇଁ ସବୁ ଅଭିଯୋଗ ନିଜ ଉପରକୁ ନେଇଥିବାରୁ ସେହି ମାମଲା ସହ ଜଡି଼ତ ସବୁ ସରକାରୀ ଅଧିକାରୀମାନଙ୍କ କରିୟର୍‌ ମଧ୍ୟ ରକ୍ଷା ହୋଇଯାଇଥିଲା । ବାବ୍ରି ମସଜିଦ୍‌ ଭାଙ୍ଗିବା ମାମଲାର ଶୁଣାଣି ୨୮ ବର୍ଷ ଧରି ଚାଲିଥିଲା । ସେହି ସମୟରେ ସେ ରାଜ୍ୟପାଳ ଥିଲେ । ସମ୍ବିଧାନର ଧାରା ୩୬୧ରେ କୁହାଯାଇଛି ଯେ ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ରାଜ୍ୟପାଳ ଥିବେ ତାଙ୍କୁ ପଚରାଉଚରା କରାଯାଇପାରିବ ନାହିଁ । କିନ୍ତୁ ରାଜ୍ୟପାଳ ପଦ ଛାଡି଼ବା ପରେ ଯେତେବେଳେ କଲ୍ୟାଣ ସିଂ ସାଧାରଣ ବ୍ୟକ୍ତି ହୋଇଗଲେ, ସିବିଆଇ ଅଧିକାରୀମାନେ ଲକ୍ଷ୍ନୌରେ ଥିବା ଏକ ସ୍ୱତନ୍ତ୍ର କୋର୍ଟରେ ପହଞ୍ଚି ତାଙ୍କୁ ଏକ ସମନ୍‌ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ, ଯାହା ଦ୍ୱାରା ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସିବିଆଇ ତାଙ୍କୁ ପଚରାଉଚରା କରିପାରିବ । ଶେଷରେ ତାଙ୍କ ସହ ପଚରାଉଚରା କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର

ପଚରାଉଚରା ପ୍ରକ୍ରିୟା ଓ ଶୁଣାଣି ପରେ ୩୦ ସେପ୍ଟେମ୍ବର ୨୦୨୦ରେ ବାବ୍ରି ମସଜିଦ୍‌ ଭାଙ୍ଗିବା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଥିଲା ଓ କଲ୍ୟାଣ ସିଂ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ସେତେବେଳେ ସେ କୋଭିଡ-୧୯ରେ ପୀଡି଼ତ ହୋଇ ଗାଜିଆବାଦର ଯଶୋଦା ହସପିଟାଲରେ ଭର୍ତ୍ତି ହୋଇଥିଲେ । ଯେତେବେଳେ ରାୟ ଆସିଲା ସେ ଟିଭିରେ ସେହି ଖବର ଦେଖୁଥିଲେ । ଏହି ଖବର ଆସିବା ମାତ୍ରେ ତାଙ୍କ ଖୁସିର ସୀମା ନ ଥିଲା । ସେ ସେଠାରେ ଉପସ୍ଥିତ ଥିବା ସବୁ ହସପିଟାଲ୍‌ କର୍ମଚାରୀଙ୍କ ମିଠା ଖୁଆଇଥିଲେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ତାଲା ଘର ଥିବା ଲୋକଙ୍କୁ ମିଳୁଛି

କଲ୍ୟାଣ ସିଂ ଜାନୁୟାରୀ ୫, ୧୯୩୨ରେ ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ଅତରୌଲି ତହସିଲର ମଢୌଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ରାମବତୀ । କଲ୍ୟାଣ ସିଂଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ପୁଅ ରାଜବୀର ସିଂ ଏବେ ଏଟା ସଂସଦୀୟ କ୍ଷେତ୍ରରୁ ଭାରତୀୟ ଜନତା ପାର୍ଟିର ସାଂସଦ ଅଛନ୍ତି ।



କଲ୍ୟାଣ ସିଂଙ୍କ ଦେହାନ୍ତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବଡ଼ ନେତା ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Published by: Anand S.T. Das
First published: August 21, 2021, 11:36 PM IST