MeToo ଆନ୍ଦୋଳନ ଯୋଗୁଁ ପୁରୁଷମାନେ ସାତ ପାଦ ପଛକୁ ନେଇଛନ୍ତି, କହିଛନ୍ତି କାଜୋଲ ଓ ଶୃତି ହାସନ

#MeToo ଆନ୍ଦୋଳନ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ହିଂସା ଓ ନିର୍ଯ୍ୟାତନାକୁ ସମାପ୍ତ କରିବାକୁ ସ୍ଥିର କରି ପ୍ରଥମେ ୨୦୧୭ରେ ହଲିଉଡ୍ ଚ଼ଳଚ୍ଚିତ୍ର ନିର୍ମାତା ହାର୍ଭେ ୱେଇନଷ୍ଟାଇନଙ୍କ ବିରୋଧରେ ଆସିଥିବା ଅଭିଯୋଗରୁ ଆରମ୍ଭ ହୋଇଥିଲା ।

MeToo ଆନ୍ଦୋଳନ ଯୋଗୁଁ ପୁରୁଷମାନେ ସାତ ପାଦ ପଛକୁ ନେଇଛନ୍ତି, କହିଛନ୍ତି କାଜୋଲ ଓ ଶୃତି ହାସନ
ଅଭିନେତ୍ରୀ ଶୃତି ହାସନ ଓ (ଡାହାଣ) କାଜୋଲ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଭାରତରେ #MeToo ଆନ୍ଦୋଳନ ଆରମ୍ଭ ହେବାର ୧୫ ମାସ ବିତିଗଲାଣି, ଆଉ ଏବେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଯୌନ ଉତ୍ପୀଡ଼ନ ବିଷୟରେ କଥାବାର୍ତ୍ତା ମୌଳିକଭାବେ ଅଲଗା ପ୍ରକାର ହୋଇଯାଇଛି ବୋଲି ଅଭିନେତ୍ରୀ କାଜୋଲ ଓ ଶୃତି ହାସନ କହିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି, ଯୌନ ଉତ୍ପୀଡ଼ନ,

ନିଜ କ୍ଷୁଦ୍ର ଚ଼ଳଚ୍ଚିତ୍ର ‘ଦେବୀ’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ସମୟରେ କାଜୋଲ ଓ ଶୃତି ଫିଲ୍ମ ଇଣ୍ଡଷ୍ଟ୍ରିରେ #MeToo ଆନ୍ଦୋଳନର ପ୍ରଭାବ ବିଷୟରେ କଥାବାର୍ତ୍ତା ହେଉଥିଲେ । କାଜୋଲ କହିଥିଲେ ଯେ ଲୋକେ, ବିଶେଷତଃ ପୁରୁଷ ଲୋକେ, କୋଠରୀ ଭିତରେ କ’ଣ କହୁଛନ୍ତି ସେ ବିଷୟରେ ସେମାନେ ଏବେ ଅଧିକ ସଚେତନ ହେଲେଣି ।

‘‘#MeToo ଆନ୍ଦୋଳନ ନିଜର ଏକ ଜୀବନ ପାଇଗଲା ପରେ ଓ ଏଥିରେ ବହୁ ଜଣାସୁଣା ବ୍ୟକ୍ତି ଜଡ଼ିତ ହେବା ପରେ ମୁଁ ଭାବୁଛି କେଉଁଠି ନା କେଉଁଠି ପୁରୁଷ ଲୋକେ – ସେ ଭଲ, ଖରାପ ବା ଉଦାସୀନ ହୁଅନ୍ତୁ ନା କାହିଁକି – ସାତ ପାଦ ପଛକୁ ନେଇଛନ୍ତି । ଆଉ ଏଇଟା ଆବଶ୍ୟକ ଥିଲା । ଭଲ ହେଉ ବା ଖରାପ ହେଉ, ସେଟ୍‌ ଭିତରେ ବା ଅଫିସ୍‌ ପରିବେଶରେ ପ୍ରତ୍ୟେକ ଲୋକ ନିଜ ଦୈନନ୍ଦିନ ମିଳାମିଶା ବିଷୟରେ ଅଧିକ ଭାବନାର ସହିତ କାମ କରୁଛି,’’ କହିଛନ୍ତି କାଜୋଲ ।

ଫିଲ୍ମ ‘ଦେବୀ’ରେ ତାଙ୍କ ସହ-ତାରକା ଶୃତି କହିଛନ୍ତି ଯେ ପୁରୁଷମାନେ ଏବେ ଭଲ ଭାବରେ ଜାଣିଗଲେଣି ଯେ ଯଦି ସେମାନଙ୍କ ଆଚ଼ରଣ ଅନୁପଯୁକ୍ତ ହୁଏ ତେବେ ସେମାନଙ୍କ କରିୟର୍‌ ଓ ପ୍ରତିଷ୍ଠା ବିପଦରେ ପଡିପାରେ ।

‘‘ଏହି ପୂରା #MeToo ପ୍ରକରଣ ଘଟିବା ପରେ ମୁଁ ଲଣ୍ଡନ ଅଭିମୁଖେ ବିମାନରେ ଯାତ୍ରା କରୁଥିଲି, ଆଉ ମୋ’ ସାମ୍ନାରେ କେହି ଜଣେ ବସି ‘ଶାରୀରିକ ନିକଟତା ଓ ସେହି ସ୍ଥାନରେ କିପରି ଆଚରଣ କରିବେ’ ଏହା ବିଷୟରେ ଏକ ମ୍ୟାନୁଆଲ୍‌ ପଢ଼ୁଥିଲେ । ଆପଣ ଅସୁବିଧାରେ ପଡ଼ିପାରନ୍ତି ଏମିତି ଏକ ଟ୍ରିଗର୍‌ ସେଠି କାମ କରୁଥିଲା, ଆଉ ମୁଁ ଭାବୁଛି ତାହା ହେବା ଅତି ଗୁରୁତ୍ୱପୂର୍ଣ୍ଣ ବି । ସତ କହିବାକୁ ଗଲେ ମୁଁ ଭାବିନଥିଲି ଯେ ଭାରତ ଏହାକୁ ଏପରି ଏକ ସ୍ତରକୁ ନେଇଯିବ । ମୁଁ ଗର୍ବିତ ଅନୁଭବ କରୁଛି ଯେ ଲୋକମାନେ ବାହାରକୁ ଆସି ସବୁ କଥା କହିବାକୁ ସାହସ କରୁଛନ୍ତି,’’ କହିଥିଲେ ଶୃତି ।

#MeToo ଆନ୍ଦୋଳନ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ହିଂସା ଓ ନିର୍ଯ୍ୟାତନାକୁ ସମାପ୍ତ କରିବାକୁ ସ୍ଥିର କରି ପ୍ରଥମେ ୨୦୧୭ରେ ହଲିଉଡ୍‌ ଚ଼ଳଚ୍ଚିତ୍ର ନିର୍ମାତା ହାର୍ଭେ ୱେଇନଷ୍ଟାଇନଙ୍କ ପିରୋଧରେ ଆସିଥିବା ଅଭିଯୋଗରୁ ଆରମ୍ଭ ହୋଇଥିଲା । ବର୍ଷେ ପରେ ଏହି ଆନ୍ଦୋଳନ ଭାରତରେ ଆରମ୍ଭ ହୋଇଥିଲା । ଜଣେ ମହିଳା ଅଭିନେତ୍ରୀ ଅଭିଯୋଗ କରିଥିଲେ ଯେ ୨୦୦୮ ରେ ଏକ ଗୀତର ସୁଟିଂ ସମୟରେ ପ୍ରଖ୍ୟାତ ଅଭିନେତା ନାନା ପାଟେକର ତାଙ୍କୁ ହଇରାଣ କରିଥିଲେ । ତା’ ପରେ ଅନେକ ବିଶିଷ୍ଟ ମହିଳା ନିଜ #MeToo ଅନୁଭୁତିକୁ ନେଇ ସାମନାକୁ ଆସିଥିଲେ ।
First published: March 4, 2020, 6:22 PM IST
corona virus btn
corona virus btn
Loading