କିଏ ଏହି ଜଟାଧାରୀ ମହିଳା? ଯିଏ ଜାତିସଂଘରେ ଭାରତ ବିରୋଧରେ ଓଗାଳିଲେ ବିଷ

'ରିପବ୍ଲିକ୍ ଅଫ୍ କୈଳାସ' ପାଇଁ ଖାଦ୍ଯ, ବସ୍ତ୍ର ଓ ସୁରକ୍ଷା ମାଗୁଛନ୍ତି ମାତା। ଯେଉଁ ଦେଶକୁ କେହି କେବେ ଦେଖିନାହାନ୍ତି କି ଶୁଣି ନାହାନ୍ତି ।

ଜାତିସଂଘରେ ମାତାଙ୍କ ହଲ୍ଲାବୋଲ

ଜାତିସଂଘରେ ମାତାଙ୍କ ହଲ୍ଲାବୋଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Who Is Kailas's Diplomat In UN: ଜାତିସଂଘରେ ମାତାଙ୍କ ହଲ୍ଲାବୋଲ । ଭାରତ ବିରୋଧରେ ଗାଇଲେ ଓ ନିଜ ଦେଶ ପାଇଁ ପରିଚୟ ମାଗିଲେ । ନିଜ ଆତ୍ମଘୋଷିତ ବିବାଦୀୟ ବାବା ନିତ୍ୟାନନ୍ଦଙ୍କ ପାଇଁ ସୁରକ୍ଷା ମାଗିଲେ ମାତା। ଜାତିସଂଘ ବୈଠକରେ ବିବାଦୀୟ ଆତ୍ମଘୋଷିତ ଭଗବାନ ସ୍ବାମୀ ନିତ୍ୟାନନ୍ଦଙ୍କ ପ୍ରତିନିଧିତ୍ୱ ମଧ୍ଯ କଲେ।

ଗତ ମାସ ୨୪ ତାରିଖରେ ଜେନେଭାରେ ଜାତିସଂଘ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ସଂକ୍ରାନ୍ତ କମିଟିର ବୈଠକ ବସିଥିଲା। ଯେଉଁଠି ବିଭିନ୍ନ ଦେଶ ନେଇଥିବା ଉନ୍ନୟନମୂଳକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । ତେବେ ଏହି ବୈଠକରେ ବିବାଦୀୟ ଆତ୍ମଘୋଷିତ ଭଗବାନ ସ୍ବାମୀ ନିତ୍ୟାନନ୍ଦଙ୍କ ପ୍ରତିନିଧି ରୂପେ ଜଣେ ଜଟାଧାରୀ ମହିଳା ଭାଗ ନେଇଥିଲେ । ହିନ୍ଦୁ ଧର୍ମର ତଥାକଥିତ ଧର୍ମଗୁରୁଙ୍କ ଠାରୁ ତାଙ୍କ ଦେଶକୁ ସୁରକ୍ଷା ଦେବାକୁ ଦାବି କରିଥିଲେ । ୨୦୧୦ ରେ ନିତ୍ୟାନନ୍ଦଙ୍କ ବିରୋଧରେ କର୍ଣ୍ଣାଟକ ରାମନଗର ଜିଲ୍ଲାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରବା ପରେ ସେ ଗିରଫ ହୋଇ ଜେଲ ଯାଇଥିଲେ । ପରେ ଜାମିନରେ ଆସି ଭାରତରୁ ଫେରାର ହୋଇ ଯାଇଛନ୍ତି ।

ନିତ୍ୟାନନ୍ଦ, କୈଳାସ ନାମକ ଏକ ସ୍ବତନ୍ତ୍ର ଦେଶ ଗଠନ କରିଥିବା କହୁଛନ୍ତି । ଦେଶର ନାଁ ରଖିଛନ୍ତି ରିପବ୍ଲିକ୍ ଅଫ୍ କୈଳାସ । କିନ୍ତୁ ସେ ସ୍ଥାନ- କୈଳାସ କେଉଁଠି ଏପର୍ଯ୍ୟନ୍ତ କେହି ଦେଖି ନାହାନ୍ତି କି ଜାଣି ନାହାନ୍ତି। ଜାତିସଂଘ ବୈଠକ କିନ୍ତୁ ସାମିଲ ହୋଇଛନ୍ତି ରିପବ୍ଲିକ୍ ଅଫ୍ କୈଳାଶର ପ୍ରତିନିଧି । ତାଙ୍କ ସରକାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଥିବା ଜାତିସଂଘ ବୈଠକରେ କହିଛନ୍ତି ରିପବ୍ଲିକ୍ ଅଫ୍ କୈଳାଶର ମହିଳା ପ୍ରତିନିଧି ।



ସୂଚନାଯୋଗ୍ଯ, ଜାତିସଂଘରେ ‘କୈଳାସ’ର ପ୍ରତିନିଧି ଭାବେ ଯୋଗ ଦେଇଥିବା ମହିଳା ଜଣଙ୍କର ନାମ ହେଉଛି ବିଜୟପ୍ରିୟା ନିତ୍ୟାନନ୍ଦ । ତାଙ୍କର ପ୍ରକୃତ ଘର ଆମେରିକା ସ୍ଥିତ ୱାଶିଂଟନରେ । ସେ ଇଂରାଜୀ, ଫ୍ରେଞ୍ଚ, କ୍ରେଓଲେ, ପିଡ୍‌ଗିନ୍‌ ଭାଷା କହିପାରନ୍ତି । ଜାତିସଂଘର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ କମିଟିରେ ସେ ବର୍ତ୍ତମାନ ସ୍ଥାୟୀ ପ୍ରତିନିଧୀ ଅଛନ୍ତି । ସେ କାନାଡାର ମାନିଟୋବା ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି  । ମାଇକ୍ରୋବାୟୋଲୋଜିରେ ବିଜୟାପ୍ରିୟାଙ୍କର ଶିକ୍ଷାଗତ ଯୋଗ୍ୟତା ରହିଛି ।
Published by:Soumya Das
First published: