କାବୁଲ ମସଜିଦରେ ନମାଜ ସମୟରେ ବିସ୍ଫୋରଣ; ୨୧ ଜଣଙ୍କ ମୃତ୍ୟୁ, ୬୦ରୁ ଅଧିକ ଗୁରୁତର

ଆଫଗାନିସ୍ତାନର ରାଜଧାନୀ କାବୁଲର ମସଜିଦରେ ବୋମା ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ଯେତେବେଳେ ଲୋକମାନେ ମସଜିଦରେ ନମାଜ ପଢୁଥିଲେ ସେତେବେଳେ ଏହି ବିସ୍ଫୋରଣ ଘଟିଥିଲା।

କାବୁଲ ମସଜିଦରେ ନମାଜ ସମୟରେ ବିସ୍ଫୋରଣ

କାବୁଲ ମସଜିଦରେ ନମାଜ ସମୟରେ ବିସ୍ଫୋରଣ

  • Share this:
News18 Odia Digital

Kabul Blast: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ନମାଜ ପଢୁଥିବା ସମୟରେ ଖୌର ଖାନା ଅଞ୍ଚଳର ମସଜିଦରେ ବିସ୍ଫୋରଣ ଘଟିଥିଲା।

କାବୁଲର ସୁରକ୍ଷା ବିଭାଗର ମୁଖପାତ୍ର ଖାଲିଦ ଜାଦରାନ ଏହି ବିସ୍ଫୋରଣକୁ ନିଶ୍ଚିତ କରି କହିଛନ୍ତି ଯେ କାବୁଲର ପିଡି ୧୭ରେ ଥିବା ଏକ ମସଜିଦରେ ଏକ ବୋମା ବିସ୍ଫୋରଣ ହୋଇଛି। ସେ କହିଛନ୍ତି ଯେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ନେଇଛନ୍ତି। ଏହି ବିସ୍ଫୋରଣରେ ମସଜିଦର ଇମାମ ମୌଲା ଆମୀର ମହମ୍ମଦ କାବୁଲି ମଧ୍ୟ ପ୍ରାଣ ହରାଇଛନ୍ତି।

ବୋମା ବିସ୍ଫୋରଣରେ ଆହତଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଥିଲେ

ଏହି ସମୟରେ କାବୁଲର ଏକ ଡାକ୍ତରଖାନା ଟ୍ୱିଟ୍ କରି କହିଛି ଯେ ଏହି ଘଟଣା ପରେ ମୋଟ ୨୭ ଜଣଙ୍କୁ ସେମାନଙ୍କ ନିକଟ ହସ୍ପିଟାରେ ଭର୍ତ୍ତି କରାଯାଇଛି। ସେ ଟ୍ବିଟ କରି କହିଛନ୍ତି ଯେ ପିଡି ୧୭ ଅଞ୍ଚଚଳରେ ବିସ୍ଫୋରଣ ପରେ ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଆମ ହସ୍ପିଟାଲରେ ଭର୍ତ୍ତି କରିଛି। ବୋମା ବିସ୍ଫୋରଣ ମାମଲାରେ ୫ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ଆହତ ପିଲାମାନଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ। ମସଜିଦରେ ହୋଇଥିବା ଏହି ବୋମା ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ନିଜକୁ ଦାୟୀ କରିନାହାଁନ୍ତି।
Published by:Lipina Das
First published: