ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଲେ, କଂଗ୍ରେସକୁ କଡ଼ା ସମାଲୋଚ଼ନା କଲେ

ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଲେ, କଂଗ୍ରେସକୁ କଡ଼ା ସମାଲୋଚ଼ନା କଲେ

ସିନ୍ଧିଆଙ୍କ ବିଜେପିରେ ମିଶିବା ସହ ମଧ୍ୟ ପ୍ରଦେଶ ରାଜନୀତିରେ ଚ଼ାଲିଥିବା ମହାନାଟକର ଗୋଟିଏ ମୁଖ୍ୟ ଦୃଶ୍ୟ ଉପରେ ଯବନୀକା ପତନ ହୋଇଛି । ଏହା ପରେ ଜଣା ପଡ଼ିବ ସେଠି କମଳନାଥଙ୍କ କଂଗ୍ରେସ ସରକାର ଆଉ କେତେ ଦିନ ଗାଦିରେ ରହିପାରିବ ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଲେ, କଂଗ୍ରେସକୁ କଡ଼ା ସମାଲୋଚ଼ନା କଲେ
ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେରେ ଦଳରେ ଯୋଗ ଦେଉଛନ୍ତି । (ଫାଇଲ୍‌ ଫଟୋ)
  • News18 Odia
  • Last Updated: March 11, 2020, 4:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ହାତ ଛାଡ଼ି ପଦ୍ମ ଧରିଛନ୍ତି କଂଗ୍ରେସର ଟାଣୁଆ ଯୁବ ନେତା ଓ ପୂର୍ବ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ନୂଆ ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ଏହି ବହୁଚର୍ଚ୍ଚିତ ନେତା ।

ସିନ୍ଧିଆଙ୍କ ବିଜେପିରେ ମିଶିବା ସହିତ ମଧ୍ୟ ପ୍ରଦେଶ ରାଜନୀତିରେ ଚ଼ାଲିଥିବା ମହାନାଟକର ଗୋଟିଏ ମୁଖ୍ୟ ଦୃଶ୍ୟ ଉପରେ ଯବନୀକା ପତନ ହୋଇଛି । ଏହା ପରେ ଜଣା ପଡ଼ିବ ସେଠାକାର କମଲ ନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରର ଅସ୍ତିତ୍ୱ ଉପରେ ଘୁରିବୁଲୁଥିବା କଳା ମେଘ ଆଉ କେତେ ଦିନ ରହିବ ଓ କେମିତି ଅପସରିବ ।

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବା ପରେ ସିନ୍ଧିଆ କଂଗ୍ରେସକୁ କଡ଼ା ସମଲୋଚନା କରିଥିଲେ । ସେ କହିଥିଲେ: ‘‘ଯେବେ ବି ସୁଯୋଗ ମିଳିଛି, ରାଜ୍ୟ ଓ ଦେଶର ସେବା କରିଛି । କିନ୍ତୁ କଂଗ୍ରେସ ଦଳର ସ୍ଥିତି ଓ ଆଦର୍ଶ ଆଉ ଆଗ ଭଳି ନାହିଁ । ସେହିପରି ଯୁବ ନେତୃତ୍ବକୁ କଂଗ୍ରେସରେ ଉପେକ୍ଷା କରୁଛି’’।

ସେହିପରି କମଲନାଥ ସରକାରଙ୍କୁ ମଧ୍ୟ ସେ କଡ଼ା ସମାଲୋଚନା କରିଥିଲେ । ‘‘ଦଶ ଦିନରେ ଋଣ ଛାଡ଼ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ପ୍ରଦେଶ ସରକାର । କିନ୍ତୁ ୧୮ ମାସ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ଋଣ ଛାଡ ହେଲାନି । ମଧ୍ୟପ୍ରଦେଶରେ ଭ୍ରଷ୍ଟାଚାର ବଢ଼ିଚ଼ାଲିଛି,’’ ଅଭିଯୋଗ କରିଥିଲେ ସିନ୍ଧିଆ ।

ମଧ୍ୟ ପ୍ରଦେଶରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ସକାଳେ ‘‘ଏବେ ମୋ’ର ଆଗକୁ ବଢ଼ିବାର ସମୟ ଆସିଛି’’ ବୋଲି କହି ଦଳ ଛାଡିବା ପରେ ବିଧାୟକମାନଙ୍କ ଇସ୍ତଫା ଆରମ୍ଭ ହୋଇଯାଇଥିଲା । ସିନ୍ଧିଆ ଆହୁରି କହିଥିଲେ ଯେ କଂଗ୍ରେସରେ ରହି ନିଜ ରାଜ୍ୟ ଓ ଦେଶର ସେବା କରିବାରେ ସେ ଅସମର୍ଥ ହେଉଛନ୍ତି । ସେ ବୁଧବାର ଦିନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଜଣାପଡିଛି।

ବର୍ତ୍ତମାନ ମଧ୍ୟ ପ୍ରଦେଶର ୨୩୦ ସିଟ୍ ବିଶିଷ୍ଟ ବିଧାନ ସଭାରେ ୨୨୮ ଜଣ ବିଧାୟକ ଅଛନ୍ତି । ସଂଖ୍ୟାଗରିଷ୍ଠତା ପାଇଁ ୧୧୫ଟି ଆସନରେ ଦରକାର । ସମୁଦାୟ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୧୨୧ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିଥିଲେ । ସେମାନଙ୍କ ମଧ୍ୟରେ ଚାରି ଜଣ ସ୍ୱାଧୀନ ବିଧାୟକ, ଦୁଇ ଜଣ ବହୁଜନ ସମାଜ ପାର୍ଟି (ବିଏସପି) ବିଧାୟକ ଓ ଜଣେ ସମାଜବାଦୀ ପାର୍ଟି (ଏସପି) ବିଧାୟକ ଥିଲେ ।
First published: March 11, 2020, 4:16 PM IST