ଭାରତର ୪୯ ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ; ଶପଥ ପାଠ କରାଇଲେ ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ଉପସ୍ଥିତିରେ ରାଷ୍ଟ୍ରିୟ ଭବନରେ ଭାରତର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଉଦୟ ଉମେଶ ଲଳିତ ଶନିବାର ଶପଥ ଗ୍ରହଣ କରିଛନ୍ତି ।

ଭାରତର ୪୯ ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ

ଭାରତର ୪୯ ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ

  • Share this:
News 18 Odia Digital

ନୂଆଦିଲ୍ଲୀ; ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ଉପସ୍ଥିତିରେ ରାଷ୍ଟ୍ରିୟ ଭବନରେ ଭାରତର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଉଦୟ ଉମେଶ ଲଳିତ ଶନିବାର ଶପଥ ଗ୍ରହଣ କରିଛନ୍ତି । ସେ ହେଉଛନ୍ତି ଭାରତର ୪୯ ତମ ପ୍ରଧାନ ବିଚାରପତି । CJI ଭାବରେ ଜଷ୍ଟିସ୍ ଏନ.ଭି ରମଣାଙ୍କ କାର୍ଯ୍ୟକାଳ ୨୬ ଅଗଷ୍ଟରେ ଶେଷ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଜଷ୍ଟିସ ଲଳିତଙ୍କୁ ନୂତନ CJI ଭାବରେ ଶପଥ ଗ୍ରହଣ କରାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଜଗଦୀପ ଧନଖର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ ।

ଶନିବାର ଜଷ୍ଟିସ ଉଦୟ ଉମେଶ ଲଳିତ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ସେ କେବଳ ୭୪ ଦିନ ସୁପ୍ରିମକୋର୍ଟର ମୁଖ୍ୟ ହେବେ । CJI ଭାବରେ ଜଷ୍ଟିସ୍ ୟୁୟୁ ଲଳିତ ସୁପ୍ରିମକୋର୍ଟର ସେହି କଲେଜିୟମର ମୁଖ୍ୟ ହେବେ, ଯେଉଁଥିରେ ଜଷ୍ଟିସ୍ ଡି ୱାଈ ଚନ୍ଦ୍ରଚୁଡ୍, ଜଷ୍ଟିସ୍ ହିମା କୌଲ୍, ଜଷ୍ଟିସ୍ ଏସ୍ ଅବଦୁଲ ନାଜିର ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀ ରହିବେ । ଜଷ୍ଟିସ ବାନାର୍ଜୀ ସେପ୍ଟେମ୍ବର ୨୩ରେ ଅବସର ନେବା ସହିତ ଜଷ୍ଟିସ କେଏମ ଜୋସେଫ କଲେଜିୟମରେ ପ୍ରବେଶ କରିବେ। ଜଷ୍ଟିସ୍ ୟୁୟୁ ଲଳିତ ନଭେମ୍ବର ୮ ରେ CJI ଭାବରେ ଅବସର ନେବେ ।

ଜଷ୍ଟିସ୍ ଲଳିତ ତାଙ୍କର ଶାନ୍ତ ଏବଂ ସରଳ ସ୍ୱଭାବ ପାଇଁ ଜଣାଶୁଣା । ପୂର୍ବତନ CJI ଜଷ୍ଟିସ୍ ଏନ.ଭି ରମଣା ତାଙ୍କ ୧୬ ମାସ କାର୍ଯ୍ୟକାଳ ମଧ୍ୟରେ ୨୯ ଟି ଭାଷଣ ଏବଂ ୧୨ ରୁ ଅଧିକ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବାବେଳେ ଜଷ୍ଟିସ୍ ୟୁୟୁ କୋର୍ଟ ବାହାରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ଖୁବ୍ କମ୍ ମନ୍ତବ୍ୟ ଦେଇଛନ୍ତି । ଏପରିକି କୋର୍ଟରେ ତାଙ୍କର ଗୋଟିଏ କିମ୍ବା ଦୁଇଟି ମନ୍ତବ୍ୟ ସାମ୍ନାକୁ ଆସିଛି । ଜଷ୍ଟିସ୍ ଲଳିତ ଶାନ୍ତ ରହି ନିଜର କାର୍ଯ୍ୟ କରନ୍ତି । ନ୍ୟାୟ ପ୍ରତି ସମ୍ମାନ ବଜାୟ ରଖିବା ପାଇଁ, ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣିରୁ ଦୂରେଇ ଯିବାକୁ କେବେବି ଭାବି ନାହାନ୍ତି । ଐତିହାସିକ ଅଯୋଧ୍ୟା-ବାବ୍ରି ମାମଲାର ଶୁଣାଣିରୁ ସେ ତାଙ୍କ ନାମ ପ୍ରତ୍ୟାହାର ମଧ୍ୟ କରିନେଇଥିଲେ।
Published by:Soubhagya Mishra
First published: