୧୯୦ରୁ ଊର୍ଦ୍ଧ୍ବ ମାମଲାର ଶୁଣାଣି କଲେ ଜଷ୍ଟିସ୍ ଏସ୍. ଏସ୍. ସିନ୍ଧେ (ଫଟୋ ସୌଜନ୍ଯ: ହିନ୍ଧୁସ୍ତାନ ଟାଇମସ) News18 Odia Digital
ବମ୍ବେ ହାଇକୋର୍ଟର ଜଷ୍ଟିସ ଏସ. ଏସ. ସିନ୍ଧେଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ପ୍ରଶଂସା କରିଛନ୍ତି। ଜଷ୍ଟିସ ସିନ୍ଧେ ସକାଳ ୧୦.୩୦ରୁ ରାତି ୮ଟା ପର୍ଯ୍ୟନ୍ତ ବସି ୧୯୦ରୁ ଊର୍ଦ୍ଧ୍ବ ମାମଲାର ଶୁଣାଣି କରିଥିବାରେ ଟ୍ୱିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଜଷ୍ଟିସ ସିନ୍ଧେଙ୍କ ଚାମ୍ୱର ବାହରର ଫଟୋ ଛାଡ଼ି କିରେନ ରିଜିଜୁ ଟ୍ୱିଟ କରି ଲେଖିଛନ୍ତି, ବମ୍ବେ ହାଇକୋର୍ଟର ବିଚାରପତି ଏସ.ଏସ. ସିନ୍ଧେ ଗତକାଲି ୧୯୦ରୁ ଅଧିକ ମାମଲାର ଶୁଣାଣି ଶେଷ କରିଥିବା ଜାଣି ଖୁବ୍ ଆନନ୍ଦିତ। ସକାଳ ୧୦.୩୦ରୁ ରାତି ୮ଟା ପର୍ଯ୍ୟନ୍ତ ସେ ଖଣ୍ଡପୀଠରେ ବସିଥିଲେ।
ଖଣ୍ଡପୀଠଙ୍କ ପାଖରେ ୨୦୦ରୁ ଅଧିକ ମାମଲା ଶୁଣାଣି ଥିଲା। ହାଇକୋର୍ଟଙ୍କ କାର୍ଯ୍ୟ ସମୟ ଅବଧି ସକାଳ ୧୦.୩୦ରୁ ଅପରାହ୍ଣ ୪.୩୦ ପର୍ଯ୍ୟନ୍ତ ଚାଲେ। ଏତିକି ସମୟ ମଧ୍ୟରେ ମାମଲା ସମସ୍ତ ମାମଲା ଶୁଣାଣି ସମ୍ଭବପର ନୁହେଁ। ତେଣୁ, କାର୍ଯ୍ୟ ସମୟ ଅବଧି ବାହାରେ ମାମଲାଗୁଡ଼ିକର ଶୁଣାଣି ପାଇଁ ଖଣ୍ଡପୀଠ ସ୍ଥିର କରିଥିଲେ।
Published by: Soumya Das
First published: June 10, 2022, 13:05 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।